ବାଃ ବାଃ ଭଉଣୀ ! ସ୍ୱାମୀଙ୍କ ମୃତ୍ୟୁ ପରେ କୁଲି କାମ କରି ପରିବାର ସବୁ ଭାର ସମ୍ଭାଳିବା ସହିତ ୪ ଜଣଙ୍କୁ ପାଳୁଛନ୍ତି ସନ୍ଧ୍ୟା, ଏହି ଭଉଣୀ ଙ୍କ ପାଇଁ ଦୟାକରି ଗୋଟିଏ ସେୟାର କରନ୍ତୁ

କିଛି ବର୍ଷପୁର୍ବେ ସମାଜରେ ନାରୀ ମାନଙ୍କର କିଛି ପରିଚୟ ନଥିଲା ଅର୍ଥାତ ତାଙ୍କୁ କେଉଁ କ୍ଷେତ୍ରରେ ସାମିଲ କରାଯାଉ ନଥିଲା। ସେତବେଳେ ପୁରୁଷମାନେ ଘରର ମୁଖ୍ୟ ରହୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ନାରୀମାନେ ଆଉ ଅବଳା ଦୁର୍ବଳା ନାହାନ୍ତି। ସେମାନେ ବି ପୁରୁଷଙ୍କ ପରି ସବୁ ଅଧିକାର ପାଇପାରିବେ। ପୁରୁଷଙ୍କ ପରି ସମାନ ଶିକ୍ଷା ଲାଭ କରିପାରୁଛନ୍ତି ଏବଂ ଦେଶରେ ନାମ ଅର୍ଜନ କରୁଛନ୍ତି। ସେ ସମୟରେ ନାରୀମାନଙ୍କ ଶିକ୍ଷା ଦିଅଯାଉନଥିଲା। ଏବେ ନାରୀ ଆଉ ପୁରୁଷ ସମସ୍ତେ ସମାନ। ସେ ଯାହା କରିପାରିବେ ନାରୀମାନେ ବି କରିପାରୁଛନ୍ତି।

ବେଳେବେଳେ କୁହାଯାଇଥାଏ ନାରୀମାନେ ଦୁର୍ବଳ କିନ୍ତୁ ନାରୀ ହିଁ ସବୁଠାରୁ ଶକ୍ତିଶାଳୀ। ଏବେ ଆପଣଙ୍କୁ ଗୋଟିଏ ନାରୀ ସମ୍ପର୍କରେ କହିବୁ ଯାହାକୁ ଜାଣିଲାପରେ ଆପଣଙ୍କ ଆଖିରେ ଅଶ୍ରୁ ପଳେଇଆସିବ। ଜୀବନର ସବୁ ଦୁଃଖକୁ ପଛରେ ପକେଇ କିଛି ବି କରିବାକୁ ପଛାଉ ନାହାନ୍ତି।

ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର କୁଣ୍ଡାମ ଗାଁର ରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ନାମ ସନ୍ଧ୍ୟା, ସେ ମଧ୍ୟପ୍ରଦେଶର କାଟନୀ ରେଳ ଷ୍ଟେସନରେ କୁଲି ଭାବରେ କାର୍ଯ୍ୟ କରନ୍ତି। ଆଉ ଆପଣମାନେ ଜାଣିଥିବେ ରେଳଷ୍ଟେସନରେ ପୁରୁଷ କୁଲି ସାଧାରଣତଃ ଦେଖାଯାଇଥାନ୍ତି। କିନ୍ତୁ ସନ୍ଧ୍ୟା ଯେ ସମାଜ ଦ୍ୱାରା ନିର୍ମିତ ନିୟମକୁ ନ ମାନି କୁଲି ଭାବରେ ନିଜର ଜୀବିକା ନିର୍ବାହ କରୁଛନ୍ତି। ତାଙ୍କ ପରିବାର କହିଲେ ୨ ଟି ପୁଅ ଏବଂ ଗୋଟିଏ ଝିଅ ଆଉ ଶାଶୁ। ତାଙ୍କ ସ୍ୱାମୀ ୨୦୧୬ ରେ ମୃତ୍ୟୁ ବରଣ କଲାପରେ ସେ ପରିବାରର ଦାୟିତ୍ୱବହନ କରିଛନ୍ତି।

ସେ କହୁଥିଲେ ପରିବାର ଚଳେଇବାପାଇ କିଛି ବି କରିପାରେ। ସେ ପରିବାର ପାଇଁ ବୁଲି ବୁଲି ଚାକିରୀ ଖୋଜୁଥିଲେ ସେ ସମୟରେ କେହି ଜଣେ କହିଲେ କାଟନୀ ରେଳ ଷ୍ଟେସନରେ ଜଣେ କୁଲି ଆବଶ୍ୟକ। ଏକଥା ଜାଣିଲା ପରେ ସେ ସଂଗେ ସଂଗେ ଆବେଦନ କରିଥିଲେ। ସେଠାରେ ୪୫ ଜଣ ପୁରୁଷଙ୍କ ସହିତ କୁଲି ଭାବରେ କାମ କରନ୍ତି ଏବଂ ତାଙ୍କ ବ୍ୟାଚ ନମ୍ବର ୩୬।

ସେ ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିଲେ। ତାଙ୍କର ୨ଜଣ ପୁତ୍ର ହେଲେ ସାହିଲ ଏବଂ ହର୍ଷିତ ଆଉ ଝିଅ ହେଲେ ପାୟଲ। ସନ୍ଧ୍ୟା ସବୁଦିନ ତାଙ୍କ ଡିଉଟିରେ ଗଲା ପରେ ତାଙ୍କ ଶାଶୁ ପିଲାଙ୍କର ଦାୟିତ୍ୱ ନେଇଥାନ୍ତି।

ସନ୍ଧ୍ୟା କୁହନ୍ତି ଯେ ତାଙ୍କ ପିଲାମାନଙ୍କୁ ପଢ଼ାଇବେ ଏବଂ ସେ ବଡ ଅଧିକାରୀ ହେବେ। ପିଲାମାନଙ୍କୁ ଭଲ ମଣିଷ କରିବାକୁ ଚେଷ୍ଟା କରୁଛନ୍ତି। ଆଉ ଜୀବନଶୈଳୀ ମଧ୍ୟରେ ଯାହା ବି ଦୁଃଖ କିମ୍ବା ପରିସ୍ଥିତି ଆସୁ କେବେ ହାର ମାନିବି ନାହିଁ। ପିଲାଙ୍କୁ କେବେ ଅଭାବରେ ରଖିବି ନାହିଁ। ତାଙ୍କର ଏହିଭଳି ଦୃଢ଼ ଇଚ୍ଛାଶକ୍ତି ସମସ୍ତଙ୍କୁ ପ୍ରେରଣା ଦେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।