ଦେଖନ୍ତୁ ଭିଡ଼ିଓ – ବାଃ ବାଃ ରେ ପାଠୁଆ ପିଲା, ପାଠ ଚୁଲିକି ଗଲା ! ପୁଅ ଝିଅ ନଦୀକୂଳରେ ବସି ବିଅର ପିଆ ଚାଲିଛି, ତା ପରେ ଦୁହେଁ ଦୁହିଁଙ୍କ ମଧ୍ୟରେ ଚାଲିଛି କୁଣ୍ଢା କୁଣ୍ଢି….

ମଜା ମସ୍ତି କରିବା ପାଇଁ ଗୋଟିଏ ନିର୍ଦ୍ଧିଷ୍ଟ ବୟସ ଥାଏ ଆଉ ଗୋଟିଏ ସୀମା ଥାଏ ଗୁରୁଜନ ଓ ଜ୍ଞାନୀ ଗୁଣୀ ଲୋକ ମାନେ ଏହି କଥା କହି ଯାଇଛନ୍ତି ଖାଲି ଆମ ମାନଙ୍କ ର ଭଲ ପାଇଁ। ହେଲେ ଲାଭ କ୍ଷତି ଭଲ ମନ୍ଦ କୁ କିଏବା ଖାତିର କରୁଛି । ଆଉ ଜୀବନ ମିଳିଛି ମାନେ ତାକୁ ସମ୍ପୂର୍ଣ ଭାବେ ଉପୋଭୋଗ କରୁଛନ୍ତି ଆଜି କାଲି ର ଯୁବ ପିଢ଼ି । ଆଉ ଏହି ମଜା ମସ୍ତି ଭିତରେ ଯଦି କିଛି ଅଘଟଣ ଘଟିଯାଇ ଥାଏ ତେବେ ଦାୟୀ କରାଯାଏ ବାପା ମା ଙ୍କୁ , ପ୍ରଶାସନ ଙ୍କୁ ଓ ସିଧା ସଳଖ ଭାବେ ସରକାର ଙ୍କୁ । ତେବେ ଏମିତି କିଛି ଦେଖିବାକୁ ମିଳିଛି ମହାନଦୀ କୂଳ ନିକଟ ରେ ।

ମହାନଦୀ କୂଳ ରେ କିଛି ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ବସି ଏମିତି ମଜା ମସ୍ତି କରିଥିବାର ନଜର ଆସିଛନ୍ତି। ଆଠଗଡ଼ ଥାନା ରାଉତପୂର୍ ଚଂପଦେଇ ମନ୍ଦିର ପାଖ ମହାନଦୀ କୂଳ ରେ ଏମାନେ ବସିଥିଲେ । ପାଦ ପାଣି ରେ ବୁଡି ଥିଲା ଆଉ ବେଶ୍ ଗପ ସପ ଜମିଥିଲା । ଆଉ ପାଖରେ ରଖା ଯାଇଥିଲା ଗୋଟିଏ ପେଟି ରେବ କିଛି ମଦ ବୋତଲ । କାହାକୁ ଖାତିର ନଥିଲା କି ଭୟ ବି ନଥିଲା ଉଭୟ ଯୁବକ ଯୁବତୀ ଙ୍କ ହାତରେ ଥିଲା ବିଅର୍ ବୋତଲ । ଏମାନେ କାଳେ ଆମ ଭବିଷ୍ୟତ । ପାଦ ବୁଡ଼ିକି ରହିଛି ପାଣି ର ସୁଅ ବି ଚାଲିଛି ଯଦି ନିଶା ରେ କି ଯୋସ ରେ ପାଣି କୁ ଚାଲି ଯାଉଛନ୍ତି ତେବେ ଘଟଣା ଅଲଗା ପ୍ରକାର ମୋଡ଼ ନେବ ।

ତେବେ ବର୍ତ୍ତମାନ କିଛି ପ୍ରଶ୍ନ ଉଠୁଛି , ସ୍ଵାଧୀନତା ମାନେ କଣ କେବଳ ନଦୀ କୁଳ ରେ ବସି ବିଅର ପିଇବା ? ନଦୀ କୂଳ ରେ ବସିଛନ୍ତି ବୋଲି ସମ୍ପର୍କୀୟ କୁ ଜଣାଇ ଅଛନ୍ତି ତ ? ନିଶା ପରେ କିଛି ଅଘଟଣା ଯଦି ଘଟିଜାଏ ତେବେ ଏଥିପାଇଁ ନିଜକୁ ଦାୟୀ ରଖିବେ ବୋଲି ଘୋଷଣା କରିଛନ୍ତି ତ? ପରିବାର ଲୋକ ମାନଙ୍କ ପଇସା ରେ ଏମିତି ମସ୍ତି ଚାଲିଛି ନା ନିଜ ରୋଜଗାର ଟଙ୍କା ରେ ?

ଏଠି ବସିଥିବା ସମୟ ରେ ଯଦି କେହି ଅସଦାଚରଣ କରନ୍ତି ତେବେ ହସି ହସି ସହିଯିବେ ତ ? ପାଠ ରେ ପଛୁଆ ହେଲେ ଶିକ୍ଷକ କୁ ଦାୟୀ ରଖିବେ ନାହିଁ ତ ? ଏହା ଏକ ନିଛାଟିଆ ଅଞ୍ଚଳ ଏଠାରେ ଚୋରି , ରାହାଜାନୀ ପରି ସମସ୍ୟା ହେଲେ ଚୁପ୍ ରହିବେ ତ ? ଏତେ ବଡ଼ ହେଲେଣି ଯଦି ଆଉ ପରିବାର ଉପରେ ବୋଝ କାହିଁକି ହେଉଛନ୍ତି ? ଏହି ଦୃଶ୍ୟ ଦେଖିବା ପରେ ଏମିତି କିଛି ପ୍ରଶ୍ନ ମନରେ ଉଠୁଛି ।

ବାପା ମା ମାନେ ଏମାନଙ୍କୁ ପାଠ ପଢିବା ପାଇଁ ବାହାରେ ଛାଡ଼ି ଅଛନ୍ତି ଆଉ ଆଶା ରଖିଛନ୍ତି ଯେ ସେମାନେ ଭଲ ଚାକିରି କରିବେ। କିନ୍ତୁ ବାହାରେ ହଷ୍ଟେଲ ରେ ରହୁଥିଲେ ଚାରି ଦଉଡ଼ି କଟା ଏମାନଙ୍କ ପାଇଁ । ଏମିତି କିଛି ଭୁଲ ପଦକ୍ଷେପ ପାଇଁ ଅନେକ ବଡ଼ ଅଘଟଣା ର ଶିକାର ହୋଇ ଥାଆନ୍ତି ଏମାନେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।