ଦେଖନ୍ତୁ ଏହି ହୃଦୟ ଫଟା ଘଟଣା…ଅନ୍ଧାର ଘର ଭିତରେ ବଞ୍ଚୁଛି ବଢିଲା ଝିଅ…ଏ ବୟସରେ ବାପା କରୁଛନ୍ତି ସେବା….ଭିଡିଓ ଦେଖିଲେ ଆପଣ ବି କାନ୍ଦିପକାଇବେ …..ଦୟାକରି share କରନ୍ତୁ

ଅନ୍ଧାର କୋଠରୀ ଭିତରେ ଜୀବନ କାଟୁଛି ଏକା ଏକା ଲକ୍ଷ୍ମୀପ୍ରିୟା। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ର ପାଣି ଭଣ୍ଡାର ର ଜୟକୃଷ୍ଣ ପ୍ରଧାନ ଙ୍କ ଝିଅ ଲକ୍ଷ୍ମୀପ୍ରିୟା ପ୍ରଧାନ। ନା କିଛି କହୁଛି, ନା କିଛି ବୁଝୁଛି ନା କିଛି ଖାଉଛି ପିଉଛି ସବୁବେଳେ ସେହି ଗୋଟିଏ ଘରେ ଲକ୍ଷ୍ମୀପ୍ରିୟା ର ଜୀବନ ବିତୁଛି।ସେହି ଘର ଭିତରେ ହିଁ ତାର ରାତି ଆଉ ଦିନ। ବିତି ଗଲାଣି ବର୍ଷ ବର୍ଷ ହେଲେ ଲକ୍ଷ୍ମୀପ୍ରିୟା ସେହି ଘର ଭିତରୁ ବାହାରକୁ ବାହାରି ନାହିଁ।

ତାଙ୍କୁ କେହି କିଛି ପଚାରିଲେ କୌଣସି କଥାର ସେ କିଛି ଉତ୍ତର ମଧ୍ୟ ଦିଏ ନାହିଁ। ମା ମହାଲକ୍ଷ୍ମୀ ଙ୍କ ନାମ ଅନୁସାରେ ବାପା ମା କେଡ଼େ ସୁଖରେ ଦେଇଥିଲା ନା। ଝିଅ ଭଲ ପାଠ ମଧ୍ୟ ପଢ଼ୁଥିଲା। କାମ ଦାମ କରୁଥିଲା। ଭଲରେ ଚଳୁଥିଲା।
ହେଲେ ସପ୍ତମ ଶ୍ରେଣୀ ରେ ପଢ଼ୁଥିବା ବେଳେ ହଠାତ ସବୁକିଛି ବଦଳି ଯାଇଥିଲା। ସ୍କୁଲ୍ ଟ୍ୟୁସନ ରେ ପାଠ ନ ପଢ଼ି ଚୁପଚାପ ବସି ରହିଲା ଲକ୍ଷ୍ମୀପ୍ରିୟା। ଏକଥା ଜଣା ପଡ଼ିବା ପରେ ବାପା ମା ମେଡିକାଲ ଯାଇ ଦେଖାଇଥିଲେ। ଔଷଧ ମଧ୍ୟ ଦେଇଥିଲେ। ମେଡିସିନ ଖାଇବା ପରେ ଭଲ ହୋଇ ଯାଇଥିଲେ ଲକ୍ଷ୍ମୀପ୍ରିୟା।

 କିନ୍ତୁ କିଛି ଦିନ ପରେ ଯୋଉ କଥାକୁ ସେହି କଥା। ତାପରେ ଜଣା ପଡ଼ିଥିଲା କି ମାନସିକ ରୋଗ ରେ ପଡ଼ି ଏମିତି ହେଉଛି ଲକ୍ଷ୍ମୀପ୍ରିୟା। ଝିଅ ର ଏପରି ଅବସ୍ଥାରେ କଣ କରିବେ ତାହା ଭାବି ଭାବି ଖାଲି ଘାଣ୍ଟି ହେଉଛନ୍ତି। ଝିଅ କୁ ବାହା କରାଇ ନାତି ନାତୁଣୀ ଦେଖିବା ସ୍ୱପ୍ନ ତ ପୂରଣ ହେଲା ନାହିଁ ଓଲଟା ଭାଙ୍ଗି ଯାଇଛି ପରିବାରର ମେରୁଦଣ୍ଡ। ଘରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ।

ରୋଜଗାର ବୋଲି କିଛି ନାହିଁ। ଜୟକୃଷ୍ଣ ଙ୍କ ଅନ୍ୟ ଜଣେ ପୁଅ ମଧ୍ୟ ମାନସିକ ରୋଗ ରେ ପୀଡିତ। ସବୁ ଭାବି ଭାବି ପରିଣତ ବୟସରେ ବୁଢ଼ା ବାପା ମା ଦୁଇ ଜଣ ଘରେ ରହିବା ଛଡ଼ା ତାଙ୍କ ପାଖରେ ଆଉ କଣ ବା ଉପାୟ ଅଛି।

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ତାଙ୍କ ଦୁଇ ଭାଇ ପାଗଳ ଆଉ ଏବେ ଝିଅ ମଧ୍ୟ ଦଶ ବର୍ଷ ଧରି ମାନସିକ ରୋଗ ରେ ପୀଡିତ। ତାକୁ କଟକ, ପୁରୀ ସବୁଆଡ଼େ ଦେଖାଇ ସାରିଲେଣି। କିନ୍ତୁ କିଛିବି ଫଳପ୍ରଦ ହେଉନାହିଁ। ସେଥିପାଇଁ ପରିବାର ଲୋକ ସହିତ ସ୍ଥାନୀୟ ଲୋକେ ସରକାରଙ୍କୁ କିଛି ସହାୟତା ପାଇଁ ଅନୁରୋଧ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।