ମୁଣ୍ଡରେ ବାଳ ପାଚିଲେ ( white hair ) କଣ କରିବେ ? | Dr. Sweta

ବର୍ତମାନ ସମୟରେ ଯୁବପିଢ଼ି ବିଭିନ୍ନ ସମସ୍ୟା ସମ୍ମୁଖୀନ ହେଉଛନ୍ତି। ଏହା ପ୍ରାୟତଃ ସମସ୍ତ ମହିଳା ଓ ପୁରୁଷ ଙ୍କ ପାଖରେ ଏହି ସମସ୍ୟା ଦେଖା ଯାଇଥାଏ। ଆଉ ତାହା ହେଉଛି କମ୍ ବୟସରେ ବାଳ ପାଚିଯିବା।ଆଉ ଏହିଭଳି ସମସ୍ୟା ଯୋଗୁଁ ଅନେକ ସମୟରେ ଯୁବପିଢ଼ି ମାନେ ଅନେକ ଚିନ୍ତାରେ ରହିଥାନ୍ତି। ତେବେ ଆଜି ଆମେ ସେହି କେଶ ଜନିତ ସମସ୍ୟା ଦୂର କରିବା ପାଇଁ କଣ ସବୁ ଖାଇବା ଉଚିତ୍ ତାହା ବିଷୟରେ ଆପଣଙ୍କୁ ଜଣେଇବୁ।

କେଶ ପାଚିବାର କାରଣ –

 

୧- କେଶ ଜନିତ ସମସ୍ୟା ର ପ୍ରଥମ କାରଣ ଟି ହେଉଛି କି ସେ ପୁରୁଷ ହୁଅନ୍ତୁ ବା ମହିଳା ସେମାନଙ୍କର ଶରୀରରେ ମେଲାଲିନ ର ଅଭାବ ହେବା ଯୋଗୁଁ ମଧ୍ୟ ଚୁଟି ପାଚିଥାଏ । କାରଣ ଆମେ ଜାଣିଛୁ କି ମେଲାଲିନ ଆମ ର ଚୁଟି କୁ କଳା ରଖିଥାଏ ।

୨- କେଶ ପାଚିବାର ମୁଖ୍ୟ କାରଣ ହେଉଛି ଆମର ଅଧିକ ପରିମାଣରେ ତେଲ ଜାତୀୟ ଖାଦ୍ୟ ର ସେବନ କରିବା ଯୋଗୁଁ ଓ ତାହା ସହିତ ଅନେକ ସମୟରେ ଆମେ ମାନେ ଆମର କେଶ ରେ ଅଧିକ ପରିମାଣ ରେ ବଜାରରେ ମିଳୁଥିବା କେମିକାଲ ଯୁକ୍ତ ପ୍ରଡକ୍ଟସ ର ବ୍ୟବହାର କରିବା କାରଣ ଯୋଗୁଁ ମଧ୍ୟ କେଶ ପାଚିବା ଭଳି ସମସ୍ୟା ଦେଖା ଯାଇଥାଏ ।

 

୩- ତୃତୀୟ କାରଣ ଟି ହେଉଛି କେଶ ପାଚିବାର ଆମର ଜେନେଟିକ ପ୍ରୋବ୍ଲେମ । ଅର୍ଥାତ ଆପଣ ଙ୍କର ବଂଶ ରେ ଯଦି ବାପା ଜେଜେବାପା, ମା ଙ୍କର କମ ବୟସରୁ ଅର୍ଥାର ୧୫-୨୦ ବର୍ଷ ବୟସରେ ଚୁଟି ପାଚିଯାଏ ତାହେଲେ ଆମର ମଧ୍ୟ ପାଚି ଥାଏ ।

ଚୁଟି ପାଚିବାରୁ ମୁକ୍ତି ପାଇବାର ନିରାକରଣ ଉପାୟ –

 

କୁହାଯାଉଛି କି ଆମେ ମାନେ ପ୍ରତେକ ଦିନ ଅଁଳା ର ସେବନ କରିବା ଆବଶ୍ୟକ । ତାହା ସହିତ ଗାଜର , ବନ୍ଧା କୋବି ,ଏହିପରି ସବୁଜ ପନିପରିବା ଅଧିକ ଖାଇବା ଉଚିତ ।କାରଣ ଏହା ଆମ ଶରୀରରେ କେମିକାଲ କୁ ବେଲେନ୍ସ କରିବାରେ ସାହାଯ୍ୟ କରିଥାଏ ଓ କେଶ ଜନିତ ସମସ୍ୟା ଆଉ ଦେଖା ଯାଏ ନାହିଁ ବୋଲି କୁହାଯାଉଛି ।

ତାହା ସହିତ ଆମେ ମାନେ ଯଦି ନିଜର ଖାଦ୍ୟ ପେୟ ସହିତ ନିଦ୍ରା କୁ ଧ୍ୟାନ ଦେବା ତାହେଲେ ମଧ୍ୟ ଆମର ଏହିଭଳି ଚୁଟି ପାଚିବା ଜନିତ ସମସ୍ୟା ଗୁଡିକ ଦୁରେଇ ଯିବ । ତାହା ସାହି ବଜାରରୁ ମିଳୁଥିବା କେମିକାଲ ପ୍ରଡକ୍ଟସ ବ୍ୟବହାର ନ କରି ଆୟୁର୍ବେଦିକ ଜିନିଷ ବ୍ୟବହାର କରିବା । ଆପଣ ଯଦି ମୁଣ୍ଡରେ ତେଲ ଲଗାନ୍ତି ତାହେଲେ ନଡ଼ିଆ ତେଲ ମଧ୍ୟ ଚୁଟି କଳା କରିଥାଏ ।