ଦେଖନ୍ତୁ Exclusive ଭିଡିଓ ବାପା ଆଉ ମୁଁ ନଥିଲା ବେଳେ ବୋଉ ଅଙ୍କଲ ସହ ଫେରାର ହେଇଗଲା …..
ପୁଣି ସ୍ୱାମୀ ଓ ଛୁଆ କୁ ଛାଡ଼ି ସ୍ତ୍ରୀ ଫେରାର ହୋଇ ଯାଇଛି, ପର ଏକ ପୁରୁଷ ପାଇଁ ସ୍ତ୍ରୀ ନିଜ ସ୍ୱାମୀ ଓ ପୁଅ କୁ ପର କରି ଦେଇ ଚାଲି ଗଲା | ରାତି ରାତି ଧରି ପର ପୁରୁଷ ସହ ସ୍ତ୍ରୀ ଚାଟିଂ କରୁଥିଲା ଆଉ ସ୍ତ୍ରୀକୁ ଦେଖା କରିବା ପାଇଁ ପ୍ରେମିକ ଘରକୁ ଆସୁ ଥିଲା | ପ୍ରଥମେ ସ୍ୱାମୀ ମନରେ ସେହି ଧୋକେବାଜ ପ୍ରେମିକ ବିଶ୍ୱାସ ଜନ୍ମାଇଲା ଆଉ ଏହାପରେ ସ୍ୱାମୀ ସହ ଫ୍ରେଣ୍ଡସିପ କଲା ଆଉ ସ୍ୱାମୀ ସହ ଫ୍ରେଣ୍ଡସିପ କରିବାର ଫାଇଦା ବେଈମାନ ପ୍ରେମିକ ଉଠାଇଲା |
ସ୍ୱାମୀ ଓ ପୁଅ ଘରେ ନଥିବା ବେଳେ ସ୍ତ୍ରୀକୁ ନେଇ ସୈତାନ ଛୁ ମାରିଲା | ଦୀର୍ଘ ବର୍ଷର ସମ୍ପର୍କ କୁ ପାଦରେ ଆଡେଇ ଦେଇ ପର ପୁରୁଷର ହାତକୁ ଧରି ସ୍ତ୍ରୀ ଫେରାର ହୋଇ ଗଲା, ଯାହାକୁ ସେ ଅଗ୍ନିକୁ ସାକ୍ଷୀ ରଖି ବାହା ହୋଇ ଥିଲା ଏବଂ ସାତ ଜନ୍ମ ସାଥିରେ ରହିବ ବୋଲି ବଚନ ଦେଇ ଥିଲା ସାତ ଜନ୍ମ ତ ଦୂରର କଥା ଗୋଟିଏ ଜନ୍ମ ବି ସେ ସାଥିରେ ରହି ପାରିଲା ନାହିଁ |
ତେବେ ସେପଟେ ସ୍ତ୍ରୀ କୁ ହରାଇ ସ୍ୱାମୀ ମୁଣ୍ଡ ପିଟି କାନ୍ଦୁଛି ଆଉ କୁନି ପିଲା ଟି ସ୍କୁଲ ରୁ ଆସିକି ଦେଖୁଛି କି ତା ମା ତା ଘରେ ନାହିଁ | କୁନି ପିଲାଟି ତା ମାକୁ ଘରେ ନପାଇ ସେ ବ୍ୟାକୁଳ ହୋଇ କାନ୍ଦୁଛି ଆଉ କହୁଛି ମମି ଲୋ ତୁ ଯୋଉଠି ଅଛୁ ମୋ ପାଖକୁ ଫେରିଆ ତୋ କଥା ମୋର ବହୁତ ମନେ ପଡୁଛି |
ମୁଁ ସ୍କୁଲ ଗଲା ବେଳେ ତୁ କହୁ ଥିଲୁ ନା ମୁଁ ମେଡିକାଲ ଯାଉଛି ହେଲେ ମେଡିକାଲ ନାଁ କହି ତୁ କୁଆଡେ ଚାଲି ଗଲୁ | ମୁଁ ସ୍କୁଲ ରୁ ଫେରି କିଛି ବି ଖାଇ ନାହିଁ ମତେ ପ୍ରବଳ ଭୋକ ଲାଗିଲାଣି ତୁ କୋଉଠି ଅଛୁ ଜଲଦି ଫେରିଆ ଏମିତି କିଛି କହି କୁନି ପିଲାଟି ଏବେ କଇଁ କଇଁ ହୋଇ କାନ୍ଦୁଛି |
ତେବେ ସ୍ୱାମୀ ସ୍ତ୍ରୀ କୁ ବହୁତ ଖୋଜା ଖୋଜି କଲା ପରେ ଜାଣିଲା ଯେ ଆଦିତ୍ୟ ତା ସ୍ତ୍ରୀ କୁ ନେଇ କେଉଁ ଆଡେ ଚାଲି ଯାଇଛି | ଏହାକୁ ନେଇ ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇ ଥିଲେ କିନ୍ତୁ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଇ ନଥିଲେ |
ତେବେ ସ୍ତ୍ରୀ ପୂଜା ମଲ୍ଲିକ ଫେରାର ହୋଇ ଥିବାକୁ ନେଇ ସ୍ୱାମୀ ଅଭିଯୋଗ କରି କହିଛନ୍ତି ଯେ, ତାଙ୍କ ସ୍ତ୍ରୀ ପୂଜା କୁ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳ ର ଆଦିତ୍ୟ ତାଙ୍କ ସ୍ତ୍ରୀ ଅପହରଣ କରି ନେଇ ଯାଇଛି ବୋଲି ସ୍ୱାମୀ ଅଭିଯୋଗ କରିଛନ୍ତି | ଏ ଘଟଣା ପଛର ପ୍ରକୃତ ସତ କଣ ତାହା ପୋଲିସ ର ତଦନ୍ତ ପରେ ହିଁ ଜଣା ପଡ଼ିବ |