ରାଜ୍ୟ ସରକାର କଲେ ବଡ ଘୋଷଣା ! ଦିବ୍ୟାଙ୍ଗ ଝିଅକୁ ବିବାହ କଲେ ମିଳିବ ମିଳିବ 2ଲକ୍ଷ 50 ହଜାର ଟଙ୍କା ! କଣ ସରକାର ଙ୍କ ଏ ଯୋଜନା ବାସ୍ତବରେ ପରିଣତ ହେବ କି ?

ଆପଣ ମାନେ ତ ଜାଣିଛନ୍ତି କି ଆମ ସରକାର ସର୍ବଦା ଲୋକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି । ସେହିପରି ସେମାନେ କିପରି ଖୁସିରେ ଜୀବନ ବିତାଇବେ ସେ ନେଇ ଅନେକ ଯୋଜନା ମଧ୍ୟ କରନ୍ତି । ତେବେ ଏବେକା ସମୟରେ ସେମିତି ଏକ ଖବର ଆମ ମାନଙ୍କୁ ଶୁଣିବାକୁ ମିଳିଛି । ଏହି କଥା ସରକାର ଦିବ୍ୟାଙ୍ଗ ଲୋକମାନଙ୍କ ପାଇଁ କରିଛନ୍ତି ଯାହା ଦ୍ୱରା ସେମାନେ ବହୁତ ଉପକୃତ ହୋଇପାକରିବେ ।

ଦିବ୍ୟାଙ୍ଗକୁ ବିବାହ କଲେ ମିଳିବ ପ୍ରୋତ୍ସାହନ ରାଶି ଅର୍ଥାତ ଦିବ୍ୟାଙ୍ଗକୁ ବିବାହ କଲେ ସରକାର ଦେବେ ଅଢେଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରଶି । ଦିବ୍ୟାଙ୍ଗ ପୁରୁଷ ବା ମହିଳାଙ୍କର ସହିତ ବିବାହ ବନ୍ଧନରେ ଆବନ୍ଧ ହେଲେ ରାଜ୍ୟ ସରକାର ଅଡେଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ।

ସୂଚନା ଅନୁସାରେ ଦିବ୍ୟାଙ୍ଗକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କୁ ସମ୍ମାନ ଜନକ ନିମନ୍ତେ ବଞ୍ଚିବା ପାଇଁ ପ୍ରୋତ୍ସାହନ ରାଶି ଦେବା ପାଇଁ ଜାତୀୟ ଭିନ୍ନକ୍ଷମ ପଲିସି ଏବଂ ଜାତୀୟ ଚୁକ୍ତି ନାମାର ସର୍ତ୍ତାବଳୀକୁ କାର୍ଯ୍ୟକାରୀ କରିବା ଜରୁରୀ ହୋଇଥିବାରୁ ରାଜ୍ୟ ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ।

ଏହା ପୂର୍ବରୁ ସମାଜରୁ ଜାତି ପ୍ରଥାକୁ ଦୂର କରିବା ନିମନ୍ତେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବର୍ଗ ବ୍ୟକ୍ତିଙ୍କୁ ବିବହା କଲେ ବିଭାଗ ପକ୍ଷରୁ ଅଢେଇ ଲକ୍ଷ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଥିବାରୁ ସମାନ ପରିମାଣର ସାମାଜିକ ସୁରକ୍ଷା ଦେବା ନିମନ୍ତେ ଏବଂ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପ୍ରସ୍ତାବ ଦେଇଥିଲେ । ଯାହାକୁ ଯୋଜନା ଏବଂ ସମଯୋଜନା ବିଭାଗ ଅନୁମୋଦନ କରିଥିବା ବେଳେ ଅର୍ଥ ବିଭାଗ ମଧ୍ୟ ମଞ୍ଜୁରି ପ୍ରଦାନ କରିଛି ।

ଦିବ୍ୟାଙ୍ଗ ଅର୍ଥାତ ଭିନ୍ନକ୍ଷମଙ୍କୁ ବିବାହ କଲେ ପୂର୍ବରୁ ହିଁ ପ୍ରୋତ୍ସାହନ ରାଶି 50 ହଜାର ଟଙ୍କା ଥିଲା । ତେବେ ଏବେକା ସମୟରେ ସେହି ପ୍ରୋତ୍ସାହନ ରାଶିକୁ 50 ହଜାର ଟଙ୍କାକୁ ଅଢେଇ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ବର୍ଧିତ ରାଶି ଆସନ୍ତା ଏପ୍ରିଲ ପହିଲାରୁ ମିଳିବ ବୋଲି ବିଭାଗ ସୂଚନା ପ୍ରଦାନ କରିଛି । ତେବେ ନିଷ୍ପତ୍ତି ଅନୁଯାୟୀ ସଠିକ ଯାଞ୍ଚ ପରେ ନବ ବିବାହିତା ଦମ୍ପତ୍ତିଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ପୁରସ୍କାର ପାଇବା ପାଇଁ ବର ଏବଂ କନ୍ୟା ବିବାହ ସମୟରେ ଯଥାକ୍ରମେ 21 ଏବଂ 18 ବର୍ଷର ହୋଇଥିବା ନିତାନ୍ତ ଆବଶ୍ୟକ ।

ଏଥିସହିତ ଉଭୟ ପତିପତ୍ନୀ ନିଶ୍ଚିତ ଭାବରେ ଏହି ଯୋଜନା ଅଧିନରେ ପ୍ରୋତ୍ସାହନ ରାଶି ପୂର୍ବରୁ ପାଇନଥିବେ । ଏହି ଦମ୍ପତ୍ତିଙ୍କୁ ସେମାନଙ୍କର ବିବାହ ପଞ୍ଜିକରଣର ପ୍ରମାଣ ପତ୍ର ସହିତ ଆବେଦନ କରିବାକୁ ପଡିବ । ଏହି ପ୍ରେତ୍ସାହନ ରାଶି ସ୍ୱାମୀ ସ୍ତ୍ରୀଙ୍କର ମିଳିତ ଆକାଉଣ୍ଟରେ ସ୍ଥିର ରହିବ । ସେମାନେ ବିବାହର ତିନି ବର୍ଷରେ ମିଳିତ ଦସ୍ତଖତରେ ଏହି ବିବାହର ରାଶିକୁ ଏକତ୍ର ଉଠାଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।