ଆପଣଙ୍କ ନିଦ ଭୋର ୩ ଟାରୁ ୫ ଟା ମଧ୍ୟରେ ଖୋଲୁଛି କି? ତାହେଲେ ଜାଣି ରଖନ୍ତୁ ଏହି ଭୟଙ୍କର କଥା

ଚାଣକ୍ୟ ନୀତି ଚାଣକ୍ୟ ଦ୍ବାରା ଲିଖିତ ଏକ ନୀତି ଗ୍ରନ୍ଥ ଅଟେ।ଯେଉଁଥିରେ ଜୀବନକୁ ସଫଳ ଓ ସୁଖଦାୟକ କରିବା ପାଇଁ ଉପଦେଶ ଦିଆଯାଇଛି। ଏହି ଗ୍ରନ୍ଥ ର ଉଦ୍ଧେଶ୍ୟ ହେଉଛି ମାନବ ସମାଜକୁ ଜୀବନର ପ୍ରତିଟି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେବା ।

ଚାଣକ୍ୟ ଜଣେ ବହୁତ ବିଜ୍ଞ ଓ ମହାନ ଜ୍ଞାନୀ ବ୍ୟକ୍ତି ଥିଲେ। ସେ ତାଙ୍କ ବୁଦ୍ଧି ବଳରେ ଚନ୍ଦ୍ର ଗୁପ୍ତ ଙ୍କୁ ରାଜା ବନେଇ ଦେଇଥିଲେ। ଆସନ୍ତୁ ଜାଣିବା ତାଙ୍କର ଏମିତି କିଛି ଉପଦେଶ ଯାହାକି ଆପଣଙ୍କ ଜୀବନ କୁ ସଫଳମୟ ବନେଇ ପାରିବ।

ଶାସ୍ତ୍ର ଅନୁସାରେ ଏମିତି କୁହାଯାଏ କି ଯଦି କୌଣସି ବ୍ୟକ୍ତି ର ନିଦ ଭୋର ୩ ଟାରୁ ୫ ଟା ମଧ୍ୟରେ ଭାଙ୍ଗି ଯାଉଛି , ତାହେଲେ ଏହା ପଛରେ କୌଣସି ଦୈବୀ ଶକ୍ତିର ଇସାରା ଲୁଚିକରି ଅଛି।କେତେଥର ଏମିତି ହୋଇ ଥାଏ କି ରାତିକୁ ନିଘଡ଼ ନିଦରେ ଶୋଇଲା ପରେ ମଧ୍ୟ ଜଣେ ବ୍ୟକ୍ତିର ନିଦ ହଠାତ ରାତି ମଝିରେ ଭାଙ୍ଗି ଯାଏ।ପରେ ଲୋକମାନେ ଏହା ସାଧାରଣ କଥା ଭାବି ଶୋଇ ଯାଇଥାନ୍ତି।

ମାତ୍ର ବାସ୍ତବରେ ଏହା ଆଦୌ ସାଧାରଣ କଥା ନୁହେଁ।ତେଣୁ ଏହାକୁ ଭୁଲରେ ମଧ୍ୟ ଅଣଦେଖା କରିବା ଉଚିତ ନୁହେଁ। କାରଣ ଏହା ପଛରେ ଅନେକ ସଂକେତ ଲୁଚି ରହିଥାଏ।ତେଣୁ ଆସନ୍ତୁ ଜାଣିବା ଭୋର ୩ ଟାରୁ ୫ ଟା ମଧ୍ୟରେ ନିଦ ଭାଙ୍ଗି ଯିବା ପଛର ରହସ୍ୟ ବିଷୟରେ।

ପ୍ରଥମ କଥା:-

ଭୋର ୩ ଟାରୁ ୫ ଟା ମଧ୍ୟରେ ସମୟକୁ ବ୍ରହ୍ମ ମୁହୂର୍ତ୍ତ ବୋଲି କୁହାଯାଏ।ଏହି ସମୟରେ ଅନେକ ଅଲୌକିକ ଶକ୍ତି ର ପ୍ରଭାବ ମଧ୍ୟ ରହି ଥାଏ।ଏହି ଶକ୍ତି ଗୁଡ଼ିକ ଆମକୁ ଅନେକ ପ୍ରକାର ସଂକେତ ଦେଇ ଥାଆନ୍ତି,ଯାହା ଆମକୁ ବୁଝିବା ଆବଶ୍ୟକ। ଯେମିତିକି ଭୋର ୩ ଟାରୁ ୫ ଟା ମଧ୍ୟରେ ଯଦି ଆପଣଙ୍କ ନିଦ ଭାଙ୍ଗି ଯାଉଛି ତାହେଲେ ଏହି ଅଲୌକିକ ଶକ୍ତି ମାନେ ଆପଣଙ୍କୁ ଖୁସି ଦେଖିବା ପାଇଁ ବା ଆପଣଙ୍କୁ ଖୁସି ଦେବା ପାଇଁ ଚାହାଁନ୍ତି।

ଦ୍ୱିତୀୟ କଥା:-

ଭୋର ୩ ଟାରୁ ୫ ଟା ମଧ୍ୟରେ ନିଦରୁ ଆଖି ଖୋଲି ଯିବାର ମାନେ ଏହା ଅଟେକି ଆପଣଙ୍କ ଘରେ ଧନ,ସମ୍ମାନ ର ବୃଦ୍ଧି ହେବାର ଅଛି।ଆପଣଙ୍କ ଜୀବନରେ ଆଗକୁ ସଫଳତା ମିଳିବାର ଅଛି।

ତୃତୀୟ କଥା:-

ସକାଳୁ ଉଠିବା ଦ୍ୱାରା ଆପଣଙ୍କ ନିଜ ଭିତରେ ଏକ ଫ୍ରେସନେସ ଅନୁଭବ ହୋଇ ଥାଏ।ଦିନ ସାରା ଆପଣଙ୍କୁ ତାଜା ଅନୁଭବ ହୋଇଥାଏ।ଏହା ସହିତ ସକାଳୁ ଉଠୁ ଥିବା ଲୋକେ ପ୍ରକୃତିର ଭରପୁର ଆନନ୍ଦ ଉଠାଇ ଥାଆନ୍ତି।ତେଣୁ ଭୋର ୩ ଟାରୁ ୫ ଟା ମଧ୍ୟରେ ଉଠୁ ଥିବା ଲୋକେ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି।

ଅନେକ ଲୋକ ଅଛନ୍ତି ଯେଉଁମାନେ ଶାସ୍ତ୍ରକୁ ବିଶ୍ୱାସ କରନ୍ତି ନାହିଁ।ତେଣୁ ସେମାନଙ୍କୁ ଆମେ ଗୋଟିଏ କଥା କହିବୁ କି ଶାସ୍ତ୍ରରେ କୌଣସି କଥା ବିନା କାରଣରେ ଲେଖା ହୋଇ ନଥାଏ।ତେଣୁ ଶାସ୍ତ୍ର ଅନୁସାରେ ଭୋର ୩ ଟାରୁ ୫ ଟା ମଧ୍ୟରେ ଉଠୁ ଥିବା ଲୋକେ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି।ବିଦ୍ୟାର୍ଥୀ ମାନେ ମଧ୍ୟ ଯଦି ଏହି ସମୟରେ ପାଠ ପଢ଼ନ୍ତି ତାହେଲେ ଏହା ସେମାନଙ୍କ ପାଇଁ ବହୁତ ଫଳ ପ୍ରଦ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।