VIRAL ଭିଡ଼ିଓ – stage ଉପରେ ପପୁ ପମ୍ ପମଙ୍କ ଉପରକୁ ଟେକା ପଥର ମାଡ଼,ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ…..ଦେଖନ୍ତୁ VIRAL ଭିଡ଼ିଓ ଟିକୁ…
ଆପଣ ତ ଜାଣିଛନ୍ତି ଓଲିଓଡ଼ ଇଣ୍ଡଷ୍ଟ୍ରି ର ନମ୍ବର ୱାନ ହାସ୍ୟ ଅଭିନେତା ପପୁ ପମପମ ପରିଚିତ କିନ୍ତୁ ଏହି କିଛି ବର୍ଷ ହେବ ସେ ଅନେଇ ବିବାଦ ର ସାମ୍ନା କରି ଥିଲେ ଆଉ ଏବେ ପୁଣି ପପୁ ପମପମ ବିବାଦ ରେ ରହିଛନ୍ତି ଯାହାକି ଏହି ବିବାଦ ଯେମିତି ପପୁ ଙ୍କର ପିଛା ଛାଡୁ ନାହିଁ |
ଦିନେ ମହାପ୍ରଭୁ ଜଗନ୍ନାଥ ଙ୍କୁ ନେଇ କମେଡି କରି ଥିଲେ ଯାହାକି ଛାଡ଼ପଡ଼ା ଓଭରବ୍ରିଜ ପାଖରେ ତାଙ୍କୁ ଗାଳି ମାଡ଼ ହୋଇ ଥିଲା | ଆଉ ଦିନେ କାଷ୍ଟିଙ୍ଗ କାଉଚ ରେ ଫସି ଥିଲେ ଆଉ ଏପଟେ ପୁଣି ମିଷ୍ଟର କହ୍ନେୟା ର ପୋଷ୍ଟର ପାଇଁ ଫସି ଥିଲେ |
ଆଉ ଏବେ ସର୍ବ ସମ୍ମୁଖରେ ଷ୍ଟେଜ ଉପରେ ଜାଗର ଯାତ୍ରାରେ ହାସ୍ୟ ଅଭିନେତା ପପୁ ପମପମ ଙ୍କ ଉପରେ ପଥର ମାଡ଼ ହୋଇଛି | ଭାଗ୍ୟ ଭଲ ଥିଲା ବୋଲି ସେ ପଥର ପପୁ ପମପମ ଙ୍କ ଉପରେ ବାଜିନି କିନ୍ତୁ ସବୁଠୁ ବଡ଼ କଥା ସେହି ପଥର ଯାଇଁ ପଛରେ ଥିବା ଜଣେ ଯୁବତୀ ଙ୍କ ଦେହରେ ବାଜି ଥିବା କଥା ଚର୍ଚ୍ଚା ହେଉଛି |
ଏଠାରେ କହି ରଖିବାକୁ ଚାହିଁବୁ କି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ସୁରଳ ଗ୍ରାମ ରେ ଜାଗର ଯାତ୍ରା ଚାଲିଥିଲା ଆଉ ଏହି ଜାଗର ଯାତ୍ରା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇ ଥିଲା | ଯେଉଁଥିରେ ଓଡ଼ିଶା ର ହାସ୍ୟ ଅଭିନେତା ପପୁ ପମପମ ଅତିଥି ଭାବେ ଯୋଗ ଦେଇ ଥିଲେ ଆଉ ଯେତେ ବେଳେ ପପୁ ପମପମ ମଞ୍ଚ ଉପରକୁ ଉଠି ଥିଲେ ଠିକ ସେତିକି ବେଳେ ଦର୍ଶକ ଏକ ପଥର ପପୁ ପମପମ ଙ୍କ ଉପରକୁ ଫୋପାଡ଼ି ଥିଲେ |
ଶିବରାତ୍ରି ଅବସରରେ ସୁରଳ ଗ୍ରାମରେ ଯେତେବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା, କାର୍ଯ୍ୟକ୍ରମର ଆରମ୍ଭ ହେବାର କିଛି ସମୟ ପରେ ପପୁ ପମପମ ମଞ୍ଚ ଉପରକୁ ଆସି ଥିଲେ ଆଉ ଏହି ସମୟରେ ହଠାତ ମଞ୍ଚ ଉପରକୁ ପଥର ମାଡ଼ ହୋଇ ଥିଲା | ପଥର ପପୁଙ୍କ କାନ୍ଧର କିଛି ଇଞ୍ଚ ବ୍ୟବଧାନ ରେ ଯାଇ ପଛ ପଟେ ଥିବା ବୋର୍ଡ ରେ ବାଜିବାରୁ ତାହା ଭାଙ୍ଗି ବି ଯାଇଥିଲା |
ଆଉ ଏହାପରେ ଆଉ ଏକ ପଥର ବି ମଞ୍ଚ ଉପରକୁ ଆସି ଥିଲା ଯାହା ଆଉ ଜଣେ ଯୁବକଙ୍କ ଦେହରେ ବାଜିଥିଲା | ଫଳରେ ସୁରକ୍ଷା ଦୃଷ୍ଟିରୁ ପପୁ ପମପମ କାର୍ଯ୍ୟକ୍ରମର ଅଧାରୁ ପଲେଇ ଆସିଥିଲେ |
ଏଠାରେ କହି ରଖିବୁ କି ରାତି ପ୍ରାୟ 11ଟା ବେଳେ ପପୁ ପମପମ ଯେତେବେଳେ ମଞ୍ଚ ଉପରକୁ ଆସିଲେ ସୁରଳ ଗ୍ରାମର ଲୋକ ମାନଙ୍କୁ ଧନ୍ୟବାଦ ଦେବା ସହିତ ଗ୍ରାମର ନାମକରଣ ଯଥାର୍ଥତା ସମ୍ପର୍କରେ କହି ଥିଲେ ଆଉ ଏହି ସମୟରେ କିଛି ଉତ୍ୟକ୍ତ ଲୋକ ପଥର ମାଡ଼ କରି ଥିଲେ |
ପରେ ପପୁ ପମପମ ମଞ୍ଚ ଉପରେ ସମସ୍ତଙ୍କୁ ବୁଝାସୁଝା କରିବା ସହିତ ସ୍ୱଭାବିକ ଭାବେ କାର୍ଯ୍ୟକ୍ରମ କୁ ଆଗେଇ ନେବା ପାଇଁ ପରାମର୍ଶ ଦେଇ ଥିଲେ ଆଉ ଟେକା ପଥର ମାଡ଼ ନ କରିବା ପାଇଁ କହିଥିଲେ | ତେବେ ଏହାକୁ ନେଇ ପପୁ ଙ୍କର ପ୍ରତିକ୍ରିୟା ମିଳି ପାରି ନଥିବା ବେଳେ କେଉଁ କାରଣ ପାଇଁ ପଥର ମାଡ଼ ହେଲା ତାହା ଏପର୍ଯ୍ୟନ୍ତ ବି ସ୍ପଷ୍ଟ ହୋଇ ନାହିଁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।