୦୬ ଜାନୁୟାରୀ ବଡ଼ ଶୁକ୍ରବାର ( ପୌଷ ପୂର୍ଣ୍ଣିମା) ଚୁପଚାପ୍ ୩ଟି ଜାଗାରେ ଲୁଣ ରଖନ୍ତୁ, ମା ଲକ୍ଷ୍ମୀ ଧନର ବର୍ଷା କରିବେ
ପୌଷ ମାସରେ ଭଗବାନ ସୂର୍ଯ୍ୟ ଙ୍କ ଉପାସନା କରିବାର ବିଧାନ ଅଛି ଏବଂ ଏହା ସୂର୍ଯ୍ୟ ଦେବଙ୍କର ପୂଜା ପାଇଁ ବହୁତ ବିଶେଷ ମହତ୍ତ୍ୱ ବି ରହିଥାଏ। କିନ୍ତୁ ଏଥର ପୁର୍ଣ୍ଣିମା ଶୁକ୍ରବାର ଦିନ ରେ ଅଛି ଏବଂ ଶ୍ରୀ ହରି ଏବଂ ମା ଲକ୍ଷ୍ମୀଙ୍କର ସବୁଠାରୁ ପ୍ରିୟ ଦିନ ଅଟେ। କାହିଁକିନା ପୌଷ ମାସକୁ ବହୁତ ଶକ୍ତିଶାଳୀ ମାସ ଭାବେ ମାନି ନିଆଯାଇଥାଏ ଏବଂ ପୂର୍ଣ୍ଣିମା ଦିନ ଧର୍ମ କାର୍ଯ୍ୟ କରିବା, ସ୍ନାନ କରିବା ବା ଦାନ କରିବାର ଏହା ବହୁତ ମହତ୍ତ୍ୱ ରହିଥାଏ। ପୌଷ ପୂର୍ଣ୍ଣିମା ରେ ବିଶେଷକରି ପବିତ୍ର ନଦୀ ମାନଙ୍କରେ ଗାଧୋଇବାର ବିଧାନ ରହିଛି।
ପୌଷ ପୂର୍ଣ୍ଣିମା ବା ଦେବାଭିଷେକ ପୂର୍ଣ୍ଣିମା ଦିନ ନିଜର ଭାଗ୍ୟକୁ ବଦଳେଇବା ପାଇଁ କିଛି ବିଶେଷ ପ୍ରୟୋଗ ମଧ୍ୟ କରାଯାଏ। ଏଥର ପୌଷ ପୂର୍ଣ୍ଣିମା ଶୁକ୍ରବାର ଜାନୁଆରୀ ୬ ତାରିଖ ଦିନ ମନାଯାଉଅଛି।
ଏହି ଦିନକୁ ଦେବାଭିଷେକ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ମାନ୍ୟତା ଅଛି କି, ପୌଷ ମାସରେ ନିୟମିତ ଭାବରେ ସୂର୍ଯ୍ୟ ଦେବଙ୍କର ଉପାସନା କରାଯାଏ ବିଶେଷକରି ପୁର୍ଣ୍ଣିମା ରେ ଭଗବାନ ସୂର୍ଯ୍ୟ ଙ୍କୁ ଯଦି ଆରଧନା କରାଯାଏ ସେହି ବ୍ୟକ୍ତି ପୁରା ବର୍ଷ ଏକଦମ୍ ସୁସ୍ଥ ରହିବ। ଜୀବନରେ ଧନର ଅଭାବ ରହି ନଥାଏ ଏବଂ ଭାଗ୍ୟ ବି ସୂର୍ଯ୍ୟ ଙ୍କ କୃପାରୁ ଚମକିଥାଏ।
ଏହି ଦିନ ଯଦି ଆପଣ ସ୍ନାନ କରି ପବିତ୍ର ନଦୀ କୂଳରେ ସୂର୍ଯ୍ୟ ଙ୍କୁ ଜଳ ଅପର୍ଣ କରିବେ ବା ସୂର୍ଯ୍ୟ ଦେବଙ୍କ ସାମ୍ନାରେ ୨୭ ଥର ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରିବେ ତାହେଲେ ଆପଣଙ୍କ ଭାଗ୍ୟ ମଜବୁତ ହୋଇ ଯାଇଥାଏ ଏବଂ ଏହାଦ୍ବାରା ଆପଣ ଆପଣଙ୍କର ଖରାପ ଘାଟିରୁ ବାହାରି ଆସିଥାନ୍ତି। ପୌଷ ପୂର୍ଣ୍ଣିମା ବା ଦେବାଭିଷେକ ପୂର୍ଣ୍ଣିମା ଦିନ ଉପବାସ ରହିବା ମାନ୍ୟତା ରହିଛି। ଯଦି ଆପଣ ଧନୀ ମଣିଷ ଜୀବନରେ ହେବା ପାଇଁ ଚାହାନ୍ତି ତେବେ ଏହିଦିନ କିଛି ଉପାୟ କରିବା ଉଚିତ୍।
ତେବେ ଏହିଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠିଯିବେ ଏବଂ ତାପରେ ସ୍ନାନ କରି ନେବେ। ତାହା ସମେତ ଘରର ସବୁ ସଫା କରିନେବେ। ତାପରେ ଘରର ମୁଖ୍ୟ ଦ୍ୱାରରେ ଆମ୍ବ ପତ୍ରର ମାଳ ଟଙ୍ଗେଇ ଦେବେ। ତାପରେ ଏକ ଲାଲ ରଙ୍ଗର ବସ୍ତ୍ର ପରିଧାନ କରିବେ। ତାପରେ ଏକ ତମ୍ବା ପାତ୍ର ରେ ଜଳ ଭର୍ତ୍ତି କରିନେବେ।
ହାତରେ ଜଳ ନେଇ ଓଁ ଓଁ ଏହି ଶବ୍ଦର ବ୍ୟବହାର ଅତିକମ୍ ରେ ୨୭ ଥର ଉଚ୍ଚାରଣ କରିବେ ବା ଗାୟତ୍ରୀ ମନ୍ତ୍ର ବି ପଢ଼ି ପାରିବେ। ତାପରେ ସେହି ଜଳକୁ ପୁରା ଘର ସାରା ଛିଞ୍ଚି ଦେବେ। ଏହା କରିବା ଦ୍ୱାରା ଆପଣଙ୍କ ଘରର ପବିତ୍ରତା ବଢ଼ିଥାଏ। ଆଉ ବାକି ଜଳକୁ କୌଣସି ଏକ ଗଛ ମୂଳରେ ଢାଳି ଦେବି। ଏହି ଦିନ ସୂର୍ଯ୍ୟ ଦେବଙ୍କର କୌଣସି ବି ମନ୍ତ୍ର ଜପ କରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।