ବାଃ ବାଃ ରେ ପୁଅ ! ଚାଷୀ ପୁଅ ହେଲେ ଇସ୍ରୋ ବୈଜ୍ଞାନିକ, ଓଡ଼ିଶାର ପୁଅ ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ….

କୁହା ଯାଏ ଦୃଢ଼ ଇଛା ଓ କଠିନ ପରିଶ୍ରମ ସାମ୍ନା ରେ ସବୁ କିଛି ହାର ମାନି ଥାଏ ।ଆମେ ଏମିତି ବହୁତ୍ ଉଦାହରଣ ଦେଖିଛୁ ଯୋଉଠି ଦୃଢ଼ ଇଛା ଓ କଠିନ ପରିଶ୍ରମ ସାମ୍ନା ରେ କଠିନ ରୁ କଠିନ ପରିସ୍ଥିତି ହାର ମାନି ଅଛି। ଏବେ ପୁଣି ଏକ ସେମିତି ଘଟଣା ଆମ ସାମ୍ନା କୁ ଆସିଛି ଯେଉଁଠି ଚାଷୀ ପୁଅ ର ବଡ଼ ସଫଳତା ହୋଇଛି । ଓଡ଼ିଶା ପୁଅ ଓଡ଼ିଆ ପୁଅ ହୋଇ ସେ ଆଜି ଏତେ ବଡ ସଫଳତା ହାସଲ କରିଛନ୍ତି।

ନିଜର ଦୃଢ଼ ଇଚ୍ଛା ଓ ଏକାନ୍ତ ପରିଶ୍ରମ ବଳରେ ସେ ଆଜି ଇସ୍ରୋ ର ବୈଜ୍ଞାନିକ ହୋଇ ପାରିଛନ୍ତି ବରଗଡ଼ ଜିଲ୍ଲା ଆମ୍ବପଲି ବ୍ଲକ୍ ର ଝାରପଲି ଗ୍ରାମର ନିହାର ରଞ୍ଜନ ପ୍ରଧାନ । ପିଲା ବେଳରୁ ବିଜ୍ଞାନ ପ୍ରତି ଥିବା ଆଗ୍ରହ ତାଙ୍କୁ ଆଜି ବୈଜ୍ଞାନିକ କରି ପାରିଛି ।

ଝରପାଲି ଗାଁ ର ରାଜକୁମାର ପ୍ରଧାନ ଏବଂ ପାଙ୍କୋଜିନି ପ୍ରଧାନ ଙ୍କ ସାନ ପୁଅ ନିହାର ରଞ୍ଜନ ପ୍ରଧାନ ସଫଳତା ପାଇଁ ବାପା ମା ଓ ଶିକ୍ଷକ ମାନଙ୍କୁ ଶ୍ରେୟ ଦେଇଛନ୍ତି । ନିହାର ରଞ୍ଜନ ଙ୍କ ଏହି ସଫଳତା ପରେ ଘର ପରିବାର ଲୋକ ଓ ସ୍ଥାନୀୟ ଲୋକ ମାନଙ୍କ ଭିତରେ ଖୁସି ର ଲହରୀ ଖେଳି ଯାଇଛି । ତେବେ ପିଲା ଦିନରୁ ନିହାର ରଞ୍ଜନ ପ୍ରଧାନ ସବୁବେଳେ ବୈଜ୍ଞାନିକ ହେବେ ବୋଲି ଚାହୁଁ ଥିଲେ ଆଉ ତାଙ୍କର ସେହି ପିଲା ଦିନର ସ୍ବପ୍ନ ଆଜି ପୂରଣ ହୋଇଛି ବୋଲି ସେ କହିଛନ୍ତି ।

ଏପରି ଏକ ବଡ଼ ସଫଳତା ପାଇଁ ସେ ତାଙ୍କ ବାପା ଓ ମାଆ ଓ ପରିବାର ଲୋକ ମାନଙ୍କୁ ଧନ୍ୟବାଦ ଜଣାଇ ଅଛନ୍ତି । କହିଛନ୍ତି ଯେ ତାଙ୍କ ପରିବାର ଲୋକ ତାଙ୍କ ପାଇଁ ଅନେକ ତ୍ୟାଗ କରିଛନ୍ତି ଓ ତାଙ୍କ ପାଠ ପଢା ପାଇଁ ମଧ୍ୟ। ପିଲା ବେଳରୁ ଖେଳ ଖେଳ ରୁ ହିଁ ତାଙ୍କୁ ବୈଜ୍ଞାନିକ ହେବା ପାଇଁ ଇଚ୍ଛା ଥିଲା । ପିଲା ବେଳରୁ ସେ ବହୁତ୍ ପରିଶ୍ରମ କରି ଭଲ ପାଠ ମଧ୍ୟ ପଢୁ ଥିଲେ ।

ଗୋଟିଏ ପରେ ଗୋଟିଏ ସୋପାନ ନିଜ ସ୍ବପ୍ନ ଆଡ଼କୁ ସେ ଚଢ଼ି ଚାଲି ଥିଲେ। ତେବେ ବର୍ତ୍ତମାନ ତାଙ୍କର ସବୁ ସ୍ବପ୍ନ ସାକାର ହୋଇଛି ବୋଲି ସେ କହିଛନ୍ତି । ତେବେ ଓଡ଼ିଶା ପୁଅ ଓଡ଼ିଆ ପୁଅ ହୋଇ ସେ ଆଜି ଏତେ ବଡ ସଫଳତା ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ରେ ସେ ସମସ୍ତଙ୍କୁ ଗର୍ବିତ କରାଇ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।