ଅସହାୟ ବାପା-ମାଆ ଙ୍କ ଦୁଃଖଭରା କାହାଣୀ।ଘରୁ ତଡ଼ିଦେଲେ ପୁଅବୋହୂ ! ଏବେ ଗଛ ମୂଳେ ବାପାମାଆ। ଏହି ପୁଅ ବାହୁ କୁ କେଉଁ ଦଣ୍ଡ ଦେବା ଦରକାର କମେଣ୍ଟ କରନ୍ତୁ

ଶାସ୍ତ୍ର ରେ ପିତାମାତା ଙ୍କୁ ପ୍ରଥମ ଭଗବାନ ବୋଲି କୁହା ଯାଇଛି କାରଣ ପିତାମାତା ହିଁ ଆମକୁ ଏହି ଦୁନିଆ କୁ ଆଣିଛନ୍ତି ।ପିଲାଟିଏ ପାଇଁ ବାପା ମାଆ ଅନେକ ଦେବା ଦେବୀ ଙ୍କୁ ପୁଜା କରନ୍ତି।ଭଗବାନ ଙ୍କୁ ପ୍ରତ୍ୟେକ ଦିନ ପ୍ରାର୍ଥନା କରନ୍ତି।ସାଧାରଣତଃ ପୁଅ ଟିଏ ପାଇଁ ବାପା ମାଆ ଅନେକ ପୂଜାର୍ଚ୍ଚନା ସହ ଅନେକ ମାନସିକ ମଧ୍ୟ କରନ୍ତି।ସେଥିପାଇଁ କଥାରେ କୁହନ୍ତି “ଲକ୍ଷେ ଶିବ ପୁଜି ପାଇଛି ମୁଁ ପୁଅ।”

ବାପା ମାଆ ପିଲାଟିକୁ ଜନ୍ମ ଦେଲା ପରେ ତାର ଲାଳନ ପାଳନ କରନ୍ତି।ପିଲାର ଖୁସି ପାଇଁ ନିଜର ଖୁସି କୁ ଭୁଲି ଯାଆନ୍ତି।ନିଜେ ଭୋକିଲା ରହି ନିଜର ସନ୍ତାନ କୁ ଖୁଆନ୍ତି।ନିଜେ ଛିଣ୍ଡା ଫଟା ବସ୍ତ୍ର ପିନ୍ଧନ୍ତି ସତ କିନ୍ତୁ ନିଜ ପିଲା କୁ ଭଲ ବସ୍ତ୍ର ଆଣି ଦିଅନ୍ତି।ନିଜେ ଅଶିକ୍ଷିତ ଥିଲେ ମଧ୍ୟ ନିଜ ସାନ୍ତାନ କୁ ଶିକ୍ଷିତ କରିବାକୁ ଚେଷ୍ଟା କରନ୍ତି।

କିନ୍ତୁ ଯେତେବେଳେ ପୁଅ ବଡ଼ ହୋଇ ଯାଏ ଏବଂ ବିବାହ କରେ ସେତେବେଳେ ତା ପାଇଁ ବାପା ମାଆ ବୋଝ ହୋଇ ଯାଆନ୍ତି,ଅନାବଶ୍ୟକ ହୋଇ ଯାଆନ୍ତି।ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ସମ୍ପର୍କରେ କହିବୁ ଯାହାକୁ ଜାଣିଲା ପରେ ଆପଣ କହିବେ ପ୍ରଭୁ ମୋର ସନ୍ତାନ ଦରକାର ନାହିଁ।

ଆମେ ମିଛ କହୁ ନାହୁଁ, ଏହି କଥା ଟି ସମ୍ପୁର୍ଣ୍ଣ ସତ୍ୟ।ବାଲେଶ୍ଵର ଜିଲ୍ଲାର ସୋର ବ୍ଲକ ଅନ୍ତର୍ଗତ ସୁଲତାନପୁର ଗ୍ରାମର ଜଣେ ବୃଦ୍ଧ ପିତା ମାତା ଙ୍କୁ ତାଙ୍କ ପୁଅ ବୋହୁ ଘରୁ ବାହାର କରି ଦେଉ ଥିବାର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଏବେ ଭାଇରାଲ ହେବାରେ ଲାଗିଛି।ଏହି ବୃଦ୍ଧଙ୍କ ନାମ ପ୍ରହଲ୍ଲାଦ ମହାଳିକ ଓ ତାଙ୍କ ପତ୍ନୀଙ୍କ ନାମ ଅନ୍ନପୂର୍ଣ୍ଣା ମହାଳିକ ।ଏହି ଦୁଇ ଜଣ ଏବେ ଦୁଇ ପୁଅ ଓ ଦୁଇ ବୋହୂ ଙ୍କ ଦ୍ଵାରା ଘରୁ ବିତାଡ଼ିତ ହୋଇ ଏକ ବର ଗଛ ମୂଳରେ ଆଶ୍ରୟ ନେଇଛନ୍ତି।

ପରିଣତ ବୟସରେ ଏବେ ଅଲଡା ହୋଇ ପଡିଛନ୍ତି ଏହି ବୃଦ୍ଧ ବାପା-ମାଆ।ଘରେ ଦୁଇ ଦୁଇ ଜଣ ଭେଣ୍ଡିଆ ପୁଅ, ବୋହୂ ଓ ନାତି ନାତୁଣୀ।କିନ୍ତୁ ଏବେ ସ୍ଥିତି ଏମିତି ହୋଇଛି ଯେ, ବୃଦ୍ଧ ବୟସରେ ଆସି ବରଗଛ ମୂଳରେ ଆଶ୍ରୟ ନେବାକୁ ପଡ଼ିଛି।

ବୃଦ୍ଧ ପ୍ରହଲ୍ଲାଦ ଙ୍କ କହିବା ଅନୁଯାୟୀ ବଡ଼ ପୁଅ ସେମାନଙ୍କୁ ଆଶ୍ରୟ ଦେଇ ଥିଲେ, ହେଲେ ସମ୍ପତ୍ତି ଭାଗବଣ୍ଟା କୁ ନେଇ ସାନ ପୁଅ ର ପରିବାର ସେମାନଙ୍କୁ ମାଡ଼ ମାରିବା ସହିତ ଗାଳି ଗୁଲଜ କରୁଛନ୍ତି ବୋଲି କହିଛନ୍ତି ପ୍ରହଲ୍ଲାଦ।

ବୁଢ଼ା ବୁଢ଼ୀ ଦୁହେଁ ଉପାୟ ଶୂନ୍ୟ ହୋଇ ଏକ ବରଗଛ ମୂଳରେ ଅସହାୟ ଭାବରେ ଆଶ୍ରୟ ନେଇ ଥିଲେ।କିନ୍ତୁ ବିଧାତାଙ୍କ ଖେଳ ଦେଖନ୍ତୁ ଜନ୍ମ କଲା ପୁଅ ସିନା ପଚାରିଲେ ନାହିଁ, କିନ୍ତୁ ସେହି ବାଟ ଦେଇ ଯାଉଥିବା ଦୟାଳୁ ସ୍ୱାମୀ ସ୍ତ୍ରୀଙ୍କ ନଜର ତାଙ୍କ ଉପରେ ପଡ଼ି ଥିଲା।ବୁଢ଼ାବୁଢ଼ୀ କୁ ଏମାନେ ତାଙ୍କ ଘରକୁ ଡାକି ଆଣି ସେମାନଙ୍କ ସେବା ଶୁଶ୍ରୁଷା କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।