ଧୂମଧାମରେ ବାବୁସାନ କଲେ ପୁଅର ଜନ୍ମଦିନ ଆସିଲେ ସବୁ କଳାକାର |
ତେବେ ଓଲିଓଡ଼ ଇଣ୍ଡଷ୍ଟ୍ରି ର ଏବେକା ସମୟର ନମ୍ବର ୱାନ ନାୟକ ବା ସୁପରଷ୍ଟାର ଭାବରେ ପରିଚିତ ହେଉଛନ୍ତି ଅଭିନେତା ବାବୁସାନ ମହାନ୍ତି | ପୂର୍ବରୁ ତାଙ୍କ ବାପା ମା ଅପରାଜିତା ମହାନ୍ତି ଓ ଉତ୍ତମ ମହାନ୍ତି ନମ୍ବର ୱାନ କଳାକାର ଭାବରେ ପରିଚିତ ଥିଲେ ଆଉ ଏବେ ବାବୁସାନ କେବଳ ଓଡ଼ିଶା ରେ ନୁହେଁ ବରଂ ଦମନ ଫିଲ୍ମ ପରେ ସେ ପୁରା ଭାରତ ରେ ଏକ ଲୋକପ୍ରିୟ ଅଭିନେତା ହୋଇ ପାରିଛନ୍ତି |
ତାଙ୍କ ଏମିତି କୌଣସି ଫିଲ୍ମ ନାହିଁ ଯାହାକି ହିଟ ହୋଇ ନାହିଁ, ନିଖୁଣ ଭାବେ ଅଭିନୟ ସହିତ ତାଙ୍କ ଲିକ୍ସ, ଡ୍ୟାନ୍ସ ଓ ତାହା ସହିତ ତାଙ୍କ ଗୀତକୁ ଦର୍ଶକ ମାନେ ଖୁବ ଭଲ ପାଇବା ଦେଇ ଆସିଛନ୍ତି |
ତେବେ ପ୍ରାୟ ସମୟରେ ସେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ହୋଇ ରହି ଥାଆନ୍ତି ଆଉ ଏବେ ମଧ୍ୟ ତାଙ୍କର କିଛି ଫଟୋ ଓ ଭିଡ଼ିଓ ନଜର କୁ ଆସିଛି ଯାହାକୁ ଗତକାଲି ତାଙ୍କ ପୁଅ ଗୁଆନ ଙ୍କ ଜନ୍ମଦିନ ର କିଛି ଫଟୋ ଭିଡ଼ିଓ ଦେଖିବା ପାଇଁ ମିଳିଛି, ତେବେ ଆସନ୍ତୁ ଏହାରି ଉପରେ ନଜର ପକାଇବା |
ତେବେ ବର୍ତ୍ତମାନ ସମୟରେ ବାବୁସାନଙ୍କ ପୁଅ ଗୁଆନ ଙ୍କର ଜନ୍ମଦିନ ଆଉ ଜନ୍ମଦିନ ରେ ତାଙ୍କ ଘରେ ଏକ ସେଲିବ୍ରେସନ ଦେଖିବା ପାଇଁ ମିଳିଛି | ତେବେ ବାବୁସାନ ତାଙ୍କ ପୁଅଙ୍କର ଜନ୍ମଦିନ ପାଇଁ ନିଜ ଘରକୁ ବେସ ସୁନ୍ଦର ଭାବେ ସାଜସଜ୍ଜା କରିଛନ୍ତି ଆଉ ଏଥିରେ ଅନେକ ସେଲିବ୍ରେଟି ମଧ୍ୟ ସାମିଲ ହୋଇ ଥିବାର ଦେଖିବା ପାଇଁ ମିଳିଛି |
ବାବୁସାନ ଙ୍କର ସ୍ତ୍ରୀ ତୃପ୍ତି ଶତପଥି ତାଙ୍କ ପୁଅ ଗୁଆନ ଙ୍କୁ ଧରି ବେସ ଖୁସିବାସ ରେ କେକ କାଟୁ ଥିବାର ଦେଖିବା ପାଇଁ ମିଳି ଥିଲା | ଏହାପରେ ବାବୁସାନ ଓ ତାଙ୍କ ପୁଅ ଙ୍କ ସହିତ ଅନେକ ଫଟୋ ଉପଲୋଡ କରିଛନ୍ତି ଯାହାକି ବେସ ସୁନ୍ଦର ରହିଛି | ଏହା ସହିତ ଅଭିନେତ୍ରୀ ଝିଲ୍ଲୀକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ଆଉ ବାବୁସାନ ଙ୍କ ପୁଅକୁ ଧରି ସେ ମଧ୍ୟ ଫଟୋ ରେ ନଜର ଆସିଛନ୍ତି ଏବଂ ବାବୁସାନ, ତୃପ୍ତି ଓ ଝିଲ୍ଲୀକ ମଧ୍ୟ ଏକା ସାଙ୍ଗରେ ନଜର ଆସିଛନ୍ତି |
ଏହା ସହିତ ବାବୁସାନ ଙ୍କ ମା ଅପରାଜିତା ଓ ବାପା ଉତ୍ତମ ମହାନ୍ତି ମଧ୍ୟ ତାଙ୍କ ନାତି କୁ ଧରି ଫଟୋ ରେ ନଜର ଆସିଛନ୍ତି | ତେବେ ଏଭଳି ସୁନ୍ଦର ସୁନ୍ଦର ଅନେକ କିଛି ଫଟୋ ଓ ଭିଡ଼ିଓ ବାବୁସାନ ନିଜେ ତାଙ୍କ ଆକାଉଣ୍ଟ ରେ ଉପଲୋଡ କରିଛନ୍ତି ଯାହାକି ବେସ ମନଲୋଭା ରହିଛି |
ତେବେ ଏହାକୁ ବାବୁସାନ ଙ୍କର ଦର୍ଶକ ମଧ୍ୟ ଖୁବ ପସନ୍ଦ କରିବା ସହିତ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ଆଉ ତାଙ୍କ ପୁଅ କୁନି ଗୁଆନ ଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ଭବିଷ୍ୟତ ପାଇଁ ଆଶୀର୍ବାଦ ମଧ୍ୟ କରିଛନ୍ତି | ତେବେ ଏଭଳି କିଛି ଭିଡ଼ିଓ ଓ ଫଟୋ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।