ଶୁଣନ୍ତୁ ଅଡିଓ Call । ପୁଣି ଭାଇରାଲ ହେଲା ଯୁବତୀ ଙ୍କ ଅଡିଓ Call । ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି…..

ପ୍ରଶାସନ ଦ୍ବାରା ଦୃଢ଼ ଚେତାବନୀ ଏବଂ ଆଇନ୍ କାନୁନ୍ ର ଦୃଢ଼ତା ପରେ ବି ବର୍ତ୍ତମାନ କମିନାହିଁ ଅପରାଧ ଏବଂ ଅତ୍ୟାଚାର ର ଲମ୍ବା ଚେର। ଯାହା ଫଳରେ ପ୍ରତିଦିନ ଏଭଳି ଅନେକ ଘଟଣା ଶୁଣିବାକୁ ମିଳୁଛି। ହତ୍ୟା, ଅପହରଣ, ବଳାତ୍କାର ଭଳି ଅସାମାଜିକ କାର୍ଯ୍ୟ କଲାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ନା ଅଛି ଏଠାରେ ନାରୀକୁ ସମ୍ମାନ ନା ସେମାନଙ୍କ ପ୍ରତି ଦୟା। ରକ୍ତ ମାଂସ ର ଶରୀରକୁ ମଣିଷ ରୂପୀ କିଛି ରାକ୍ଷସ ଝୁଣି ପକାଉଛନ୍ତି ତ କେତେବେଳେ ତାଙ୍କୁ କଲବଲ କରି ମାରି ଦେଇଛନ୍ତି। ଯାହା ସମାଜର ଏକ ଅପବାଦ ର ନିନ୍ଦନୀୟ ପୃଷ୍ଠା ଭାବରେ ରହିଯାଇଛି।

ଏଥିପାଇଁ ଏବେବି ବଦଳୁନି ଲୋକଙ୍କ ମାନସିକତା ଏବଂ ସେମାନଙ୍କ କାର୍ଯ୍ୟାଭ୍ୟାସ। ସେହିଭଳି ଏବେ ଓଡ଼ିଶାରେ ପରି, ସ୍ଵାତୀ, ପିହୁ ଆଦି ଯୁବତୀଙ୍କ ଅପହରଣ ଓ ମୃତ୍ୟୁ ଏକ ଲଜ୍ୟା ଜନକ ସ୍ଥିତି ସୃଷ୍ଟି କରିଥିବା ବେଳେ ବର୍ତମାନ ଯାଜପୁରର ଜଣେ ଯୁବତୀ ଅପହରଣ ଓ ନିର୍ଯ୍ୟାତନା ଘଟଣାରେ ଅପହୃତା ଯୁବତୀକୁ ଉଦ୍ଧାର କରିଛି ଯାଜପୁର ପୋଲିସ। ଅପହରଣ  କରି ନେଇଥିବା ଯୁବକ ମଧ୍ୟ ପୋଲିସ କବଜାରେ ଏବେ ଅଛି।

ତେବେ ଯୁବକ ଜଣକ ଗତ ୬ ତାରିଖରେ ଯୁବତୀଙ୍କୁ ଅପହରଣ କରି କଟକକୁ ନେଇ ଆସିଥିଲା। ଏହାପରେ ଝିଅକୁ ଖୋଜି ଖୋଜି ନୟାନ୍ତ ହୋଇଥିଲେ ମାଆ।ସେ ଅସହାୟ ହୋଇ ପଡ଼ିଥିଲେ।ଆଉ ଏହି ସମୟରେ ଘରକୁ ଫୋନ କରି ଅପହୃତା ଯୁବତୀ ଜଣକ ନିଜ ପରିବାର ସହ କଥା ହୋଇଥିଲେ ଏବଂ କହିଥିଲେ କି ତାଙ୍କୁ ଅପହରଣ କରି କଟକ ନିଆ ଯାଉଛି।

ଯାହାର ଏକ ଅଡିଓ କଲ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ କହୁଛନ୍ତି ଯେ ସେମାନେ ତାଙ୍କୁ ପୁରୀ ସି ବିଚ୍ ନିକଟରେ ଥିବା ଏକ ହୋଟେଲ ରେ ଆଣି ରଖିଛନ୍ତି। ଏବଂ ପରେ ଅପହରଣ କାରୀ ମାନେ ମୁଖ୍ୟରାସ୍ତା ଦେଇ ତାଙ୍କୁ କଟକ ନେଇଯିବେ। ମା ମୋତେ ଯେମିତି ହେଉ ଉଦ୍ଧାର କର। ନହେଲେ ସେମାନେ କଣ କରିବେ ମୁଁ ଜାଣି ପାରୁନି। ବାପାଙ୍କୁ କହ ସେ କିଛି କରିବେ।

ଏହିଭଳି ଏକ ଭଇରାଲ ଅଡିଓ କଲ୍ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।ଆଉ ଏହାପରେ ପରିବାର ପକ୍ଷରୁ ଅଭିଯୋଗ ପରେ ଗତକାଲି ସନ୍ଧ୍ୟାରେ ଯାଜପୁର ଧର୍ମଶାଳା ପୋଲିସ କଟକ ଜଗତପୁର ଅଞ୍ଚଳରେ ଚଢାଉ କରି ଯୁବତୀଙ୍କୁ ଉଦ୍ଧାର କରିବା ସହ ଯୁବକକୁ ଅଟକ ରଖିଛି।ତେବେ ଏହି ଘଟଣାକୁ ଅତି ଗମ୍ଭୀରତାର ସହ ନେଇ ଯାଜପୁର SDPO ତଦନ୍ତ ଆରମ୍ଭ କରିବା ସହିତ ଯୁବତୀଙ୍କୁ ସଫଳତାର ସହ ଉଦ୍ଧାର ମଧ୍ୟ କରିଛନ୍ତି।

ତେବେ ଯୁବକ ଜଣକ କେଉଁ ଉଦ୍ଦେଶ୍ୟରେ ଅପହରଣ କରିଥିଲା ତାହା ପଚରାଉଚରା ପରେ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। ଯାହା ଏବେବି ଅସ୍ପଷ୍ଟ ରହିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।