ବାବା ୱାଙ୍ଗାଙ୍କ ଭବିଷ୍ୟବାଣୀ : ୨୦୨୧ ଆଣିବାକୁ ଯାଉଛି ଖୁସି ଖବର, ବିଶ୍ୱରୁ ଲୋପ ପାଇବ କ୍ୟାନ୍ସର ରୋଗ । କିନ୍ତୁ ଘଟିବ ଏହିସବୁ ଭୟାନକ ଘଟଣା…
ପୃଥିବୀ ଉପରକୁ ମାଡ଼ି ଆସୁଥିବା ବିପଦ ଏବଂ ପୃଥିବୀ ପ୍ରଳୟ ହେବାକୁ ନେଇ ଯେଉଁ ସବୁ ଭବିଷ୍ୟ ବାଣୀ ମାନ ରହିଛି ତାହା ସମସ୍ତଙ୍କୁ ନିଶ୍ଚିତ ଚିନ୍ତାରେ ପକାଉଥିବ। କାରଣ ପୃଥିବୀ ପୃଷ୍ଠରେ ଆମେ ବାସ କରୁ ଥିବାରୁ ଏହାର ଶେଷ ବା ଧ୍ଵଂସ ହେବାକୁ ନେଇ ଆମେ ସହଜରେ କଳ୍ପନା କରି ପାରୁ ନାହିଁ। ତେବେ ଅନେକ ଏହାକୁ ନେଇ ଭବିଷ୍ୟବାଣୀ କରୁଥିବା ବେଳେ ଏହାର ସତ୍ୟତା କୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।
ତେବେ ଏହି ପରିପ୍ରେକ୍ଷୀରେ ଜଣେ ବାବା ଯାହାଙ୍କ ନାମ ହେଉଛି ବାବା ୱାଙ୍ଗା ତାଙ୍କର ଭବିଷ୍ୟ ବାଣୀ କୁ ହଦାହରଣ ସ୍ୱରୂପ ନିଆ ଯାଇପାରେ।ଯାହାଙ୍କର ଭବିଷ୍ୟବାଣୀ ଅନେକାଂଶରେ ସତ ପ୍ରମାଣିତ ହୋଇଛି।
ଯେମିତି କି ସୋଭିଏତ୍ ସଂଘ ଭାଙ୍ଗିବା କଥା ହେଉ କି ୦୯,୨୦୧୧ ର ଆକ୍ରମଣ କଥା ହେଉ କିମ୍ବା ପ୍ରିନସେସ୍ ଡାଏନାଙ୍କ ମୃତ୍ୟୁ କୁ ନେଇ ହୋଇଥିବା ଭବିଷ୍ୟବାଣୀ ହେଉ ଅଥବା ଶର୍ମିବେଲ ବିପତ୍ତି ଭଳି ଘଟଣା କଥା ହେଉ, ଏସବୁ ସବୁ ଅତୀତରେ ସତ ପ୍ରମାଣିତ ହୋଇଛି। ଏପରିକି ଏହି ବାବା ତାଙ୍କ ନିଜର ମୃତ୍ୟୁର ଭବିଷ୍ୟବାଣୀ ମଧ୍ୟ କରିଛନ୍ତି।
ତାଙ୍କ କହିବା ଅନୁସାରେ ଏହି ବ୍ରହ୍ମାଣ୍ଡ ୫୦୭୯ରେ ସମାପ୍ତ ହୋଇଯିବ। ଏହାଛଡା ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଆସୁଥିବା ବର୍ଷ ୨୦୨୧ ଏକ ଆସ୍ଵସ୍ତିକର ଖବର ସମସ୍ତଙ୍କୁ ଦେବ। କାରଣ ଏହିବର୍ଷା ସାରା ବିଶ୍ବ କ୍ୟାନସର ଭଳି ରୋଗରୁ ମୁକ୍ତି ପାଇବ କାହିଁକି ନା ଏହି ବର୍ଷ ବିଶ୍ବକୁ କ୍ୟାନସର ରୋଗର ଚିକିତ୍ସା ପାଇଁ ଔଷଧ ତଥା ପ୍ରଣାଳୀ ଉପଲବ୍ଧ ହୋଇଯିବ।
ତେବେ ଏହା ସହିତ ସେ କରିଥିବା ଆଉ ଏକ ଭବିଷ୍ୟବାଣୀ ସମସ୍ତଙ୍କୁ ଭୟଭୀତ କରି ଦେଇଛି ଯେ ଆସନ୍ତା ବର୍ଷ ୨୦୨୧ ରେ ଆସିବ ଏକ ବଡ଼ ପ୍ରଳୟ ଆଉ ଏହି ବର୍ଷ ମାନବ ଜାତି ପାଇଁ ଖୁବ୍ ବିପଦଜନକ ପ୍ରମାଣିତ ହେବାକୁ ଯାଉଛି। ଏହିବର୍ଷ ଅର୍ଥାତ୍ ୨୦୨୧ ରେ ଦୁନିଆକୁ ଅନେକ ଗୁଡିଏ ପ୍ରଳୟ ଓ ଗମ୍ଭୀର ବିପତ୍ତିର ସମ୍ମୁଖୀନ ହେବାକୁ ପଡିବ। ଯେଉଁଥିରେ ମାନବ ସମାଜ ଗଭୀର ମାତ୍ରାରେ କ୍ଷତିଗ୍ରସ୍ତ ହେବ। ଚୀନ ର ଅଧିକ କ୍ଷତି ସୃଷ୍ଟି ହେବ ବୋଲି ସେ ଇଙ୍ଗିତ କରିଛନ୍ତି।
ଏହାଛଡା ପେଟ୍ରୋଲ ର ଅଭାବ ଦେଖାଯିବା ପରେ ଟ୍ରେନ୍ ସୂର୍ଯ୍ୟ ରଶ୍ମିରେ ଉଡ଼ିବା ଭଳି ଘଟଣା ମାନ ଦେଖିବାକୁ ମିଳିବ। ଏହା ସହିତ ସେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଋଷ ରାଷ୍ଟ୍ରପତି ପୁଟିନ ଙ୍କ ବିଷୟରେ କରିଥିବା ଭବିଷ୍ୟବାଣୀ ମଧ୍ୟ ଭୟାନକ ଅଟେ। ତାଙ୍କ ଅନୁସାରେ ଟ୍ରମ୍ପ ଏକ ଅସାଧାରଣ ରୋଗରେ ପୀଡ଼ିତ ହୋଇ ତାଙ୍କର ଶ୍ରବଣ ଶକ୍ତି ହରାଇବେ ଏବଂ ବ୍ରେନ୍ ଟ୍ରମା ରେ ପୀଡ଼ିତ ହେବେ।ସେହି ଭଳି ପୁଟିନ ମଧ୍ୟ ତାଙ୍କ ଦେଶବାସୀଙ୍କ ଦ୍ବାରା ଅନେକ ଥର ମରଣାତ୍ମକ ଆକ୍ରମଣର ଶିକାର ହେବେ ।
ୟୁରୋପରେ ଇସ୍ଲାମ କଠୋରପନ୍ଥୀ ମାନେ ମଧ୍ୟ ପୁଟିନ ଙ୍କୁ ଆକ୍ରମଣ କରିବାର ସମ୍ଭାବନା ରହିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।