ବଡ ଘୋଷଣା ! ମହିଳା ଙ୍କୁ ମିଳିବ ୬୦ ହଜାର ଟଙ୍କା । ଗାଁ ରୁ ସହର ସମସ୍ତେ ଉଠାଇ ପରିବେ ଏହାର ଫାଇଦା…..
ମହିଳା ଙ୍କୁ ମିଳିବ ୬୦ ହଜାର ଟଙ୍କା । ଗାଁ ରୁ ସହର ସମସ୍ତେ ପାଇବେ ଅର୍ଥ ।ସବୁ ମହିଳା ମାନଙ୍କୁ ମିଳିବ ୬୦ ହଜାର ଟଙ୍କା। ଏମିତି ଖବର ଏବେ ସୋସିଆଲ ମିଡିଆରେ ବହୁ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଜୋର୍ ଦାର୍ ଚର୍ଚ୍ଚା ଚାଲିଛି । ତେବେ କୌଣସି ଖବର ସୋସିଆଲ ମିଡିଆରେ ପ୍ରକାଶ ପାଇଲେ ସେହି ଖବର ଖୁବ୍ କମ୍ ସମୟ ଭିତରେ ଭାଇରାଲ ହୋଇ ଥାଏ ।
ସବୁଠୁ ବଡ଼ କଥା ହେଲା ସୋସିଆଲ ମିଡ଼ିଆ ରେ ଯେଉଁ ମହିଳା ମାନଙ୍କୁ ୬୦ ହଜାର ଟଙ୍କା ମିଳିବ ବୋଲି ଖବର ଭାଇରାଲ ହେଉଛି ତାହା କେନ୍ଦ୍ର ସରକାର ଙ୍କ ଯୋଜନା ସହିତ ଜଡିତ ରହିଛି ।
ଜାତୀୟ ଗଣ ମାଧ୍ୟମ ରୁ ମିଳି ଥିବା ସୂଚନା ଅନୁଯାୟୀ ଏକ ୟୁଟିୟୁବ ଭିଡିଓ ରେ ଦାବି କରା ଯାଉଛି ଯେ କେନ୍ଦ୍ର ସରକାର ଙ୍କ ମହିଳା ସଶକ୍ତି କରଣ ଯୋଜନା ଅନୁସାରେ କେନ୍ଦ୍ର ସରକାର ଏବେ ସମସ୍ତ ମହିଳା ମାନଙ୍କୁ ୬୦ ହଜାର ଟଙ୍କା ଦେଉ ଅଛନ୍ତି । ତେବେ ଆଜିର ସମୟ ରେ ମାଗଣା ରେ ବସି ବସି ଟଙ୍କା ପାଇବା କିମ୍ୱା ସରକାରୀ ଯୋଜନା ର ଫାଇଦା ଉଠାଇବା ପାଇଁ କାହାର ବା ଇଛା ନଥାଏ ।
ଭାଇରାଲ ଖବର କୁ ବିଶ୍ୱାସ ନାହିଁ ବାସ୍ତବ ରେ କହିବାକୁ ଗଲେ କରନା ସଂକ୍ରମଣ ସଙ୍କଟ ସମୟ ରେ ସରକାର ଜନଧନ ଆକାଉଣ୍ଟ୍ ଥିବା ମହିଳା ମାନଙ୍କୁ ଅନେକ ପ୍ରକାର ସହାୟତା ଦେଇଛନ୍ତି।ତାଲା ବନ୍ଦ୍ ବା ଲକ୍ ଡାଉନ୍ ସମୟ ରେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜ ଅନୁସାରେ ଏପ୍ରିଲ ମାସ ଠାରୁ କ୍ରମାଗତ ତିନି ମାସ ମହିଳା ଜନଧନ୍ ଆକାଉଣ୍ଟ୍ ଧାରି ମହିଳା ମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ କୁ କ୍ରମାଗତ ୫୦୦ ଟଙ୍କା ଲେଖାଏଁ ପଠା ଯାଇଥିଲା ।
ତେବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଏହି ଖବର ଟି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ । କେବଳ ଜନ ସାଧାରଣ ଙ୍କ ବ୍ରିଭାନ୍ତ କରିବା ପାଇଁ ଏହା ଉଦ୍ଧିଷ୍ଟ ବୋଲି ଜଣା ପଡିଛି। BIP ଫ୍ୟାକ୍ଟ ଚେକ୍ ରିପୋର୍ଟ ଅନୁସାରେ ମହିଳା ମାନେ ସେମାନଙ୍କ ଆକାଉଣ୍ଟ୍ ରେ ୬୦ ହଜାର ଟଙ୍କା ଜମା ହେଉ ଥିବା ଖବର ସମ୍ପୂର୍ଣ ଭାବେ ମିଥ୍ୟା ଅଟେ । କେନ୍ଦ୍ର ସରକାର ଙ୍କ ତରଫରୁ ମହିଳା ମାନଙ୍କୁ ସେହି ପରି କିଛି ଅର୍ଥ ଦିଆ ଯାଇ ନାହିଁ ।
ଏହି ପରି ନିୟୁଜ ଉପରେ ବିଶ୍ୱାସ ନକରିବା ପାଇଁ ପରାମର୍ଶ ଦିଆ ଯାଇଛି। ତେଣୁ ଏହି ପରି ସମସ୍ତ ନୀୟୁଜ୍ ଉପରେ ଭରସା କରି କୌଣସି ପ୍ରକାର ବିଶ୍ୱାସ କରନ୍ତୁ ନାହିଁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।