ଓଡ଼ିଆ ହିରୋ Anubhav Mohanty ଙ୍କର ଏମିତି କିଛି ଫୋଟୋ, ଜୀବନରେ କେବେ ଦେଖି ନଥିବେ…
ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ରହିଛନ୍ତି ଆଉ ସେଥି ମଧ୍ୟରୁ ଦର୍ଶକ ଙ୍କର ପ୍ରିୟର କଳାକାର ମଧ୍ୟ ରହିଛନ୍ତି | ତାଙ୍କର ଫିଲ୍ମ ହେଉ କି ବ୍ୟକ୍ତିଗତ ଜୀଵନ ସମ୍ପର୍କ ରେ ହେଉ ଫ୍ୟାନ୍ସ ମାନେ ଜାଣିବା ପାଇଁ ଚାତକ ଭଳି ଚାହିଁ ରହି ଥାଆନ୍ତି | ତେବେ ଆଜି ସେଭଳି ଭାବେ ଓଲିଓଡ଼ ଇଣ୍ଡଷ୍ଟ୍ରି ର ଏକ ସୁପରଷ୍ଟାର ଙ୍କ ସମ୍ପର୍କ ରେ ଆଲୋଚନା କରିବା | ଆପଣ ମାନେ ତ ଅନୁଭବ ମହାନ୍ତି ଙ୍କୁ ବେସ ଭଲ ଭାବରେ ଜାଣି ଥିବେ କିନ୍ତୁ ଆଜି ଆମେ ଅନୁଭବ ମହାନ୍ତି ଙ୍କର ଫ୍ୟାମିଲି ସମ୍ପର୍କ ରେ ଆଲୋଚନା କରିବା |
ଅନୁଭବ ମହାନ୍ତି ଓଲିଓଡ଼ ଇଣ୍ଡଷ୍ଟ୍ରି ର ବାଡ଼ସା ଅଟନ୍ତି ଯାହାକି ସେ ନମ୍ବର ୱାନ ନାୟକ ଭାବରେ ପରିଚିତ ଏବଂ ଅନେକ ସୁପରହିଟ ଫିଲ୍ମ କରି ଦର୍ଶକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରିଛନ୍ତି |
ଓଡ଼ିଆର ଫେମସ ଆକ୍ଟର ତଥା ପାଲିଟିସିଆନ ଅନୁଭବ ମହାନ୍ତି ଙ୍କର ଜନ୍ମ 24 ଡିସେମ୍ବର 1981 ମସିହା ରେ କଟକ ରେ ହୋଇ ଥିଲା | ଛୋଟ ବେଳୁ ହିଁ ଅନୁଭବ ମହାନ୍ତି ଙ୍କର ପାଠ ପଢିବା ସହିତ ଅଭିନୟ ପ୍ରତି ରୁଚି ରହିଥିଲା |
ଅନୁଭବ ମହାନ୍ତି ତାଙ୍କ ଅଭିନୟ ଜୀଵନ ର ଆରମ୍ଭ ଆଲବମ ରୁ ହିଁ କରି ଥିଲେ ଏବଂ ଅନୁଭବ 2004 ମସିହା ରେ ତାଙ୍କ ଫିଲ୍ମ ଜୀଵନ ର ଆରମ୍ଭ ଆଇ ଲଭ ୟୁ ଫିଲ୍ମ ରୁ କରି ଥିଲେ | ଏହାପରେ ଅନୁଭବ ବହୁତ ଫିଲ୍ମ ରେ କାମ କରି ଲୋକ ପ୍ରିୟତା ହାସଲ କରି ଥିଲେ | ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଅନୁଭବ ଙ୍କ ଫ୍ୟାମିଲି ସମ୍ପର୍କ ରେ |
ତେବେ ଅନୁଭବ ଙ୍କ ବାପା ଙ୍କ ନାମ ହେଉଛି ଅଭୟ କୁମାର ମହାନ୍ତି ଯିଏ କି ଜଣେ ରିଟାୟାର୍ଡ଼ ଲେକଚର ଅଟନ୍ତି ଏବଂ ତାଙ୍କ ମାଆ ଙ୍କର ନାମ ହେଉଛି ମଧୁସ୍ମିତା ମହାନ୍ତି ଯିଏ କି ଜଣେ ଗୃହିଣୀ ଅଟନ୍ତି | ଏହା ବ୍ୟତୀତ ଅନୁଭବ ମହାନ୍ତି ଙ୍କର ଜଣେ ବଡ଼ ଭାଇ ମଧ୍ୟ ଅଛନ୍ତି ଯାହାଙ୍କର ନାମ ହେଉଛି ଅନୁପ୍ରାସ ମହାନ୍ତି ଏବଂ ସେ ଜଣେ ଫିଲ୍ମ ପ୍ରଡ୍ୟୁସର ଅଟନ୍ତି | ଏହା ସହିତ ଅନୁଭବ ମହାନ୍ତି ଙ୍କର ଭାଉଜ ଓ ଝିଆରୀ ଅଛନ୍ତି ଆଉ ତାଙ୍କ ଭାଉଜ ଙ୍କର ନାମ ହେଉଛି ପ୍ରେରଣା ମହାନ୍ତି | ତେବେ ଅନୁଭବ 2014 ମସିହା ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନି ଙ୍କୁ ବିବାହ କରି ଥିଲେ ଏବଂ 2021 ମସିହା ରେ ଦୁଇ ଜଣ ଅଲଗା ମଧ୍ୟ ହୋଇ ଯାଇ ଥିଲେ | ତେବେ ପ୍ରାୟ ସମୟରେ ଅନୁଭବ ମହାନ୍ତି ସୋସିଆଲ ମିଡ଼ିଆ ସହିତ ଜଡ଼ିତ ହୋଇ ରହି ଥାଆନ୍ତି ଆଉ କିଛି କିଛି ସୁନ୍ଦର ଫଟୋ ମଧ୍ୟ ଉପଲୋଡ଼ କରି ଥାଆନ୍ତି |