Ajira Anuchinta -ତମ୍ବା ଢ଼ାଳ ଆପଣଙ୍କ ଘରେ କରିବ ଧନର ବର୍ଷା ବାସ କରନ୍ତୁ ଏହି ଗୋଟିଏ ଉପାୟ

ଯଦି ଆପଣ ସତ୍ କର୍ମ ଓ କଠିନ ପରିଶ୍ରମ କରୁଛନ୍ତି , ତେବେ ମଧ୍ୟ ଆପଣଙ୍କ ଘରେ ଆର୍ଥିକ ଅଭାବ ଲାଗି ରହିଛି ଓ ଯେତେ ପରିଶ୍ରମ କଲେ ବି ତା ଫଳପ୍ରଦ ହେଉନାହିଁ ।ତେବେ ଏଥିପାଇଁ ଚିନ୍ତା କରନ୍ତୁ ନାହିଁ ।ଏସବୁ ଘରର ବାସ୍ତୁ ଦୋଷ ଯୋଗୁ ହୋଇଥାଏ ।ତେବେ ଏହି ଅସୁବିଧାକୁ ଦୂର କରିବା ଏବଂ ପୁରାଣ ଶାସ୍ତ୍ରରୁ ଏପରି କିଛି ଜାଣିବା ଯେ ଯାହା ଦ୍ୱାରା ଆପଣଙ୍କ ଘରୁ ନକାରାତ୍ମକ ଶକ୍ତି ଦୂର ହେବ ଏବଂ ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଘରୁ ଆର୍ଥିକ ସମସ୍ୟା ଦୂର ହେଇଯିବ ।ଯାହା ଆପଣଙ୍କୁ ଆପଣଙ୍କ କଠିନ ପରିଶ୍ରମର ଫଳ ମିଳିବ ।ଘରେ ଧନ ଏବଂ ଯଶର ବର୍ଷା ହେବ ।ସମାଜରେ ସମ୍ମାନ ପାଇବେ ।ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷଯରେ –

ଏହି ଉପାୟ ପାଇଁ ଗୋଟିଏ ତମ୍ବା ଢାଳ ଏବଂ ଆଠଟି ଏକ ଟଙ୍କିଆ ମୁଦ୍ରା ଆବଶ୍ୟକ ରହିଛି । ଏହି ଉପାୟ କରିବା ପୂର୍ବରୁ ଆପଣ ଭଲଭାବରେ୍ ସ୍ନାନ ସାରି ସ୍ୱଚ୍ଛ ହେଇଯାଆନ୍ତୁ ।ଏହି ଉପାୟ କରିବାୀ ସମୟରେ କାହା ସହ କଥା ହୁଅନ୍ତୁ ନାହିଁ ।ଏହି ସମୟରେ ଆପଣ ଗୋଟିଏ ତମ୍ବା ଢାଳରେ ପାଣି ଭର୍ତ୍ତି କରିଦିଅନ୍ତୁ ଏବଂ ଘରର ଉତ୍ତର ପୂର୍ବ ଦିଗରେ ରଖିଦିଅନ୍ତୁ ।

ଏହା ପରେ ତମ୍ବା ଢାଳରେ ଆଠଟି ଏକ ଟଙ୍କିଆ ମୁଦ୍ରା ପକେଇ ଦିଅନ୍ତୁ ଏବଂ ତମ୍ବା ଢାଳ ଉପରେ ଏକ ନାଳି ରଙ୍ଗର କପଡା ବାନ୍ଧି ଦିଅନ୍ତୁ ।ଯେବେ ବି ଢାଲରୁ ପାଣି ଭର୍ତ୍ତି ହେଇଯିବ, ସେତେବେଳେ ସେଥିରେ ମୁଦ୍ରାଗୁଡିକୁ ପକେଇ ଦିଅନ୍ତୁ ।ଏହା କରିବା ଦ୍ୱାରା ଅପଣଙ୍କ ଘରେ କେବେବି ଟଙ୍କା ପଇସାର ଅଭାବ ରହିବ ନାହିଁ ।

ଆପଙ୍କ ସମସ୍ତ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଯିବ ।ତମ୍ବା ଢାଳର ଏହି ଗୁପ୍ତ ଉପାୟ ରାତ୍ରି ସମୟରେ କରନ୍ତୁ ଏବଂଭୋର୍ ସକାଳୁ ମଦ୍ୟ ଆପଣ ଏହି ଉପାୟ କରିପାରିବେ ।ଧ୍ୟାନ ରଖନ୍ତୁ ଯେ ଏହି ତମ୍ବାର ଢାଳକୁ ଆପଣ ଆପଣଙ୍କ ଘରର ଉତ୍ତରପୂ୍ର୍ବ ଦିଗରେ ହିଁ ରଖିବେ ଏବଂ ସେଥିରେ ଆଠଟି ଏକ ଟଙ୍କିଆ ମୁଦ୍ରା ନିଶ୍ଚିିନ୍ତ ଭାବେ ପକେଇବେ ।ଏହି ଉପାୟ କରିବା ସମୟରେ କାହା ସହ କଥା ହେବେ ନାହିଁ ଏବଂ ମାତା ଲକ୍ଷ୍ମୀହ୍କୁ ସ୍ମରଣ କରିବେ ।

ଏହା କରିବା ଦ୍ୱାରା ଆପଣଙ୍କୁ ଏକୋଇଶି ଦିନ ମଧ୍ୟରେ ଏହାର ସକାରାତ୍ମକ ପ୍ରଭାବ ପଡିବ। ଆଉ ଯଦି ଆପଣଙ୍କ ଘରେ କିଛି ନକାରାତ୍ମକ ପ୍ରଭାବ ଥାଏ ତେବେ ତାହା ଆପଣଙ୍କ ଘରୁ ଦୂର ହେବ ।ଆପଣଙ୍କ ଘରକୁ ସକାରାତ୍ମକ ଶକ୍ତିର ପ୍ରବେଶ ହେବ ।ଆପଣ ସମସ୍ତ କାର୍ଯ୍ୟରେ ସଫଳ ହେବେ ।ସତ୍ କାର୍ଯ୍ୟରେ ଆଗେଇବେ ।ଆପଣଙ୍କୁ ଆପଣଙ୍କ ପରିଶ୍ରମର ଠିକ୍ ଫଳ ମିଳିବ ।ଆର୍ଥିକ ଅଭାବ ଦୂର ହେବ ।ସମାଜରେ ସମ୍ମାନର ପାତ୍ର ହେବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।