ଦେଖନ୍ତୁ ଭିଡ଼ିଓ । ଅମ୍ଲାନ – ଭୂମିକା ବିବାଦ ପରେ ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ଅର୍ଚ୍ଚିତା । ଶେଷରେ LIVE ଭିଡିଓ କରି କହିଲେ ଏମିତି…..
ଅନେକ ଦିନ ଧରି ଓଡିଶା ର ସିନେ ପ୍ରେମୀ ମାନେ କରିଥିବା ଅପେକ୍ଷାର ଅନ୍ତ ଘଟିଛି। କାରଣ ଏକ ଭିନ୍ନ ଧାରାର ଭିନ୍ନ ସ୍ୱାଦର ମନୋରଞ୍ଜନ ଧର୍ମୀ ଫିଲ୍ମ୍ ଦୁର୍ଗତି ନାଶିନୀ ର ରିଲିଜ୍ ହୋଇ ସାରିଛି। ସମସ୍ତେ ଘରେ ଘରେ ବସି ନିଜ ଟେଲିଭିଜନ ପରଦାରେ ଏହାକୁ ଦେଖି ପାରିବେ। ଯେଉଁ ବିଷୟରେ ନିଜ ପ୍ରଶଂସକ ମାନଙ୍କୁ ଅବଗତ କରାଇବା ପାଇଁ ଏବଂ ସୂଚନା ଦେବା ପାଇଁ ତା ସହିତ ଫିଲ୍ମ୍ ରେ ତାଙ୍କର ଅନୁଭୂତି କୁ ସେୟାର କରିବା ପାଇଁ ଲାଇଭ ଆସିଲେ ଓଲିଉଡ ର ଆଗ ଧାଡ଼ିର ଚୁଲବୁଲି ସୁନ୍ଦରୀ ନାୟିକା ଅର୍ଚ୍ଚିତା ସାହୁ।
ଯିଏକି ଏହି ଫିଲ୍ମ୍ ରେ ଲିଡ ରୋଲ୍ ରେ ଅଛନ୍ତି ଅର୍ଥାତ୍ ନାୟିକା ଭାବରେ ଅଭିନୟ କରୁଛନ୍ତି। ତେବେ ଅଭିନେତ୍ରୀ ଅର୍ଚ୍ଚିତା ତାଙ୍କର ପ୍ରଶଂସକ ମାନଙ୍କ ସହିତ ନିଜର ଅନୁଭୂତି କୁ ସେୟାର କରିବା ସହିତ ସେମାନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ସେ ଅଳ୍ପ ସମୟ ପାଇଁ ଲାଇଭ ଆସିଛନ୍ତି।
ପ୍ରଥମେ ସେ ସମସ୍ତଙ୍କୁ ନମସ୍କାର ଜଣାଇ ତାଙ୍କର ପ୍ରଶଂସକ ମାନଙ୍କ ପାଇଁ ଲାଇଭ ଆସିବାର କାରଣ କହିଛନ୍ତି ଯେ ଆଜି ସନ୍ଧ୍ୟା ୬ ଟାରେ ତାଙ୍କର ଫିଲ୍ମ୍ ଦୁର୍ଗତି ନାଶିନୀ ମୁକ୍ତିଲାଭ କରିବାକୁ ଯାଉଛି,ଏବଂ ଆପଣ ମାନେ ସମସ୍ତେ ଏହାକୁ ଦେଖନ୍ତୁ ଓ ଉପଭୋଗ କରନ୍ତୁ। ଏହାଛଡା ସେ କହିଛନ୍ତି ଯେ ସେମାନଙ୍କର ଯାହା ପଚାରିବାର ଅଛି ପଚାରି ପାରିବେ ସେ ସମସ୍ତ ପ୍ରଶ୍ନର ଉତ୍ତର ଦେବେ।
ମେକ ଅପ୍ ସହିତ ଅର୍ଚ୍ଚିତା ବହୁତ୍ ସୁନ୍ଦର୍ ଏବଂ ଗ୍ଲାମରସ୍ ଦେଖା ଯାଉଛନ୍ତି।ସେ ମେକ ଅପ୍ ରେ ରହି ଥିବାରୁ ବହୁତ୍ ସୁନ୍ଦର୍ ଭାବରେ ନିଜକୁ ସଜେଇ ରଖିଛନ୍ତି। ଏମିତିରେ ଅଭିନେତ୍ରୀ ଅର୍ଚ୍ଚିତା ବହୁତ୍ ସୁନ୍ଦର୍ ଦେଖା ଯାଆନ୍ତି। ଯେଉଁ କାରଣ ପାଇଁ ତାଙ୍କର ସୁନ୍ଦରତା ସାଙ୍ଗକୁ ତାଙ୍କ ଅଭିନୟ କୁ ଅନେକ ପସନ୍ଦ ଏବଂ ପ୍ରଶଂସା କରନ୍ତି।
ସେ କହିଛନ୍ତି ଯେ ତାଙ୍କର ଏହି ଫିଲ୍ମ୍ ପାଇଁ ସେ ବହୁତ୍ ଉତ୍ସାହିତ ଅଛନ୍ତି ଏବଂ ତାଙ୍କର ଦୁର୍ଗତି ନାସିନୀ ପରିବାର ମଧ୍ୟ। ତାଙ୍କର ଏହି ଫିଲ୍ମ୍ ଯ ଦୁର୍ଗତି ନାଶିନି କରନା ସଂକ୍ରମଣ ସମୟରେ ବି ସଚେତନ ରହି ପ୍ରସ୍ତୁତ ହୋଇଛି। ଏହି ଫିଲ୍ମ୍ ଟି ନିଶ୍ଚିତ ଦର୍ଶକ ମାନଙ୍କୁ ବହୁତ୍ ଭଲ ଲାଗିବ ଏବଂ ଏହା ବହୁତ୍ ଭଲ ହୋଇଛି।
ଏହାକୁ ନେଇ ସମସ୍ତଙ୍କ ମନରେ ଏକ ଉତ୍କଣ୍ଠା ରହିଛି କି ତାଙ୍କ ଫିଲ୍ମ୍ କେବେ ଆସିବ ବୋଲି, ଯାହାକୁ ନେଇ ଅନେକ ଜଣ ଅର୍ଚ୍ଚିତା ଙ୍କୁ ପ୍ରଶ୍ନ ମଧ୍ୟ ପଚାରି ଥିଲେ। ଏହାର ସମୟ ଆସି ଯାଇଛି,ଆଜି ସନ୍ଧ୍ୟା ୬ ରେ ଜି ସାର୍ଥକ ରେ ସମସ୍ତେ ଏହାକୁ ଦେଖି ପାରିବେ। ଆପଣ ମାନେ ଏହାକୁ ଉପଭୋଗ କରିବେ ଏବଂ ଆପଣଙ୍କ ମତାମତ ନିଶ୍ଚିତ ଜଣାଇବେ ଏବଂ ଭଲପାଇବା ଦେବାକୁ ଅର୍ଚ୍ଚିତା କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।