ବାଃ ବାଃ ରେ ଝିଅ ! ବସ ମରାମତି କରି ନିଜ ଘର ଚଳାଉଛନ୍ତି ଏହି ଝିଅ, ବାପା ଚାଲିଯିବା ପରେ ଉଠାଇଛନ୍ତି ନିଜ ଘରର ସବୁ ଦାୟିତ୍ୱ, ଏହି ଝିଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ……

ପ୍ରତ୍ୟେକ ମଣିଷର ଜୀବନରେ ଥରେ ଜନ୍ମ ଆଉ ଥରେ ମୃତ୍ୟୁ ଥାଏ। ଏହି ଭବସାଗରରୁ କେହି ବି ମୁକ୍ତି ପାଇଁ ନାହାନ୍ତି। ଏ ଦୁନିଆରେ କିଛି କରିବାକୁ ହେଲେ ସଂଘର୍ଷ କରିବାକୁ ପଡିଥାଏ,ଆଉ ଜୀବନ ସାରା ସଂଘର୍ଷ ମଧ୍ୟ ରହିଛି। କିଛି ଲୋକ ବହୁତ ସଂଘର୍ଷ କରି ଜୀବନ ବିତାଇଛନ୍ତି। ଆଉ କିଛି ଲୋକଙ୍କ ଭାଗ୍ୟ ରେ ରାଜକୀୟ ସୁଖ ରହିଥାଏ ଯାହା ପୂର୍ବରୁ ନିର୍ଦ୍ଧାରିତ। ଆଉ କିଛି ଲୋକଙ୍କ ଭାଗ୍ୟ ଏମିତି ଯେ ରାସ୍ତା କଡରେ ଶୋଇ,ଭୋକ ଉପାସରେ ଦିନ ଗୁଡିକୁ ଅତିବାହିତ କରିଥାନ୍ତି।

କିନ୍ତୁ ବହୁତ କମ ଲୋକ ଅଛନ୍ତି ଯେ କି ନିଜର ଏହି ସଂଘର୍ଷ ଜୀବନକୁ ଏମିତି କ୍ଷେତ୍ରରେ ଉପଯୋଗ କରିଥାନ୍ତି ଯାହା ସମସ୍ତଙ୍କ ପାଇଁ ଉଦାହରଣ ହୋଇଯାଏ। କିନ୍ତୁ ଆଜି ଆମେ ଏମିତି ଏକ ସଂଘର୍ଷ ପୂର୍ଣ୍ଣ ମହିଳା ଜୀବନ ବିଷୟରେ ଜାଣିବା ଯାହା ସମଗ୍ର ମହିଳା ସମାଜକୁ ପ୍ରେରଣା ସାଜିଛି।

ଏହିପରି ପ୍ରେରଣାଦାୟକ ଘଟଣା ହିସର୍ ର ରଜଲି ଗାଁରେ ଦେଖା ଦେଇଛି। ଏଠାରେ ଗୋଟିଏ ଯୁବତୀ ଯାହା କରିଛି ପୁଅଟେ ବି କରିଦେଖାଇ ପରିବନାହିଁ। ତାଙ୍କ ନାମ ସୋନି ଏବଂ ବୟସ ୨୨ ବର୍ଷ। ତାଙ୍କର ପରିବାରରେ ମୋଟ ଭାଇ ଆଉ ଭଉଣୀ ମିଶି ୮ ଜଣ। ତାଙ୍କ ପରିବାରଭିତରେ ସେ ତୃତୀୟ ନମ୍ବର। ଯେଉଁ ସମୟରେ କଲେଜ ପଢିବା ବୟସ ସେ ସମୟରେ ଘର ଚଳାଇବାକୁ ବହୁତ ସଂଘର୍ଷ କରୁଛନ୍ତି।

ସେ ଏବେ ଗ୍ୟାରେଜରେ ବସର ମରାମତି କାମ କରୁଛନ୍ତି। ସେ କହୁଥିଲେ ଅର୍ଥ ଅଭାବରୁ ଚିକିତ୍ସା ହୋଇ ପାରିଲାନାହିଁ ତେଣୁ ତାଙ୍କ ପିତା ୨୦୧୯ ରେ ମୃତ୍ୟୁ ବରଣ କରିଥିଲେ। ତାପରେ ଘର ସବୁ ଖର୍ଚ୍ଚ ବହନ କରିଛନ୍ତି କାରଣ ସେ ବଡ। ସେ ଦିନ ରାତି ଏକ କରି କାମ କରି କିଛି ଟଙ୍କା ଆଣି ଭାଇ ଓ ଭଉଣୀଙ୍କ ପେଟକୁ ଦୁଇ ମୁଠା ଖାଇବାକୁ ଦେଉଛନ୍ତି।

ତାଙ୍କର ଏହି ଦୁଃସାହସିକ ଏବଂ ଦୃଢ଼ସଂକଳ୍ପ କାମ ପାଇଁ ସମଗ୍ର ନାରୀ ଜାତି ଇଚ୍ଛା ଶକ୍ତି ଏବଂ ଶିକ୍ଷା, ପ୍ରେରଣା ପାଇବା ନିଜେ କିଛି କରିବାକୁ। ଯାହା ସୋନି କରିଛନ୍ତି ତାହା ସବୁଦିନ ପାଇଁ ମନେ ରହିଯିବ।ସୋନି ଜଣେ ପ୍ରତିଭାପୂର୍ଣ୍ଣ ଖେଳାଳି ଏବଂ ମାର୍ଶାଲ ଆର୍ଟ ରେ ପାରଜ୍ଞମ ଅଟନ୍ତି। ସେ ତାଙ୍କ ଜୀବନ ସୀମା ମଧ୍ୟରେ ୩ ଥର ସ୍ୱର୍ଣ୍ଣ ପଦକ ପାଇଁଛନ୍ତି।

କିନ୍ତୁ ତାଙ୍କ ପିତାଙ୍କ ଇଚ୍ଛା ଥିଲା ସୋନିଙ୍କ ଜାତୀୟ ସ୍ତରରେ ଦେଶପାଇଁ ଖେଳେଇବାକୁ। ଏବେ ତାଙ୍କ ପିତାଙ୍କ ଇଚ୍ଛା ଅଧା ରହିଗଲା ଆଉ ସେ ଏବେ ଗ୍ୟାରେଜରେ ରହି ବସ୍ ର ମରାମତି କରି ନିଜ ପରିବାରର ଭରଣପୋଷଣ କରୁଛନ୍ତି। ଯାହା ଆଜି ନାରୀ ଜାତିକୁ ଗୋଟିଏ ଉତ୍ସ ଏବଂ ବାର୍ତା ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।