ଅନୁଭବ – ବର୍ଷା ବିବାଦରେ ପଡିଲା ପୂର୍ଣ୍ଣଛେଦ, ଦୁହେଁ ଏକାଠି ବସିଲେ, ତୁଟିଲା ବିବାଦ…

ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାର ଘଟଣା ସମାଜରେ ଘଟୁଛି। ଯେମିତି ନାରୀ ଧର୍ଷଣ, ନାରୀ ନିର୍ଯ୍ୟାତନା, ସ୍ୱାମୀ ସ୍ତ୍ରୀ ବିବାଦ। ନାରୀକୁ ସମସ୍ତେ ଅବଳା ଦୁର୍ବଳ ବୋଲି ଭାବିକି ତାଙ୍କୁ ବ୍ୟବହାର କରିଥାନ୍ତି। ଏପଟେ ସ୍ୱାମୀ ସ୍ତ୍ରୀ ବିବାଦ ବି ବହୁତ ଦେଖାଯାଉଛି। ସେହିପରି ଆମ ଓଡ଼ିଶାରେ ସମସ୍ତଙ୍କର ପ୍ରିୟ ସୁପର ଷ୍ଟାର ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟରେ ଦେଖା ଦେଇଛି।

ସେ ଦୁହେଁଙ୍କ ମଧ୍ୟରେ ବୁଝାମୁଣାରେ ଭୁଲ ହୋଇଛି ଯାହାକୁ ନେଇ କଥା ବଡ ହୋଇଗଲାଣି। ଅନୁଭବ ମହାନ୍ତି ଏବେ କେନ୍ଦ୍ରାପଡ଼ାର ସାଂସଦ ମଧ୍ୟ ଅଛନ୍ତି। ଏହି ଘଟଣାକୁ ନେଇ ସାରା ପରିବାର ଏବଂ ରାଜ୍ୟରେ ଅସନ୍ତୋଷ ଦେଖାଦେଇଛି।

ସେ ଅଭିନେତ୍ରୀ ବର୍ଷାଙ୍କୁ ନିର୍ଯ୍ୟାତନା ଦେଉଥିବା ଖବର ଶୁଣାଯାଉଛି। ଏହି ଘଟଣାର ସମାଧାନ ପାଇଁ ଦୁହେଁ ଆଇନ ର ବି ଆଶ୍ରୟ ନେଇଛନ୍ତି ଏବଂ ପରେ କୋର୍ଟକୁ ମଧ୍ୟ ଯାଇଥିଲେ। କିଛି ସମାଧାନ ନ ହେବାରୁ ସେମାନେ ରାଜ୍ୟ ମହିଳା କମିଶନରଙ୍କ ପାଖରେ ଦୁହେଁ ପହଞ୍ଚିଥିଲେ। ଆସନ୍ତୁ ପୁରା ଖବର ସମ୍ପର୍କରେ ଜାଣିବା ଦୁହେଁ ଚେଷ୍ଟାଜାରି ରଖିଛନ୍ତି ଘଟଣାର ସମାଧାନ ପାଇଁ କିନ୍ତୁ ଖବର ଶୁଣାଯାଉଛି ଅଭିନେତ୍ରୀ ବର୍ଷା କହୁଛନ୍ତି ଅନୁଭବ ସବୁବେଳେ ନିର୍ଯ୍ୟାତନା ଦେଉଛନ୍ତି। ସେ ଦୁହେଁ ମହିଳା କମିଶନରଙ୍କ ଆଗରେ ବସି ଆଲୋଚନା କରୁଥିବାର ସୂଚନା ମିଳିଛି।

ଏଠାରେ ହାଜିର ପାଇଁ ଅଭିନେତା ଅନୁଭବଙ୍କ ବାପା ମା ଙ୍କୁ ନୋଟିସ କରାଯାଇଥିଲା କିନ୍ତୁ ସେମାନେ ଏପର୍ଯ୍ୟନ୍ତ ଆସିନାହାନ୍ତି ବୋଲି ଜଣାପଡିଛି। ଏବେ ଏହି ବିବାଦ ପାରିବାରିକ ବିବାଦରେ ହୋଇରହିଛି। ଅଭିନେତ୍ରୀ ଏହି ବିବାଦକୁ ନେଇ ଆଶ୍ରୟ ନେଇଥିଲେ ମହିଳା କମିଶନରଙ୍କ ପାଖରେ। ପରେ କମିଶନର ନୋଟିସ କରିଥିଲେ ହାଜର ହେବାକୁ ଅନୁଭବ ଏବଂ ତାଙ୍କ ବାପା ମାଙ୍କ ନିକଟକୁ।

ଏହି ନୋଟିସ ଅନୁଯାୟୀ ପ୍ରଥମେ ବର୍ଷା ପରେ ଅନୁଭବ ପହଞ୍ଚିଥିଲେ। ଉଭୟ ମହିଳା କମିଶନରଙ୍କ ସାମ୍ନାରେ ବସିଥିବାର ନଜର ଆସିଛନ୍ତି।ଏଠାର ବସିଲା ପରେ ଦୁହିଁଙ୍କ ମଧ୍ୟରେ କିଛି ସ୍ଥାୟୀ ସମାଧାନ ହୋଇପାରିନି। ସୂଚନାରୁ ଜଣାପଡୁଛି ଅଭିନେତ୍ରୀ ବର୍ଷା ପୁରିଘାଟ ଥାନାରେ ଅନୁଭବ ଏବଂ ସହଯୋଗୀ ୨ ଜଣଙ୍କ ଅଭିଯୋଗ କରିଥିଲେ। ଏହି ଘଟଣାର ପୁରିଘାଟ ଥାନା ତଦନ୍ତ କରିଥିଲା କିନ୍ତୁ କିଛି ସମାଧାନ ହୋଇପାରିନଥିଲା।

କୋର୍ଟଙ୍କ ନିର୍ଦେଶକ୍ରମେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଘରେ ରହିବାକୁ ଦେଉନଥିଲେ ଆଉ ତାଙ୍କ ରୁମରେ ତାଲା ପକାଇଦେବାରୁ ସେ ବାହାରେ କିଛି ସମୟ ଠିଆ ହୋଇଥିବାରୁ ବର୍ଷା ଅଭିଯୋଗ କରିଥିଲେ। ଅଭିନେତ୍ରୀ ଅଭିଯୋଗ କରିବାରୁ ତଦନ୍ତ ପାଇଁ ଅନୁଭବଙ୍କ ବାସ ଭବନକୁ ପୋଲିସ ଯାଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।