ଆମ ସମାଜର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏହି ଅଟୋ ଚଳାଉଥିବା ଛାତ୍ରୀ, ଏଭଳି ଛାତ୍ରୀଙ୍କ ପାଇଁ ଗୋଟିଏ ଶେୟାର ନିଶ୍ଚୟ କରନ୍ତୁ………

ଅଭାବ ଓ ଅସୁବିଧାରେ ପଡିଲେ ଅନେକଙ୍କ ମନବଳ ଦୁର୍ବଳ ହୋଇଯାଏ । ଏଥିପାଇଁ କେହି କେହି ଭାଗ୍ୟକୁ ନିନ୍ଦିବା ପାଇଂ ମଧ୍ୟ ପଛାନ୍ତି ନାହିଁ , ତ ଆଉ କେହି କେହି ବ୍ୟବସ୍ଥା ଉପରକୁ ଆଙ୍ଗୁଳି ଉଠାନ୍ତି । ସହଜ ହୁଏନି ସମାଧାନର ବାଟ ଖୋଜି ପାଇବା । ହେଲେ ଆମେ ଏମିତି ଜଣେ ମଣିଷଙ୍କ ଘଟଣା ବହୁଳ ଜୀବନକୁ ଲୋକ ଲୋଚନକୁ ଆଣିବାକୁ ଚେଷ୍ଟା କରିଛୁ ଯାହାଙ୍କ ବିଷୟରେ ଜାଣିଲେ ଜଣେ ସଚେତନଶୀଳ ବ୍ୟକ୍ତି ଘଡିଏ ଚିନ୍ତା କରିବା ପାଇଂ ବାଧ୍ୟ ହେବ । ତେବେ ସେହି ଝିଅ ଜଣଙ୍କ ହେଉଛନ୍ତି ବାରିପଦାର ।

ଗୋଟେ ନାରୀ ଭିତରେ ଭଗବାନ ଏତେ ଶକ୍ତି ଦେଇଛନ୍ତି ଯେ ସେମାନେ ଚାହିଁଲେ ସବୁକିଛି କରିପାରିବେ । ନାରୀ ପାଇଂ ହିଁ ଏ ସଂସାର ଚାଲିଛି । ଜଣେ ନାରୀ ଯାହା କରିପାରେ ତାହା ଗୋଟେ ପୁରୁଷ ମଧ୍ୟ ଚାହିଁଲେ କରିପାରିବନି । ତେଣୁ ନାରୀର ଅବଦାନ ଏ ସଂସାରକୁ ଏବଂ ଆମ ସମାଜକୁ ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ ।

ଆଗକାଳରେ ନାରୀଙ୍କୁ ସମ୍ମାନ, ତଥା ପୂଜା କରାଯାଉଥିଲା କିନ୍ତୁ ଆଜିର ସମାଜରେ ନାରୀଙ୍କୁ ଅସମ୍ମାନ କରିବା ସହିତ ସବୁବେଳେ ନାରୀ ମାନଙ୍କୁ ଶୋଷଣ, ନିନ୍ଦା ଏବଂ ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ କରାଯାଉଛି । ଏବେ ଝିଅ ଜନ୍ମ ହେଲେ ବାପା ମାଁ କାନ୍ଦିଥାନ୍ତି କିନ୍ତୁ ସେମାନେ ଜାଣିନଥାନ୍ତି ଝିଅଟି ବଡ ହୋଇ କଣ କରିପାରେ । ଆଜି ଆମେ ସେମିତି ଏକ ଘଟଣା ବିଷୟରେ ଆପଣଙ୍କୁ ଜଣେଇବୁ ଯାହା ଜାଣିବା ପରେ ଆପଣ ଆଦୌ ବିଶ୍ବାସ କରିପାରିବେ ନାହିଁ ।


ତେବେ ଜଣେ ଝିଅ ଜଣେ ପୁଅ ଠାରୁ କୌଣସି ଗୁଣରେ କି କାମରେ ବି କମ୍ ନୁହେଁ । ପୁଅମାନେ ଯାହା କରିପାରିବେ ତାହା ଜଣେ ଝିଅ ବି କରିପାରିବ । ସେହିଭଳି ଜଣେ ସାହାସୀ ଝିଅ ହେଉଛନ୍ତି ଝାନ୍ସି ରାଣୀ ପଣ୍ଡା । ଯିଏକି ଅଟୋ ଚଳାଇ ନିଜ ଘର ଚଳାଇବା ସହିତ ନିଜର ପାଠପଢା ଖର୍ଚ୍ଚ ମଧ୍ୟ ତୁଲାଉଛନ୍ତି । ତାଙ୍କର ଘର ବାରିପଦାରେ ଏବଂ ସେ ବାରିପଦା ଟାଉନ୍ ଉପରେ ଅଟୋ ଚଳାଇ ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି ।

ଝାନ୍ସି ଏବଂ ତାଙ୍କର 2 ବଡ ଭଉଣୀ , ସାନ ଭାଇ , ତେବେ ଝାନ୍ସି ହେଉଛନ୍ତି ଘରର ସାନ ମଝିଆ । ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ବାପାମାଁ ତାଙ୍କର ପାଠପଢା ବନ୍ଦ କରିଦେଇଥିଲେ ।

କିନ୍ତୁ ତାଙ୍କର ଇଚ୍ଛା ସେ ଜଣେ ଆଇପିଏସ୍ ଅଫିସର୍ ହେବେ । ସେଥିପାଇଁ ସେ ଅଟୋଚଳାଇ ନିଜର ଲକ୍ଷ୍ୟ ପୂରଣ ପାଇଁ ପାଠପଢା ଜାରି ରଖିଛନ୍ତି । ସେ ଏବେ +3 ରେ ପଢୁଛନ୍ତି ସାରାଦିନ ଅଟୋଚଳାଇ ରାତିରେ ପାଠପଢନ୍ତି ।

ସବୁଠାରୁ ଦୁଃଖର କଥା ହେଉଛି ସେ ଅଟୋ ଚଳାଉଥିବାରୁ ତାଙ୍କର ସାଙ୍ଗମାନେ ତାଙ୍କ ଠାରୁ ଦୂରେଇ ଯାଇଛନ୍ତି କିନ୍ତୁ ସେ ଏକଥାକୁ ଖାତିର ନକରି ନିଜର ଲକ୍ଷ୍ୟ ପୂରଣ ପାଇଁ ଚେଷ୍ଟା ଜରିରଖିବା ସହିତ ଅଟୋ ଚଳାଉଛନ୍ତି , ତେବେ ଏଥିପାଇଁ ତାଙ୍କୁ ବହୁତ ଅପମାନ ମଧ୍ୟ ମିଳିଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।