ବଡ ଖବର ! ଟେନିସ୍ ତାରକା ସାନିଆ ମିର୍ଜାଙ୍କ ସ୍ୱାମୀ ଶୋଏବଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ଦ୍ରୁତ ଗତିରେ ଯାଉଥିବା ବେଳେ ଟ୍ରକ୍କୁ ପିଟିଲା କାର୍, ଆରୋଗ୍ୟ କାମନା ପାଇଁ ପ୍ରାଥନା କରନ୍ତୁ….
ପାକିସ୍ତାନ ର କ୍ରିକେଟର ଓ ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କ ସ୍ୱାମୀ ସୋଏବ ମଲ୍ଲିକ ଙ୍କ ସମ୍ପର୍କିତ ଏକ ବଡ଼ ଖବର ଏବେ ସାମ୍ନା କୁ ଆସିଛି।ଗତ କାଲି ସୋଏବଙ୍କ ଗାଡି ଦୁର୍ଘଟଣାଗସ୍ତ ହୋଇଛି।ଏହା ବର୍ତ୍ତମାନ ର ସବୁଠାରୁ ବଡ଼ ଖବର ପାଲଟିଛି । କୁହାଯାଉଛି କି ସୋଏବଙ୍କ କାର ଅତି ଦ୍ରୁତ ଗତିରେ ରାସ୍ତାରେ ଯାଉ ଥିଲା।ଏହି ସମୟରେ ରାସ୍ତାର ଏକ ପାର୍ଶ୍ଵରେ ଗୋଟିଏ ଟ୍ରକ ଛିଡ଼ା ହୋଇ ଥିଲା ଓ ସୋଏବ ଙ୍କ କାର ଭାରସାମ୍ୟ ହରାଇ ସେହି ଟ୍ରକ ରେ ଯାଇ ବାଡ଼େଇ ହୋଇ ଥିଲା।
ତେବେ ମିଳି ଥିବା ସୂଚନା ଅନୁଯାୟୀ ସୋଏବ ମଲ୍ଲିକ ସେହି ସମୟରେ ଗାଡ଼ି ଭିତରେ ଥିଲେ।ମାତ୍ର କିଛି ପାକିସ୍ତାନୀ ରିପୋର୍ଟର କହିଛନ୍ତି କି ଦୁର୍ଘଟଣା ସମୟରେ ସୋଏବ ଗାଡ଼ି ରେ ନଥିଲେ କି ସେ ଗାଡ଼ି ମଧ୍ୟ ଚଳାଉ ନଥିଲେ।
ମାତ୍ର ଏବେ ମିଳି ଥିବା ସୂଚନା ଅନୁଯାୟୀ ବାସ୍ତବରେ ସୋଏବ ମଲ୍ଲିକ ସେହି ସମୟରେ ଗାଡ଼ି ରେ ଥିଲେ ଓ ସେ ନିଜେ ଗାଡ଼ି ମଧ୍ୟ ଚଳାଉ ଥିଲେ।ମାତ୍ର ସେ ଏବେ ସୁରକ୍ଷିତ ଅଛନ୍ତି।କିନ୍ତୁ ତାଙ୍କର ଗାଡ଼ି ସମ୍ପୂର୍ଣ୍ଣ ଭାବେ ଡ୍ୟାମେଜ ହୋଇ ଯାଇଛି।
ଏବେ ସୋସିଆଲ ମିଡ଼ିଆରେ ସୋଏବ ମଲ୍ଲିକ ଙ୍କ ଦୁର୍ଘଟଣାଗ୍ରସ୍ତ ଗାଡ଼ିର ଫଟୋ ବହୁଳ ଭାବେ ଭାଇରାଲ ହେବାରେ ଲାଗିଛି।କାର ଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇ ଯାଇଛି,ଯାହା ପ୍ରମାଣ କରୁଛି ଏହି ଦୁର୍ଘଟଣା କେତେ ଭୟଙ୍କର ଥିଲା ଏବଂ ଆହୁରୀ ଅଧିକ ଭୟଙ୍କର ହୋଇ ଥାଆନ୍ତା ଯଦି ଠିକ ସମୟରେ ସେହି କାର ମଧ୍ୟରୁ ସୋଏବ ମଲ୍ଲିକ ବାହାରି ଆସି ନଥାନ୍ତେ ତ।
#BREAKING #Pakistan cricketer @realshoaibmalik car met an accident outside #National High Performance Centre, #Lahore after leaving #PSLDRAFT venue. But Alhambulillah #ShoaibMalik is safe@MirzaSania @DennisCricket_ pic.twitter.com/prCCwFuZC0
— Ghulam Abbas Shah (@ghulamabbasshah) January 10, 2021
ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି କି ସୋଏବ ମଲ୍ଲିକ ଗାଡ଼ି ରେ ଥିଲେ କିନ୍ତୁ ସେ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।ତାଙ୍କ ସହିତ ଅନ୍ୟ ଯେଉଁମାନେ ଗାଡ଼ି ଭିତରେ ଥିଲେ ସେମାନେ ମଧ୍ୟ ସୁରକ୍ଷିତ ଅଛନ୍ତି ବୋଲି ସୋଏବ ଟ୍ୱିଟ କରି ଜଣାଇଛନ୍ତି।
ମାତ୍ର ଗାଡ଼ି ଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।ଦୁର୍ଘଟଣା ସମୟରେ ସେଠାରେ ଥିବା ପ୍ରତ୍ୟକ୍ଷ ଦର୍ଶୀ ଲୋକଙ୍କ କହିବା ଅନୁଯାୟୀ, ଟ୍ରକ ଟି ରାସ୍ତା ର ପାର୍ଶ୍ଵରେ ଛିଡ଼ା ହୋଇ ଥିଲା ଏବଂ ବିପରୀତ ଦିଗରୁ ସୋଏବ ମଲ୍ଲିକ ଅତି ଦ୍ରୁତ ଗତିରେ କାର ଚଳାଇ ଆସୁ ଥିଲେ ଏବଂ ନିଜର ଭାରସାମ୍ୟ ହରାଇ ସେହି ଟ୍ରକକୁ ବାଡ଼େଇ ଦେଇ ଥିଲେ।ତେବେ ଏହି ଘଟଣା ଟି ପାକିସ୍ତାନ ର ଲାହୋର ନିକଟସ୍ଥ ନ୍ୟାଶନାଲ ହାଇ ପରଫରମାନ୍ସ ସେଣ୍ଟର ନିକଟରେ ହୋଇଛି ବୋଲି ଜଣା ପଡ଼ିଛି।
ଏଠାରେ ଏକ ରେଷ୍ଟୁରାଣ୍ଟ ଥିଲା ଏବଂ ରେଷ୍ଟୁରାଣ୍ଟ ପାଖରେ ଟ୍ରକ ଟି ଛିଡ଼ା ହୋଇ ଥିଲା।ତେବେ ପ୍ଲେୟାର ଡ୍ରାଫ୍ଟ ଇଭେଣ୍ଟ୍ ରେ ଯୋଗ ଦେଇ ଥିଲେ ସୋଏବ ମଲ୍ଲିକ ଏବଂ ସେଠାରୁ ଫେରିବା ବେଳେ ପାକିସ୍ତାନର ଖେଳାଳୀ ୱାହାବ ରିଆଜ୍ ଓ ସୋଏବ ଙ୍କ ମଧ୍ୟରେ କାର ରେସିଂ ହୋଇ ଥିଲା।ଏହି ସମୟରେ ଏହି ଦୁର୍ଘଟଣା ଘଟିଛି ବୋଲି ଜଣା ପଡ଼ିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।