ଦେଖନ୍ତୁ ଭିଡ଼ିଓ । ଅନୁଭବ ଙ୍କ ସହ ଝଗଡା ପରେ କାହିଁକି ଭଉଣୀ ଙ୍କ ମଥାରେ ସିନ୍ଦୁର ଲଗାଇଲେ ବର୍ଷା, କଣ ସତରେ ଅନୁଭବ ବର୍ଷା ଙ୍କୁ…….

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଛନ୍ତି ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ।ତେବେ ଜଣେ ସେଲେବ୍ରିଟି ଭାବରେ ସେ ବହୁତ ଜଣାଶୁଣା ଓ ଲୋକପ୍ରିୟ କାରଣରୁ ଲୋକେ ତାଙ୍କର ଜୀବନଶୈଳୀ ଏବଂ ଚଳଣି କୁ ବେଶ୍ ଅନୁସରଣ କରିଥାନ୍ତି ଓ ସେହି ମାର୍ଗରେ ଅନେକ ଯାଇଥାନ୍ତି ମଧ୍ୟ। ଅନେକ ପ୍ରଶଂସକ ବର୍ଷାଙ୍କୁ ତାଙ୍କର ରୋଲ୍ ମଡେଲ ବୋଲି ମଧ୍ୟ ମାନିଥାନ୍ତି ଏବଂ ଆଦର୍ଶ ଭାବରେ ମଧ୍ୟ ଗ୍ରହଣ କରିଥାନ୍ତି।

ତେବେ ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏହି ଭିଡିଓ ରେ କଣ କରୁଛନ୍ତି।

ଏହି ଭିଡିଓ ରେ ଅଭିନେତ୍ରୀ ଜଣଙ୍କ ତାଙ୍କ ଶାଶୁ ଘରେ ଦୂର୍ଗା ପୂଜା ପାଳନ କରୁଥିବାର ଦେଖିବାକୁ ମିଳିଛି।ସେ ଶାଢ଼ୀ ପିନ୍ଧି ପାରମ୍ପରିକ ଢଙ୍ଗରେ ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳିଛି।ତେବେ ଘରେ ପୂଜାର୍ଚ୍ଚନା କରିବା ପରେ ବର୍ଷା ତାଙ୍କ ପରିବାର ସହିତ ଅର୍ଥାତ୍ ତାଙ୍କ ବାପ ଘରର ଲୋକଙ୍କ ସହିତ କଟକ ର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ କୁ ବୁଲିବାକୁ ଏବଂ ମାତା ଦୁର୍ଗାଙ୍କୁ ଦର୍ଶନ କରିବାକୁ ଯାଇଥିଲେ।

ସେ ସେଠାରେ ବହୁତ୍ ଖୁସି ଥିବାର ନଜର ଆସିଥିଲେ ଏବଂ ବହୁତ୍ ଉପଭୋଗ ମଧ୍ୟ କରିଥିଲେ । ଯାହାର ଝଲକ ଆପଣ ମାନେ ଏହି ଭିଡିଓ ମାଧ୍ୟମରେ ଦେଖିବାକୁ ପାଉଥିବେ। ତେବେ ସେ ନିଜର ବଡ଼ ଭଉଣୀ ସହ ବହୁତ୍ ମଜା ମସ୍ତି ମଧ୍ୟ କରିଛନ୍ତି। ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଭଉଣୀଙ୍କ ମୁଣ୍ଡରେ ସିନ୍ଦୂର ଲଗାଇ ଦେଉଥିବା ବେଳେ ତାଙ୍କ ବଡ଼ ଭଉଣୀ ମଧ୍ୟ ବର୍ଷାଙ୍କ ମୁଣ୍ଡରେ ସିନ୍ଦୂର ଲଗାଇ ଦେଉଥିବାର ଦେଖିବାକୁ ମିଳିଛି।

ଆପଣଙ୍କୁ କହି ରଖୁଛୁ ଯେ ବର୍ଷା ଅନୁଭବଙ୍କ ସହ ମଣ୍ଡପ ବୁଲିବାକୁ ଯାଇ ନଥିଲେ।ସେ ତାଙ୍କର ବାପ ଘରର ଲୋକ ମାନଙ୍କ ସହ ସେଠାକୁ ଯାଇଥିଲେ। ଆପଣ ମାନେ ତ ଜାଣିଛନ୍ତି ବର୍ଷା ଏବଂ ଅନୁଭବଙ୍କ ଭିତରେ ବିବାଦ ଲାଗି ରହିଛି।ଏହି ମାମଲା ଏବେ କୋର୍ଟଙ୍କ ବିଚାରାଧୀନ ରହିଛି। ନଭେମ୍ବର ଦ୍ଵିତୀୟ ସପ୍ତାହରେ ଏହି ମାମଲାର ଶୁଣାଣି ହେବ ବୋଲି କୋର୍ଟଙ୍କ ତରଫରୁ କୁହାଯାଇଛି।

ତେବେ ପରେ ଜଣା ପଡ଼ିବ ଏହି ମାମଲାର ଶୁଣାଣି ରେ କୋର୍ଟ ଙ୍କ ରାୟ କଣ ରହୁଛି। ବର୍ଷା ଏବଂ ଅନୁଭବଙ୍କ ବିବାଦର କଣ ମୋଡ଼ ନେଉଛି। ସେମାନେ ପରସ୍ପର ଠାରୁ ଅଲଗା ହୋଇ ଯାଉଛନ୍ତି ନା କୋର୍ଟ ଙ୍କ ପରାମର୍ଶ କ୍ରମେ ସେମାନଙ୍କ ମଧ୍ୟରେ ଆପୋଷ ବୁଝାମଣା ଯୋଗୁଁ ପୁଣି ଏକାଠି ହୋଇ ଯାଉଛନ୍ତି। ସମୟ କହିବ ଏମାନଙ୍କ ଯୋଡ଼ି ଆଗଭଳି ହିଟ୍ ହେଉଛି କି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।