ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ ।ଆଠ ଜିଲ୍ଲାରେ କାଳ ବୈଶାଖୀର ସମ୍ଭାବନା ରହିଛି ।ଆଠ ଜିଲ୍ଲା ମଧ୍ୟରେ କେନ୍ଦୁଝର, ସୁନ୍ଦରଗଡ,ସମ୍ବଲପୁର,ଅନୁଗୁଳ,ବୌଦ୍ଧ,ଦେବଗଡ, ଝାରସୁଗୁଡା ଓ ମୟୁରଭଞ୍ଜ ରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।ରାଜ୍ୟରେ ଗତ କିଛି ଦିନ ହେଲା ବହୁତ ମାତ୍ରାରେ ଗରମ ଅନୁଭୂତ ହେଉଛି ।

ଳୋକମାନେ ଖରାରେ ଅତିଷ୍ଠ ହୋଇପଡିଲେଣି ।ଅତ୍ୟଧିକ ଖରା ହେତୁ ଲୋକମାନେ ବାହରକୁ ବାହାରି ପାରୁନାହାନ୍ତି ।ସେମାନଙ୍କ ଦୈନନ୍ଦିନ କାର୍ଯ୍ୟରେ ବାଧା ଉପୁଜୁଛି ।ବର୍ଷା ନ ହେବାରୁ କୃଷକମାନେ ଅଧିକ ପ୍ରଭାବିତ ହେଉଛନ୍ତି ।ଅତ୍ୟଧିକ ଖରା କାରଣରୁ ସେମାନଙ୍କ ଚାଷ ବିଲ ରେ ପାଣି ଶୁଖି ଯାଉଛି ଏବଂ ସେମାନଙ୍କ ଫସଲ ଜଳ ଅଭାବରୁ ଭଲ ଭାବରେ ବଢି ପାରୁନାହିଁ ।

କିନ୍ତୁ ଭଗବାନ ଦୟା କରିଛନ୍ତି ।ଆସନ୍ତା ଦୁଇ ଦିନ ପାଇଁ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛନ୍ତି ।ଏପରିକି ଆସନ୍ତା ଦୁଇଦିନ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ କିଛି ଜିଲ୍ଲା କୁ ୟେଲୋ ୱାର୍ଣିଂ ଦିଆଯାିଛି । ସେହି ଜିଲ୍ଲା ଗୁଡିକ ହେଲା – କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର ଓ କେନ୍ଦ୍ରାପଡା ।

ସେହି ଜିଲ୍ଲା ଗୁଡିକରେ ଆସନୱ୍ତା କାଲି ଅପରାହ୍ନରେ କାଳବୌଶାଖୀର ସମ୍ବାବନା ରହିଛି ।ଭୁବନେଶ୍ୱରରେ ସପ୍ତାହେ ପର୍ଯ୍ୟନ୍ତ ଗରମରୁ ଆଶ୍ୱସ୍ତି ମିଳିବା ସମ୍ବବନା କମ୍ ।ଏପରିକି ସର୍ବାଧିକ ତାପମାତ୍ରା 40 ଡିଗ୍ରୀ ସେଲସିୟସ ଡେଇଁପାରେ ।ରାଜ୍ୟର କିଛି ଜିଲ୍ଲାରେ ସର୍ବାଧ୍କ ତାପମାତ୍ରା ସ୍ୱାଭାବିକ ଠାରୁ 2 ରୁ 3 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଅଧିକ ରହିଛି ।ରାଜ୍ୟରେ 15 ଟି ସ୍ଥାନରେ ତାପମାତ୍ରା 37 ଡିଗ୍ରୀ ସେଲସିୟସ ଉପରେ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।