ଚୁଲବୁଲି ହିରୋଇନ ରଚନା ବାନାର୍ଜୀ ଙ୍କର ଏମିତି କିଛି ଫୋଟୋ, ଆଗରୁ ଦେଖି ନଥିବେ…
ତେବେ ଟିଭି ମାଧ୍ୟମ ରେ ଆମେ ଅନେକ ସିନେମା ଦେଖି ଥାଉ ଯାହା ଆମର ମନରଞ୍ଜନ ପାଇଁ ହୋଇ ଥାଏ ଆଉ ଏହି ଫିଲ୍ମ ଜଗତ ରେ ଅନେକ ସେଲିବ୍ରେଟି ଭରି ହୋଇକି ରହିଛନ୍ତି | ତେବେ ସମସ୍ତ ଙ୍କର ପ୍ରିୟ କଳାକାର ମଧ୍ୟ ରହିଥାନ୍ତି !
ଆଉ ଏହି ଫିଲ୍ମ ଜଗତ ର ସେଲିବ୍ରେଟି ଙ୍କ ରିୟଲ ଲାଇଫ ରେ କଣ ଘଟୁଛି ନ ଘଟୁଛି ତାହା ଜାଣିବା ପାଇଁ ଲୋକେ ଖୁବ ଆଗ୍ରହ ପ୍ରକାଶ ମଧ୍ୟ କରି ଥାଆନ୍ତି | କାରଣ ସେମାନଙ୍କ ଦୁନିଆଁ ଟିକେ ଭିନ୍ନ ଧରଣ ର ହୋଇ ଥାଏ ! ଆଉ ପ୍ରାୟତଃ ସେମାନେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ହୋଇ ରହି ଥାଆନ୍ତି | ଏହି ସେଲିବ୍ରେଟି ମାନେ ବିଭିନ୍ନ ଫଟୋ ଭିଡ଼ିଓ ରେ ମଜାମସ୍ତି କରି ସୋସିଆଲ ଆକାଉଣ୍ଟ ରେ ପୋଷ୍ଟ କରି ଥାଆନ୍ତି ଯାହାକୁ ଦେଖି ଖୁବ ଖୁସି ଅନୁଭବ ହୋଇ ଥାଏ |
ତେବେ ଆଜି ସେଭଳି ଏକ ଅଭିନେତ୍ରୀ ଙ୍କ କଥା କହିବୁ ଯିଏ କି ଆଗ ସମୟର ଓଲିଓଡ଼ ର ଇଣ୍ଡଷ୍ଟ୍ରି ର ନାମିଦାମୀ ଅଭିନେତ୍ରୀ ଥିଲେ | ସେ ହେଉଛନ୍ତି ଅଭିନେତ୍ରୀ ରଚନା ବାନାର୍ଜୀ ଯିଏ କି ଅନେକ ସୁପରହିଟ ଫିଲ୍ମ ରେ କାମ କରି ଓଡ଼ିଶା ନୁହେଁ ବରଂ ଭାରତ ସାରା ଦର୍ଶନ ଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି |
ରଚନା ବାନାର୍ଜୀ ବେଙ୍ଗଲୀ ଅଟନ୍ତି ଯିଏ କି ବଙ୍ଗାଳୀ ଫିଲ୍ମ ରେ କାମ କରିବା ସହିତ ଅନେକ ଓଡ଼ିଆ ଫିଲ୍ମ ରେ ମଧ୍ୟ ସିଦ୍ଧାନ୍ତ ମହାପାତ୍ର ଙ୍କ ସହ ଦେଖିବା ପାଇଁ ମିଳିଛନ୍ତି | କେବଳ ସେତିକି ନୁହେଁ ସେ ହିନ୍ଦୀ ଫିଲ୍ମ ସୂର୍ଯ୍ୟବଂଶ ଅମିତାଭ ବଚନ ଙ୍କ ସହ ମଧ୍ୟ ଅଭିନୟ କରିଛନ୍ତି |
ଏହି ଫିଲ୍ମ ରେ ସେ ଏକ ଚର୍ଚ୍ଚିତ ଚେହେରା ଟି ହୋଇ ପାରି ଥିଲେ, ସେ ଦେଖିବାକୁ ଯେମିତି ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ସେଭଳି ସୁନ୍ଦର ଓ ଜୀବନ୍ତ ଅଟେ | ଆଜି ତାଙ୍କ ବିଷୟ ରେ ହିଁ କିଛି ଆଲୋଚନା କରିବା |
ତେବେ ଅଭିନେତା ରଚନା ଙ୍କର ପୁରା ନାଁ ହେଉଛି ଝୁମଝୁମ ବାନାର୍ଜୀ ସେ 1974 ମସିହା ଅକ୍ଟୋବର 2 ତାରିଖ ରେ ପଶ୍ଚିମବଙ୍ଗ କଲିକତା ରେ ଜନ୍ମ ଗ୍ରହଣ କରି ଥିଲେ | ସେ 2007 ରେ ପ୍ରୋବାଲ ବାସୁ ଙ୍କୁ ବିବାହ କରି ଥିଲେ,
କିନ୍ତୁ ବର୍ତ୍ତମାନ ସମୟରେ ସେ ତାଙ୍କ ସ୍ୱାମୀ ଙ୍କୁ ଛାଡ଼ପତ୍ର ଦେଇ ସାରିଛନ୍ତି ଆଉ ନିଜେ ସ୍ୱାଧୀନ ଭାବରେ ଏକାକୀ ରହୁଛନ୍ତି | ଆଉ ଯାହାକି ତାଙ୍କର ଗୋଟିଏ ପୁତ୍ର ସନ୍ତାନ ରହିଛି ତାଙ୍କ ପୁଅଙ୍କ ନାଁ ହେଉଛି ପ୍ରୋନୀଲ ବାସୁ |
1990 ମସିହା ରେ ମିସ କୋଲକାତା ବା ମିସ ବିୟୁଟିଫୁଲ ସ୍ମାଇଲ ନିଜ ଦକ୍ଷତା ରେ ଉତୀର୍ଣ୍ଣ ହୋଇ ଥିଲେ | 1994 ମସିହା ରେ ଶାଗର ଗଙ୍ଗା ଫିଲ୍ମରୁ ରଚନା ଓଡ଼ିଆ ଫିଲ୍ମ ଜଗତରେ ପ୍ରବେଶ କରିଥିଲେ, ରଚନା ବାନାର୍ଜୀ 25 ରୁ ଅଧିକ ଓଡ଼ିଆ ଫିଲ୍ମ ରେ କାମ କରିଛନ୍ତି |
ଓଡ଼ିଆ ଫିଲ୍ମ ସହ ସେ ହିନ୍ଦୀ, ବେଙ୍ଗଲୀ, ତେଲୁଗୁ, ତାମିଲ, କାନାଡ଼ା ଫିଲ୍ମ ରେ ଅଭିନୟ କରିଛନ୍ତି | 2009 ମସିହା ରୁ ସେ ଆଉ ଓଡ଼ିଆ ଫିଲ୍ମ ରେ କାମ କରି ନାହାଁନ୍ତି ଏବଂ ସେ ଏବେବି ବେଙ୍ଗଲୀ ଫିଲ୍ମ କରୁଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।