୨୩ ଏପ୍ରିଲ ( ଅକ୍ଷୟ ତୃତୀୟା ) କରନ୍ତୁ ଏହି ମହାଉପାୟ ପୁରା ବର୍ଷ ଜମିକୀ ଟଙ୍କା ଆସିବ

ଆପଣ ଜାଣିଥିବେ ଯେ ଆମ ହିନ୍ଦୁ ଶାସ୍ତ୍ର ଅନୁଯାଇ ଆମର ଅନେକ ପର୍ବ ପର୍ବାଣି ପାଳନ କରାଯାଏ, ଆଗକୁ ଆସୁଥିବା ଅକ୍ଷୟ ତୃତୀୟା ବିଷୟରେ ଆପଣ ଜାଣିଥିବେ ନିଶ୍ଚିତ |ଏହି ଏକ ବଡ଼ ପର୍ବ ଅଟେ ଏହା ସହିତ ଏହା ଆମ ହିନ୍ଦୁ ମାନଙ୍କ ପାଇଁ ଏକ ପବିତ୍ର ଦିନ ହୋଇଥାଏ, ଏହି ଦିନ ଆପଣ ଯଦି ନିଜ ମନର ଭକ୍ତି ସହକାରେ ଭଗବାନ ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀଙ୍କୁ ପୂଜାର୍ଚନା କରିଥାନ୍ତି ତେବେ ଆପଣଙ୍କ ଉପରେ ତାଙ୍କର କୃପା ଦୃଷ୍ଟି ପଡିବା ସହିତ ଆପଣଙ୍କ ଜୀବନରେ ଅନେକ ପରିବର୍ତନ ଆସିଥାଏ |

ଆମେ ଆଜି ଆପଣକୁ ଏହି ପବିତ୍ର ଅକ୍ଷୟ ତୃତୀୟ ଦିନ ଘରକୁ କେଉଁ ଜିନିଷ ଆଣିଲେ ତାହା ଶୁଭ ହୋଇଥାଏ ସେ ବିଷୟରେ ଆପଣଙ୍କୁ ଜଣେଇବି, ତେବେ ଆସନ୍ତୁ ଏହି ଘଟଣା ବିଷୟରେ ସମ୍ପୂର୍ଣ କଥା ଜାଣିବା |

1-ଏହି ଦିନ ଆପଣ ଯଦି ମାତା ଲକ୍ଷ୍ମୀଙ୍କ ପାଦୁକା ସୁନାରେ ହେଉ କିମ୍ବା ରୂପରେ ଏହାକୁ ଆଣି ଯଦି ପୂଜା କରି ଆପଣଙ୍କ ଘରେ ସ୍ଥାପନ କରନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବା ସହିତ ଆପଣଙ୍କ ଘରେ କେବେ ଆର୍ଥିକ ସମସ୍ୟା ରହିବ ନାହିଁ |

2-ମାତା ଲକ୍ଷ୍ମୀଙ୍କ ପ୍ରିୟ କଉଡ଼ି ଅଟେ ଏହି କଉଡ଼ି ଆପଣ ଘରକୁ ଆଣି ସେଥିରେ ହଳଦୀ ଦେଇ ତାହାକୁ ପ୍ରତ୍ୟେକ ଦିନ ପୂଜା କରିବା ଦ୍ଵାରା ଆପଣଙ୍କ ଘରୁ ନକାରାତ୍ମକ ଶକ୍ତି ଦୂର ହେବା ସହିତ ଆପଣଙ୍କ ଜୀବନରୁ ସମସ୍ତ ଦୁଃଖ ଦୂର ହୋଇଯିବ |

3-ଆପଣ ଏହି ପବିତ୍ର ଅକ୍ଷୟ ତୃତୀୟା ଦିନ ଆପଣ ଏକ ଚୁଳି ନଡ଼ିଆ ଆଣି ତାହାକୁ ଆପଣଙ୍କ ଠାକୁର ଘରେ ସ୍ଥାପନ କରି ଯଦି ବିଧି ବିଧାନ ଅନୁଯାଇ ତାହାକୁ ପୂଜା କରନ୍ତି ତେବେ ଆପଣ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିବା ସହିତ ଆପଣଙ୍କ ପରିବାରରେ ସର୍ବଦା ହସ ଖୁସି ଲାଗି ରହିଥାଏ |

4-ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଯଦି ଏହି ଦିନ କଇଁଛ ମୂର୍ତ୍ତି ଘରକୁ ଆଣନ୍ତି ତେବେ ତାହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ତାଙ୍କର ଅପାର କୃପା ବର୍ଷା କରିବା ସହିତ ଆପଣଙ୍କ ଜୀବନରୁ ସମସ୍ତ ଧନ ଜନିତ ଅସୁବିଧା ଦୂର କରନ୍ତି |ଏହା ସହିତ ଆପଣ ଏହିଦିନ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି କିମ୍ବା ଫୋଟୋ ଯଦି ଘରକୁ ଆଣନ୍ତି ତେବେ ତାହା ଆପଣଙ୍କ ଗୃହ ପାଇଁ ଶୁଭ ହୋଇଥାଏ |

5-ଆପଣଙ୍କ ଘରେ ଧନର ବୃଦ୍ଧି ପାଇଁ ଏହି ଦିନ ଲକ୍ଷ୍ମୀ ଚକ୍ର ଘରକୁ ଆଣି ତାହାକୁ ପୂଜା କରି ଆପଣଙ୍କ ଘରେ ସ୍ଥାପନ କରନ୍ତି ତାହା ଆପଣଙ୍କ ପାଇଁ ଶୁଭ ହୋଇଥାଏ |

6-ପବିତ୍ର ଅକ୍ଷୟ ତୃତୀୟ ଦିନ ଆପଣ ଦକ୍ଷିଣ ବର୍ତ୍ତୀ ଶଙ୍ଖ କିମ୍ବା ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ଘରକୁ ଆଣି ତାହାକୁ ଯଦି ପ୍ରତ୍ୟେକ ଦିନ ପୂଜା କରନ୍ତି ତେବେ ତାହା ଆପଣଙ୍କ ପାଇଁ ଘର ପାଇଁ ଖୁସି ଆଣିଥାଏ |ଏହା ସହିତ ଆପଣଙ୍କ ପରିବାରରେ ସର୍ବଦା ସୁଖ ଶାନ୍ତି ଦେଖା ଯାଇଥାଏ |