ଦେଖନ୍ତୁ Shocking ଭିଡ଼ିଓ – ଆମକୁ ବାହା ହୁଅ ନଚେତ ଦେଶରୁ ବିଦା କରିଦିଅ ଆମର ଏଠି କିଛି କିଛି ଭବିଷ୍ୟତ ନାହିଁ

ଆପଣ ତ ଜାଣିଛନ୍ତି ଆଜିକାଲି ଦୁନିଆଁ ରେ ଚାକିରୀ ନ କଲେ କେଉଁଭଳି ଅସୁବିଧା ସମ୍ମୁଖୀନ କରିବାକୁ ପଡ଼ି ଥାଏ | ଆଗ କାଳରେ ଏତେ ଚାକିରିଆ ଲୋକ ନଥିଲେ ପ୍ରାୟ ଲୋକ ଖଟି ନିଜ ଘରର ଭରଣ ପୋଷଣ କରୁ ଥିଲେ ଆଉ ଆଗ କାଳରେ ପାଠ କମ ଥିବାରୁ କେହି ଏତେ ଚାକିରୀ ପ୍ରତି ମଧ୍ୟ ଧ୍ୟାନ ଦେଉ ନଥିଲେ | ଏହା ସହିତ ଆଗ କାଳରେ କମ ପାଠ ପଢି ଥିଲେ ମଧ୍ୟ ଚାକିରୀ ବହୁତ ସହଜ ରେ ମିଳି ଯାଉଥିଲା | କିନ୍ତୁ ଏବେର ଯୁଗରେ ସମସ୍ତେ ଶିକ୍ଷିତ ହେଲେଣି ଏଣୁ ଗୋଟିଏ ଚାକିରୀ ମିଳିବା ବହୁତ କଷ୍ଟକର ହୋଇ ପଡୁଛି |

ଆମ ଭାରତ ରେ ଭାରତୀୟ ଲୋକ ଙ୍କୁ ମଧ୍ୟ ଚାକିରୀ ମିଳିବା କଷ୍ଟକର ହୋଇ ପଡ଼ିଲାଣି ଆଉ ଭାରତ ବାହାର ଲୋକ ଙ୍କ କଥା ତ ଦୂର ଅଟେ | ତେବେ ବର୍ତ୍ତମାନ ସମୟ ରେ ଏହି ଚାକିରୀ ସମସ୍ୟା କୁ ନେଇ ଏକ ଖବର ଦେଖିବା ପାଇଁ ମିଳିଛି ଯେଉଁଠି ଭାରତ ରେ ରହୁଥିବା ଅଫଗାନିସ୍ଥାନ ମହିଳା ମାନେ ଦାବି କରିଛନ୍ତି କି ଆମକୁ ଚାକିରୀ ଦିଅ | ଭାରତ ରେ ରହୁ ଥିବା ଆଫଗାନିସ୍ତାନ ର ଲୋକ ମାନଙ୍କୁ ଚାକିରୀ ନ ମିଳିବାରୁ ସେମାନେ ଏକ ଅନସନ କରିଛନ୍ତି |


ତେବେ ଆଫଗାନିସ୍ତାନ ର ଜଣେ ଯୁବତୀ କହିଛନ୍ତି କି ପ୍ରବ୍ଲେମ ହେଉଛି କି ପ୍ରଥମ ରେ ତ ଆମେ ବାହା ହେଇ ପାରିବୁନି ଏଠି ଆଉ ଦ୍ୱିତୀୟ ରେ ହେଉଛି ଆମର ଚାକିରୀ ନାହିଁ | ଏଠି ଆମେ ଯେତେ ଶିକ୍ଷିତ ହେଉ ଥାଉ ନ କାହିଁକି ଆମକୁ ଏଠି ଜବ ମିଳୁ ନାହିଁ, ଭାରତୀୟ ଙ୍କୁ ବି ଜବ ମିଳିବା କଷ୍ଟକର ହୋଇ ପଡୁଛି ଆଉ ଆମକୁ କେଉଁଠୁ ଚାକିରୀ ମିଳିବ | ଆମେ ପାଠ ପଢିକି ଶିକ୍ଷିତ ହେବୁ କିନ୍ତୁ ଯଦି ଆମକୁ ଚାକିରୀ ମିଳିବ ନାହିଁ ତେବେ ଆମେ ଏହି ଶିକ୍ଷା ନେଇକି କରିବୁ କଣ |

ଆଉ ଏଠାରେ ଆମକୁ ରାସନ ବି ମିଳୁ ନାହିଁ ଆଉ ଯାହା ମିଳୁଛି ତାହା ଏତେ ଅପରିଷ୍କାର ଯେ ଖାଇ ମଧ୍ୟ ହେଉ ନାହିଁ ଆମେ ଚଳିବୁ କେମିତି | ଘର ଲୋକ କହୁଛନ୍ତି କି ଯେଉଁଠି ରହୁଛ କାମ କରିକି ଘରକୁ ପଇସା ଦିଅ ଆଉ ଯଦି ଆମକୁ କାମ ହିଁ ମିଳିବ ନାହିଁ ତେବେ ଆମେ ପଇସା ଆଣିକି କଉଠୁ ଦେବୁ |

ଆଉ ମୋଦି ସରକାର ଙ୍କୁ ଆମର ଏତିକି ଅନୁରୋଧ ଯଦି ଆମକୁ ଭାରତ ରେ ରଖୁଛନ୍ତି ତେବେ ଆମ ଭବିଷ୍ୟତ କଥା ଟିକେ ଚିନ୍ତା କରନ୍ତୁ ନଚେତ ଆମକୁ ଭାରତ ରୁ ବାହାର କରି ଦିଅନ୍ତୁ | ଏହି ଭାରତ ସବୁ ଦେଶ ଠାରୁ ସୁରକ୍ଷିତ ଅଛି ବୋଲି ଆମେ ଏଠାରେ ଆସି ରହୁଛୁ କିନ୍ତୁ ଏଠାରେ ଆମର ଭବିଷ୍ୟତ ହିଁ କିଛି ନାହିଁ ବୋଲି ଯୁବତୀ ଜଣଙ୍କ ମିଡ଼ିଆ ସାମ୍ନାରେ କହିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।