ବଡ଼ଖୁଲାସା ! ହେ ଭଗବାନ ପରୀ କୁ ବଳୀ ଦିଆଯାଇଛି ! କଣ୍ଟ୍ରାକ୍ଟର ଏବଂ ଏହି ବଡ଼ ନେତାଙ୍କର ସମ୍ପୃକ୍ତି….
ରାଜ୍ୟରେ ଏବେ ପରୀ ମୃତ୍ୟୁ ଘଟଣା ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଏହି ମୃତ୍ୟୁ ଘଟଣାର ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ପରେ ବି ଏହି ମାମଲା ଥମିବାର ନାଁ ନେଉନାହିଁ। ପୂର୍ବଭଳି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଜିଦ୍ରେ ଅଟଳ ରହିବା ସହ ଏସ୍ଆଇଟି ନୁହେଁ ଏହି ମାମଲାର ସିବିଆଇ ତଦନ୍ତ କରିବାକୁ ଭାଜପା କହିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସହ ଭାଜପା ମଧ୍ୟ ବିଧାନସଭା ଗୃହରେ ହଟ୍ଟଗୋଳ ସୃଷ୍ଟି କରିଛି ।
ଏଥିପାଇଁ ବିଧାୟକ ମାନେ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି।
ତେବେ ପରୀର ଏହିଭଳି ମୃତ୍ୟୁ ପରେ ତାର ମା’ ଓ ବାପା ନ୍ୟାୟ ନ ପାଇ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ ମଧ୍ୟ କରିଥିଲେ। ଏହାପରେ ରାଜନୈତିକ ଦଳ ପକ୍ଷରୁ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରିଥିଲା। ଯାହାକୁ ନେଇ ବିଧାନସଭା ଗୃହରେ ଏଭଳି କାର୍ଯ୍ୟ ଦେଖି ବାଚସ୍ପତି ବିଧାନସଭା ବନ୍ଦ ରଖିଥିଲେ।
ଏତିକି ନୁହେଁ ଏପଟେ ନୟାଗଡ଼ ପରୀ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର କର୍ମୀ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏବିଭିପି ସଦସ୍ୟମାନେ ଗତ ମଙ୍ଗଳବାର ଭୁବନନେଶ୍ୱର ରେ ଥିବା ଅରୁଣ ସାହୁଙ୍କ ସରକାରୀ ବାସଭବନ ଘେରିବାକୁ ଉଦ୍ୟମ କରିିବା ସହ ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଦେଇଥିଲେ।
ତେବେ ଏବିଭିପି କର୍ମୀମାନେ ଅରୁଣ ସାହୁଙ୍କ ବାସଭବନ ଅଭିମୁଖେ ରାଲିରେ ଆସୁଥିବା ବେଳେ ୫୦ରୁ ଅଧିକ ଏବିଭିପି କର୍ମୀଙ୍କୁ ପୋଲିସ ଗିରଫ କରି ଉଠାଇ ନେଇଥିଲା ମଧ୍ୟ। ତେବେ ଏହିଭଳି ସ୍ଥିତି ରେ ଅରୁଣ ସାହୁ ତାଙ୍କର ବୟାନ ରଖିଛନ୍ତି ଏବଂ ସ୍ପଷ୍ଟୀକରଣ ମଧ୍ୟ ଦେଇଛନ୍ତି ଯେ ଏହି ଘଟଣା ରେ ବହୁତ୍ ଆଘାତ ପାଇଛନ୍ତି ସେ ଏବଂ ଏଥିପାଇଁ ସେ ମର୍ମାହତ । ତେଣୁ ସେ ପରୀ ମୃତ୍ୟୁ ମାମଲାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ କୁ ସ୍ବାଗତ କରୁଛନ୍ତି। ଯିଏ ବି ପ୍ରକୃତ ଦୋଷୀ ବା ଅଭିଯୁକ୍ତ ତାକୁ ଉପଯୁକ୍ତ ଦଣ୍ଡ ବିଧାନ ହେବା ଆବଶ୍ୟକ ବୋଲିି ସେ କହିଛନ୍ତି।
ତେବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି ଏବଂ କହିଛନ୍ତି ଯେ ଏହାର ଉପଯୁକ୍ତ ତଦନ୍ତ ହେବା ନିହାତି ଆବଶ୍ୟକ।ସେ କହିଛନ୍ତି ଯେ, କୌଣସି ସମ୍ବେଦନା ଭରା ଶବ୍ଦ ଏହି କ୍ଷତ ଭରି ପାରିବ ନାହିଁ । ପରୀ ଅପହରଣ ଏବଂ ହତ୍ୟା ଘଟଣାରେ ତ୍ୱରିତ ଓ ନିରପେକ୍ଷ ତଦନ୍ତ ହେଲେ ଯାଇ ଏହାର ପ୍ରକୃତ ଦୋଷୀ ସାମ୍ନାକୁ ଆସିବ ଏବଂ ପରୀ କୁ ନ୍ୟାୟ ମିଳିବ ।
ଏହାଛଡା ଏସ୍ ଆଇ ଟି ଗଠନ ଏବଂ ଏହି ସଂକ୍ରାନ୍ତୀୟ ଖବର କୋର୍ଟ ର ମାଜିଷ୍ଟ୍ରେଟ ଙ୍କୁ ପଠା ଯିବାକୁ ନେଇ କଂଗ୍ରେସ ବିଧାୟକ ବିକ୍ରମ କେଶରୀ ଆରୋଖ ମଧ୍ୟ ବିଧାନସଭାର ସଭା ଗୃହରେ ଉଠାଇଥିଲେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।