ବର୍ଷେ ହେଲା ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା ଟ୍ୟୁସନ୍ ମାଷ୍ଟର, ଧରାପଡିବାରୁ ଖୁଆଇଦେଲା ଗର୍ଭପାତ ମେଡିସିନ୍ ! ଦୟାକରି କମେଣ୍ଟ କରନ୍ତୁ ଏପରି ଶିକ୍ଷକ ଙ୍କୁ କି ଦଣ୍ଡ ମିଳିବା ଦରକାର ?

ଘରେ ଶିଶୁଟିଏ କୁଆଁ କୁଆଁ ରାବ ଦେଇ ଜନ୍ମ ହେଲେ , ପରିବାରରେ ଯେମିତି ଖୁସିର ଲହରୀ ଖେଳି ଉଠେ ।ପରିବାରରେ ସମସ୍ତେ ଖୁସି ହୁଅନ୍ତି ।ଝିଅଟିଏ ଜନ୍ମ ହେଲେ କୁହନ୍ତି ଲକ୍ଷ୍ମୀ ଘରକୁ ଆସିଛନ୍ତି ।ବାପା ମାଆ ତା ପାଇଁ ବହୁତ ସ୍ୱପ୍ନ ଦେଖନ୍ତି ।ଝିଅକୁ ପାଠ ପଢେଇ ,ବଡ ମଣିଷ କରେଇ, ବାହା ଦେବା ପର୍ଯ୍ୟନ୍ତ ପ୍ରତ୍ୟେକ ବାପା ମାଆଙ୍କ ଇଚ୍ଛ ଏବଂ ଦାୟିତ୍ୱ ଥାଏ । ଏହା ହେଉଛି ସୃଷ୍ଟିର ନିୟମ ।ସଂସାରେ ସମସ୍ତ ବାପା ମାଆ ଚାହାନ୍ତି ତାଙ୍କ ପିଲାମାନେ ଖୁସିରେ ଥାଆନ୍ତୁ ଏବଂ ଖୁସିରେ ଘର ସଂସାର କରନ୍ତୁ ।କିନ୍ତୁ ବିଧାତା କାହାକୁ ରାସ୍ତାର କେଉଁ ମୋଡରେ ନେଇଯାଏ ଏକଥା କାହାକୁ ଜଣା ନଥାଏ ।

ଆମ ଦେଶ ଭାରତ ବାଣିଜ୍ୟ,ଯୁଦ୍ଧ ଇତ୍ୟାଦି କ୍ଷେତ୍ରରେ ଯେତେ ପ୍ରଗତି କଲେ ମଧ୍ୟ ନାରୀର ସୁରକ୍ଷା ପ୍ରତି ସେତେ ସଚେତନ ହେଇପାରୁ ନାହାନ୍ତି ।ଏବେ ମଧ୍ୟ ନାରୀ ଟିଏ ସ୍ୱ ଇଚ୍ଛାରେ ବାହାରକୁ ଯାଇପାରୁ ନାହିଁ କି ରାତିରେ ମଧ୍ୟ ନିର୍ଭୟରେ ଚଲାବୁଲା କରିପାରୁନାହାନ୍ତି ।

ସେମାନଙ୍କୁ ରହିଛି ମଣିଷ ରୂପି ରାକ୍ଷସର ଭୟ ।ଏପରି ଏକ ଘଟଣା ଘଟିଛି ବିହାର ରାଜ୍ୟର ସହରସା ଜିଲ୍ଲାରେ ।ଏହି ଘଟଣା ସହରସା ଜିଲ୍ଲା ସୋର ବଜାର ଥାନା ଅନ୍ତର୍ଗତ ସମଦା -ବଖରୀ ଗାଁ ।ଜଣେ ଶିକ୍ଷକ ସପ୍ତମ ଶ୍ରେଣୀରେ ପଡୁଥିବା ଛାତ୍ରୀଙ୍କୁ ପ୍ରାୟ ବର୍ଷେ ହେଲା ଦୁଷ୍କର୍ମ କରିଚାଲୁଛି ।ପରିବାର ଲୋକଙ୍କ ଅଭିଯୋଗ ଆଧାରେ ପୋଲିସ ଏହି ମାମଲାର ତଦନ୍ତ କରିଥିଲେ ।

ଏହି ଅଭିଯୋଗର ତଦନ୍ତ କରିଥିଲେ ମହିଳା ଥାନା ଅଧ୍ୟକ୍ଷା ପ୍ରେମଲତା ଭୁପା ଏବଂ ସେ କହିଛନ୍ତି ଯେ ପୀଡିତା ନାବାଳିକା ଜଣକ ଟ୍ୟୁସନ ପଢିବା ପାଇଁ ତାଙ୍କ ପାଖକୁ ଯାଉଥିଲେ ।ସେଠାରେ ଅଭିଯୁକ୍ତଜଣକ ନାବାଳିକାକୁ ଡରାଇ ଧମକାଇ, ଗୋଟେ ଦୁଇ ଦିନ ନୁହଁ ବର୍ଷେ ହେଇଗଲାଣି ଦୁଷ୍କର୍ମ କରିବାର ।

ନାବାଳିକା ଛାତ୍ରୀ ଜଣକ ଚାରି ମାସର ମଧ୍ୟ ଗର୍ଭବତୀ ହେଇଥିଲେ ।ମାମଲାର ଖୁଲାସା ହେଲା ପରେ ଗାଁ ରେ ପଞ୍ଚାୟତ ବସିଥିଲା ଏବଂ ଅଭିଯୁକ୍ତ ଶିକ୍ଷକ ପିଡୀତା ନାବାଳିକାକୁ ବିବାହ କରିବା ପାଇଁ ରାଜି ହୋଇଥିଲେ ।କିନ୍ତୁ ଅଭିଯୁକ୍ତ ଶିକ୍ଷକ ସୁବଲେଶ କୁମାର ଯାଦବ ପଞ୍ଚାୟତ ବସିବାର ଚାରି ଦିନ ପରେ ନାବାଳିକା ଛାତ୍ରୀକୁ ଉତ୍ତେଜକ ଔଷଧ ଦେବାକୁ କହି ଗର୍ଭପାତ ଔଷଧ ଖାଇବାକୁ ଦେଇଦେଇଥିଲା ।

ଯାହା ଦ୍ୱାରା ଛାତ୍ରୀଜଣକ ଗୁରୁତର ହେଇପଡିଥିଲା ଏବଂ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି ଏବଂ ଅଭିଯୁକ୍ତ ଶିକ୍ଷକ ଜଣକ ଫେରାର ଅଛନ୍ତି ବୋଲି ସୂଚନା ମିଳିଛି ।ମାମଲାକୁ ପୋଲିସ ଗୁରୁତର ଭାବେ ନେବା ସହିତ ଅତି ଶୀଘ୍ର ଦୋଷୀଙ୍କୁ ଧରାଯିବ ବୋଲି ସୂଚନା ଦେଇଛନ୍ତି ।