ଅଭିନେତା Anubhav ମହାନ୍ତି କହିଲେ ନିଜ ହୃଦୟର କଥା ! କହିଲେ ଏଭଳି ଫିଲ୍ମ ମୁଁ କେବେ ଦେଖିନି.. Babusanଙ୍କ ଭିତରେ ଦମ ଅଛି ?
ମ୍ୟାଲେରିଆ ନିରାକରଣ ତଥା ସଚେତନତା କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଦମନ’ର ପ୍ରଦର୍ଶନ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି । ଅପହଞ୍ଚ ତଥା ମାଲକାନଗିରି ର ଦୁର୍ଗମ ଅଞ୍ଚଳ ରେ ସ୍ୱାସ୍ଥ୍ୟ ସେବା ପାଇଁ ଜଣେ ଯୁବ ଡାକ୍ତର ଙ୍କ ମାନବିକତା । ଯାହା ନୂଆ ଉଦାହରଣ ସୃଷ୍ଟି ହୋଇଛି ତାହା ଏହି ଚଳଚ୍ଚିତ୍ରର ମୁଖ୍ୟ ବିଷୟ ବସ୍ତୁ।
ସ୍ୱାସ୍ଥ୍ୟ ବିଭାଗ ସହ ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ସେବା ମନୋଭାବ କୁ ଆହୁରି ମଜବୁତ୍ କରିବା ଦିଗରେ ଏହା ବେଶ୍ ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି । ଏହା ସହ ଏକ ସୁସ୍ଥ ଓ ସଚେତନ ସାମାଜର ବିକାଶ ପାଇଁ ସରକାରଙ୍କ ସମସ୍ତ ବିଭାଗ ସମନ୍ଵୟ ରଖି କାମ କରିବା କୁ ମୁଖ୍ୟମନ୍ତ୍ରୀ ଆହ୍ଵାନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଯାହା ଘୋଷଣା କରିଛନ୍ତି, ତାହା ପ୍ରକୃତ ରେ ସ୍ବାଗତ ଯୋଗ୍ୟ ବୋଲି ସାଧାରଣ ଲୋକ ମତ ପ୍ରକାଶ କରିଛନ୍ତି । ଦୁର୍ଗମ୍ୟ ଓ ଅପହଞ୍ଚ ଅଞ୍ଚଳ ରେ ଜଣେ ଯୁବ ଡାକ୍ତର ଅନେକ ଅସୁବିଧାର ସମ୍ମୁଖୀନ ହୋଇ ଗରିବ ଲୋକ ଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ସମସ୍ତ ଙ୍କ ପାଇଁ ଉଦାହରଣ ପାଳଟିଛନ୍ତି । ସେବା ଓ ତ୍ୟାଗ ମନୋଭାବ ନେଇ ସମସ୍ତ ଙ୍କୁ ହୃଦୟର ସହିତ ସାହାଯ୍ୟ କରିବା ହେଉଛି ମାନବିକତାର ପରିଚୟ ।
ଆପଣ ମାନେ ସମସ୍ତେ ତ ଓଲିଉଡ ଜଗତର ଜଣାଶୁଣା ଅଭିନେତା ବାବୁଶାନ୍ ମହାନ୍ତି ଙ୍କୁ ଭଲ ଭାବେ ଜାଣିଥିବେ ।ଏହି ଅଭିନେତା ଜଣକ ତାଙ୍କ ଅଭିନୟ ମାଧ୍ୟମ ରେ ଦର୍ଶକ ଙ୍କ ହୃଦୟ ରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି ।ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି ।ଏହି ଅଭିନେତା ଜଣଙ୍କ ର ଅଭିନୟ ଦେଖିବା କୁ ଦର୍ଶକ ମାନଙ୍କର ଭିଡ ରହିଥାଏ ।ଏବେ ଏହି ଅଭିନେତା ଙ୍କ ଅଭିନୀତ ଫିଲ୍ମ୍ ଦମନ ଆସିଛି ।
ଏହି ଫିଲ୍ମକୁ ନେଇ ଅନେକ ଲୋକ ଅନେକ ମତ ଦେଇଛନ୍ତି ।ଆପଣ ମାନେ ସମସ୍ତେ ତ ଓଲିଉଡ ଜଗତର ଆଉ ଜଣେ ମହାନ୍ କଳାକାର ଅନୁଭବ ମହାନ୍ତିଙ୍କୁ ଜାଣିଥିବେ ।ଏହି ମହାନ୍ କଳାକାର ଅନୁଭବ ମହାନ୍ତି ଅଭିନେତା ବାବୁଶାନ୍ ମହାନ୍ତି ଙ୍କ ଅଭିନୀତ ଫିଲ୍ମ୍ ଦମନ କୁ ନେଇ କିଛି ପ୍ରତିକ୍ରିୟା ରଖିଛନ୍ତି ।ଓଡ଼ିଶା ବାସୀ ଙ୍କ ପାଇଁ ଆସି ଯାଇଛି ଦମନ ଫିଲ୍ମ୍ ।ଆଉ ଏହି ଫିଲ୍ମକୁ ଓଡ଼ିଶା ବାସୀ ବହୁତ ପସନ୍ଦ କରିଛନ୍ତି ।ଏହି ଫିଲ୍ମକୁ ସମସ୍ତେ ବହୁତ ଭଲ ପାଇବା ଦେଇଛନ୍ତି ।
ଅଭିନେତା ଅନୁଭବ ମହାନ୍ତି ଏହି ଦମନ ଫିଲ୍ମ୍ ଦେଖିସରିବା ପରେ କହିଛନ୍ତି ତାଙ୍କୁ ଏହି ଫିଲ୍ମ୍ ବହୁତ ଭଲ ଲାଗିଲା ।ଆଉ ଅଲ ଦ ବେଷ୍ଟ ଦମନ ଗ୍ରୁପ ।ଆମ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଏମିତି ଫିଲ୍ମ୍ ତିଆରି ହେଉ ।ଆଗକୁ ମଧ୍ୟ ଏଭଳି ଫିଲ୍ମ୍ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଆସିବ ।ଏହି ଫିଲ୍ମ୍ ଇଂରାଜୀ ଏବଂ ହିନ୍ଦୀରେ ରିଲିଜ୍ ହେବାକୁ ଯାଉଛି ।ଅନୁଭବ ମହାନ୍ତି ଏହି ଫିଲ୍ମକୁ ଦେଖି ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି ।