ବଦଳିଗଲା ମନ : ୨୦୧୭ରେ ଅମିତ ଶାହାଙ୍କୁ ଦେଇଥିଲେ ଆତିଥ୍ୟ ଓ ଭୋଜନ, ଏବେ ପଦ୍ମ ଛାଡି ଫୁଙ୍କିଲେ ଶଙ୍ଖ…

ରାଜନୀତିରେ ତ ସବୁବେଳେ ଦଳ ଡ଼ିଆଁ ପର୍ବ ଚାଲିଥାଏ।ଏହା ପ୍ରାୟତଃ ସଭିଙ୍କୁ ଜଣା। ସେମାନେ କେତେବେଳେ କେଉଁ ପରିସ୍ଥିତିରେ ଦଳ ପରିବର୍ତ୍ତନ କରନ୍ତି ତାହା କେବଳ ସେହି ମାନେ ହିଁ ଜାଣିଛନ୍ତି। ନିର୍ବାଚନ ସମୟରେ କିନ୍ତୁ ଏହା ଅଧିକ ଦେଖିବାକୁ ମିଳେ। ଜନତା ମାନଙ୍କ ସ୍ବାର୍ଥ ପାଇଁ ଲଢ଼ୁଥିବା ଏହି ପ୍ରତିନିଧି ମାନେ ସେମାନଙ୍କ ଫାଇଦା ପାଇଁ ବି ଅନେକ ସମୟରେ ଏହା କରିଥାନ୍ତି।

ଏହା ଭିତରେ ଥିବା ରାଜନୀତିକ ସମୀକରଣ କୁ ବୁଝିବା ଭାରି କଷ୍ଟକର କଥା।ତେବେ ଏବେ ଜଣେ ଏମିତି ନେତା ଦଳ ପରିବର୍ତ୍ତନ କରିଛନ୍ତି, ଯିଏକି ବହୁତ୍ ଚର୍ଚ୍ଚାରେ ରହିଥିଲେ। ସେ ହେଉଛନ୍ତି ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀ ର ଅରେଇ ପଞ୍ଚାୟତର ସରପଂଚ ଦେବାନନ୍ଦ ମଲ୍ଲିକ।

ସେ ଚର୍ଚ୍ଚାରେ ଏଥିପାଇଁ ରହିଥିଲେ, କାରଣ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ଘରେ ଭୋଜନ କରିଥିଲେ ନିର୍ବାଚନ ସମୟରେ। ଆଉ ସେହି ନେତାଙ୍କ ଘରୁ ଆତିଥ୍ୟ ଗ୍ରହଣ କରି, ମଧ୍ୟାହ୍ନ ଭୋଜନ କରି ନିର୍ବାଚନ ପ୍ରଚାର ମଧ୍ୟ ବିଜେପିର ଚାଣକ୍ୟ କୁହା ଯାଉଥିବା ଅମିତ୍ ଶାହା। କିନ୍ତୁ ସେହି ବିଜେପି ନେତା ଯିଏକି ବିଜେପି ର ଏତେ ପାଖ ଲୋକ ଥିଲେ ଆଜି ସେ ବିଜେପି ର ମଙ୍ଗ ଛାଡ଼ି ଦେଇଛନ୍ତି ଏବଂ ସେହି କର୍ମୀ ଜଣଙ୍କ ଆଜି ଓଡ଼ିଶାର ଶାସକ ଦଳ, ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ବୋଲି ସୂଚନା ମିଳିଛି।

ତେବେ ଆପଣଙ୍କୁ କହି ରଖୁଛୁ କି ଯାଜପୁର ଜିଲ୍ଲା ବିଂଝାରପୁର ନିର୍ଵାଚନ ମଣ୍ଡଳୀ ସ୍ତରୀୟ ବିଜେଡ଼ି ପ୍ରତିଷ୍ଠା ଦିବସ ଅବସରରେ ସେହି ଅରେଇ ପଞ୍ଚାୟତର ସରପଂଚ ଦେବାନନ୍ଦ ମଲ୍ଲିକ ନିକଟରେ ବିଜେଡିରେ ସାମିଲ ହୋଇଛନ୍ତି। କେବଳ ସେ ନୁହେଁ ଅନ୍ୟ କର୍ମୀ ମାନେ ମଧ୍ୟ ଏହି ପ୍ରତିଷ୍ଠା ଦିବସ ଅବସରରେ ବିଜୁ ଜନତା ଦଳ ରେ ଯୋଗ ଦେଇଥିଲେ।ଏହି ଅବସରରେ ବିଜେପି ସମେତ କଂଗ୍ରେସ ଦଳର ମଧ୍ୟ ଅନେକ ନେତା ଓ କର୍ମୀ ବୃନ୍ଦ ମାନେ ବିଜେଡିରେ ମିଶି ଥିଲେ।

ତେବେ ସେମାନଙ୍କ କହିବା କଥା ଯାହା ଥିଲା ଯେ, ସେମାନେ ଓଡ଼ିଶାର ଶାସନ ଭାର ଦୀର୍ଘ ଦିନ ଧରି ଚଳାଇ ଆସୁଥିବା ସମସ୍ତଙ୍କର ପ୍ରିୟ ଭାଜନ ହୋଇ ପାରିଥିବା ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଛନ୍ତି ଏବଂ ବିଜେଡି ଦଳରେ ଆସି ସାମିଲ ହୋଇ ଛନ୍ତି।

ତେବେ ବିଜୁ ଜନତା ଦଳର ଏହି ଦଳୀୟ କାର୍ଯ୍ୟକ୍ରମରେ ଅର୍ଥାତ୍ ନିର୍ଵାଚନ ମଣ୍ଡଳୀ ସ୍ତରୀୟ ବିଜେଡ଼ି ପ୍ରତିଷ୍ଠା ଦିବସ ଅବସରରେ ବିଂଝାରପୁର ର ବିଧାୟିକା ପ୍ରମିଳା ମଲ୍ଲିକ, ଏବଂ ବିଂଝାରପୁର ବ୍ଲକ ଅଧ୍ୟକ୍ଷ ନନ୍ଦ କିଶୋର ସାମଲ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଏହାଛଡା ସେମାନେ ବିଜେଡି ର ଲୋକାଭିମୁଖୀ ଏବଂ ଜନସାଧାରଣ ଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ପକ୍ଷରୁ ହୋଇଥିବା ସରକାରୀ କାର୍ଯ୍ୟକ୍ରମ ଓ ସ୍ଥିର ସରକାର ଓଡିଶା ବାସୀଙ୍କ ବିଶ୍ୱାସ ଭାଜନ କିପରି ହୋଇ ପାରିଛି କହିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।