intresting gk question- ଆପଣ କହିପାରିବେ କି ! ଭାରତର କେଉଁ ରାଜ୍ୟରେ ଗରିବ ଲୋକଙ୍କ ସଂଖ୍ୟା ସର୍ବାଧିକ ?

ମଣିଷ ପାଖରେ ଯେତେ ବି ଜ୍ଞାନ ଥାଉ ନାଁ କାହିଁକି ମଣିଷ ପାଖରେ ନିହାତି ସାଧାରଣ ଜ୍ଞାନ ରହିବା ଦରକାର ଯାହାକି ବ୍ୟକ୍ତିକୁ ସମ୍ମାନ ପ୍ରାପ୍ତି କରାଇ ଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ ଯାହା ଆପଣ ଜାଣିବା ନାହାତି ଆବଶ୍ୟକ । କାହିଁକି ନାଁ ବହୁତ ଲୋକ ଅଛନ୍ତି ଯେଉଁ ମାନେ ନିଜ ପାଖରେ ତ ବହୁତ ଡିଗ୍ରୀ ପରିଚୟ ପତ୍ର ରଖିଛନ୍ତି କିନ୍ତୁ ସେମାନଙ୍କ ପାଖରେ ସାଧାରଣ କିଛି ଜ୍ଞାନ ନଥାଏ ।ଜ୍ଞାନର ଅସୀମ ଭଣ୍ଡାର ରହିଛି। ଏହାକୁ ଯେତେ ପଢିଲେ ସରେ ନାହିଁ। ତେବେ ସେହି ଜ୍ଞାନ ଭିତରେ ଏମିତି କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ ।

ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ହେଲେ ଏହା ଆମର ବହୁତ ଦରକାରୀ ମଧ୍ୟ ହୋଇ ଥାଏ । ଆମ ସମାଜରେ ଦେଶରେ ପ୍ରତିଟି ଜିନିଷ ଉପରେ ଲୋକଙ୍କର ସାମୁହିକ ଜ୍ଞାନ ରହିବା ନିହାତି ଆବଶ୍ୟକ,କାରଣ ଏହି ସବୁ ଜ୍ଞାନ ଆମର ଆଗକୁ ବହୁତ କାମରେ ଆସିବ । ଆଉ ଆମକୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିବ ।

ଆଜିର ମୋବାଇଲ ଓ କମ୍ପୁଟର ଯୁଗର ପିଲା ମାନେ ଆମ ଧର୍ମ ପୁରାଣ ଓ ଶାସ୍ତ୍ର ବିଷୟରେ ଜାଣିବାକୁ ସୁଯୋଗ ପାଉ ନାହାଁନ୍ତି।ସେମାନେ ସବୁବେଳେ ବହିରେ ଥିବା ପାଠ କୁ ପଢୁଛନ୍ତି,କାରଣ ଏହା ଦ୍ୱାରା ସେମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ମିଳିବ। ମାତ୍ର ଏହାଦ୍ବାରା ପିଲାମାନେ ବାହାର ଦୁନିଆର କୌଣସି କଥା ଜାଣି ପାରୁ ନାହାଁନ୍ତି।

ସେମାନେ କେବଳ ପୁସ୍ତକ କୀଟ ହୋଇ ରହି ଯାଉଛନ୍ତି।ଯାହାଦ୍ୱାରା ସେମାନେ ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁ ରେ ସଫଳତା ହାସଲ କରି ପାରୁ ନାହାଁନ୍ତି। ତେଣୁ ଆଜି ଆମେ ଆପଣଙ୍କୁ ଆମ ଦେଶ ଓ ରାଜ୍ୟ ସମ୍ବନ୍ଧିତ 10 ଗୋଟି ଚତୁର ପ୍ରଶ୍ନ ଓ ସେ ଗୁଡ଼ିକର ଉତ୍ତର ବିଷୟରେ କହିବୁ।

1 .କୃଷିର ଉନ୍ନତି ପାଇଁ ଜାତୀୟ ସ୍ତରରେ କେଉଁ ବ୍ୟାଙ୍କ କାମ କରୁଛି?
ଉତ୍ତର – ନାବାଡ଼।

2. ଦେବୀ ଅହଲ୍ୟାବାଇ ବିମାନ ବନ୍ଦରଟି କେଉଁଠାରେ ଅବସ୍ଥିତ ?
ଉତ୍ତର- ଇନ୍ଦୋର ମଧ୍ୟପ୍ରଦେଶ ।

3. କେବେ ଓଡ଼ିଶାରେ ପ୍ରଥମ କରି ରେଳ ଗାଡ଼ି ଚଳାଚଳ କଲା?
ଉତ୍ତର -1897 ।

4. ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କେବେ ମାନବ ବୋମାରେ ପ୍ରାଣ ହରାଇ ଥିଲେ ?
ଉତ୍ତର – 1991।

5. ମୋରାଜୀ ଦେଶାଇଙ୍କ ମନ୍ତ୍ରିମଣ୍ଡଳରେ କିଏ ବୈଦେଶିକ ମନ୍ତ୍ରୀ ଥିଲେ?
ଉତ୍ତର – ଅଟଳବିହାରୀ ବାଜପେୟୀ।

6.ଆମ ରାଜ୍ୟର ଖାଉଟି କମିଶନଙ୍କ କାର୍ଯ୍ୟାଳୟ କେଉଁଠି ଅବସ୍ଥିତ ?
ଉତ୍ତର – ବ୍ରହ୍ମପୁର।

7- ଭାରତର କେଉଁ ରାଜ୍ୟରେ ଗରିବଙ୍କ ସଂଖ୍ୟା ସର୍ବାଧିକ?
ଉତ୍ତର – ଉତ୍ତରପ୍ରଦେଶ।

8- କେଉଁ ଲୁହା ଖଣିରୁ ଲୁହା ପଥର ଗିଲା ଅବସ୍ଥାରେ ପାଇପ ସାହାଯ୍ୟ ରେ ପରିବହନ କରାଯାଏ?
ଉତ୍ତର – କୁଡ୍ରମୁଖ।

9 – କେବେ ଆଲ୍ହାବାଦ ନିକଟସ୍ଥ ଶ୍ରୀଙ୍ଗାଭେରାପୁର ଠାରେ ଗଙ୍ଗା ଓ ଯମୁନା ନଦୀର ଜଳ ପ୍ରବାହକୁ ନିୟନ୍ତ୍ରଣ କରାଯାଇ ଜଳ ଅମଳର ସୁନିର୍ମିତ ବ୍ୟବସ୍ଥା କରା ଯାଇଥିଲା?

ଉତ୍ତର- ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ।

10- ଲାଲ ତଥ୍ୟ ପୁସ୍ତକରେ ସ୍ଥାନ ପାଇଥିବା ସ୍ତନ୍ୟପାୟୀ ଶ୍ରେଣୀର ପ୍ରାଣୀଙ୍କ ସଂଖ୍ୟା କେତେ?
ଉତ୍ତର – 497।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।