ହେ ବଗବାନ ! ପୁଣି ଏହି ଗୋଟିଏ ଘଣ୍ଟା ମଧ୍ୟରେ ଆତ୍ମହତ୍ୟା କଲେ ଆଉ ଜଣେ କମବୟଷ୍କ ବଲିଉଡ୍ ଅଭିନେତା ! ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ମୁମ୍ବାଇ ପୋଲିସ

ଆଜିକାଲି ଟେଲିଭିଜ ଦୁନିଆରେ ଛୋଟ ପରଦା ହେଉ କି ବଡ ପରଦା ତାରକା ମାନଙ୍କର ଆତ୍ମହତ୍ୟା କରିବା ଗୋଟିଏ ସାଧାରଣ କଥା ପାଲଟି ଗଳାଣି ।କାହାର କାହର ପାରିବାରିକ ଖଗଡା ନେଇ ହେଲାଣି ତ କାହାର କାହାର ବ୍ୟକ୍ତିଗତ କଥା ନେଇ ହେଲାଣି । ବ୍ୟକ୍ତିଗତ କଥା ମଧ୍ୟରେ ବିଶେଷକରି ପ୍ରେମ ସଂପର୍କରେ ଏ ସବୁ ଘଟିଲାଣି ।ଯାହା ପଳରେ ସେମାନେ ନିଜର ମାନସିକ ସନ୍ତୁଳନ ହରେଇବସୁଛନ୍ତି ଏବଂ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି ।ଯାହା ଫଳରେ ସିନେମା ଜଗତରେ ଶୋକର ଛାୟା ଖେଳି ଯାଉଛି ।

ଏଭଳି ଏକ ଘଟଣା ଘଟିଛି , ଏମ ଏସ୍ ଧୋନୀ -ଦ ଅନଟୋଲ୍ଡ ଷ୍ଟୋରୀ ର ସୁଶାନ୍ତଙ୍କ କୋ-ଷ୍ଟାର ସନ୍ଦୀପ ନାହାର ।ମୁମ୍ବାଇ ପୋଲିସ୍ ଅନିସାରେ ସନ୍ଦୀପ ମୁମ୍ବାଇ ର ଗୋରେଗାଓଁ ସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି ।ପୋଲିସ୍ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।ଏଭଳି ଏକ ଘଟଣା ଘଟିଥିଲା , ଗତ ବର୍ଷ ଏହି ଫିଲ୍ମ ର ଅଭିନେତା ସୁସାନ୍ତ ସିଂ ରାଜପୁତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ ।

ସୋମବାର ସନ୍ଦୀପ ନାହାର ନିଜ ପତ୍ନୀଙ୍କୁ ଆତ୍ମହତ୍ୟା କରିବା ନେଇ ଧମକପୂର୍ଣ୍ଣ ଭିଡିଓ ଫେସବୁକ ରେ ପୋଷ୍ଟ କରିଥିଲେ ।ଏହା ସହ ସମ୍ପୂର୍ଣ୍ଣ ଘଟଣାକ୍ରମ ବର୍ଣ୍ଣନା କରିଥିଲେ ।10 ମିନିଟ୍ ଭିଡିଓ ରେ ନାହାର କହିଥିଲେ ,ମୋତେ କିଛି ଫିଲ୍ମ ରେ ଦେଖିଥିବେ ।ମୁଁ ଏମ ଏସ୍ ଧୋନୀରେ ଛୋଟୁ ଭାୟା ଭୂମିକାରେ ନଜର ଆସିଥିଲି ।

ଆଜି ଏହି ଭିଡିଓ କରିବାର ଲକ୍ଷ୍ୟ ହେଉଛି ଜୀବନରେ ଅନେକ ଅସୁବିଧା ଚାଲିଛି ।ଏଥିପାଇ ମସ୍ତିସ୍କ ର ସନ୍ତୁଳନ ଠିକ୍ ନାହିଁ।ପତ୍ନୀଙ୍କୁ ବହୁବାର ବୁଝାଉଛି ।365 ଦିନ ଝଗଡା କରିବା , ଆତ୍ମହତ୍ୟା ର ଧମକ ଦେବା ସହ ନିଜେ ମରିବା ପରେ ମୋତେ ଫସାଇଦେବା କଥା କହୁଛି ।

ଏମିତି କିଛି ପାରିବାରିକ କଳହର ସେ ବର୍ଣ୍ଣନା କରିଛନ୍ତି ।ଏହା ସହ ଶେଷରେ ନାହାର କହିଛନ୍ତି ,ଯେ ତାଙ୍କ ପରିବାରକୁ ତାଙ୍କ ପତ୍ନୀ ଘୃଣା କରନ୍ତି ବୋଲି ।ବାପାଙ୍କୁ ବୁଲେଟ ଦେବାକୁ ଚାହାନ୍ତି ।ଚେନ୍ ମାଆ ଙ୍କୁ ଦେବାକୁ ଚାହାନ୍ତି ବୋଲି ନାହାର କହିଛନ୍ତି ।ଏତି ସହିତ ଏହା ମଧ୍ୟ କହିଛନ୍ତି ଯେ ଥାଙ୍କ ପତ୍ନୀଙ୍କୁ ତାଙ୍କ ଭୁଲ୍ ଜଣା ପଡୁନାହିଁ ।ଯଦି ଆଗକୁ ଥାଙ୍କ ପତ୍ନୀ ବିବାହ କରନ୍ତି ତ ତାଙ୍କ ପତ୍ନୀଙ୍କ ମୁଣ୍ଡ ଠିକ୍ କରିଦେବ ବୋଲି କହିଛନ୍ତି ।