ଭଉଣୀ ରୂପେ ସୁଭଦ୍ରା ଙ୍କୁ ଗ୍ରହଣ କଲେ ତରଙ୍ଗ ଟିଭିର ସିରିଏଲ ଅଭିନେତ୍ରୀ ଉମା | ….ଆଜିଠୁ ସୁଭଦ୍ରା ହେଉଛି ମୋ ନିଜ ଭଉଣୀ….
ତେବେ ସୁଭଦ୍ରା ପଣ୍ଡା ଯିଏ କି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ବିଷୟ ପାଲଟିଛନ୍ତି | ସୁଭଦ୍ରା ପଣ୍ଡା ଯିଏ କି ଯେତେବେଳେ 21 ଦିନର ହୋଇ ଥିଲେ ସେତେବେଳେ ଜଣେ ବ୍ୟକ୍ତି ତାଙ୍କୁ ନେଇ ପାଳି ପୋଷି ବଡ଼ କରି ଥିଲେ | ସୁଭଦ୍ରା ଅନ୍ୟ ଜାତିର ପିଲା ହୋଇ ଥିବାରୁ ତାଙ୍କୁ ପାଳି ଥିବା ବାପା ବ୍ରାହ୍ମଣ ଏଣୁ ସାହି ପଡ଼ିଶା ତାଙ୍କୁ ଘର ଭିତରେ ପୁରାଇ ଦିଅନ୍ତି ନାହିଁ | ଏହାପରେ ପରେ କୌଣସି ଏକ ରୋଗ କାରଣ ରୁ ସୁଭଦ୍ରା ଙ୍କର ପାଳିତ ବାପା ଙ୍କର ଜୀବନ ଚାଲି ଯାଇ ଥିଲା |
ଏହା ପରେ ସ୍ୱାମୀ ଙ୍କୁ ହରାଇ ସ୍ତ୍ରୀ ପାଗଳ ଜୀବନ ଯାପନ ବିତାଉ ଥିଲେ ଏବଂ ପରେ ପରେ ସୁଭଦ୍ରା ଙ୍କୁ ଖୁବ ପିଟା ମରା କରିବା ସହିତ ଖାଇବାକୁ ମଧ୍ୟ ଠିକ ଦିଅନ୍ତି ନାହିଁ | ତେବେ ସୁଭଦ୍ରା ନିଜ ଜୀବନ କୁ କିପରି କଷ୍ଟ ରେ ବିତାଉଛି ତାହା କଳ୍ପନା କରିବା ମଧ୍ୟ ବହୁତ କଷ୍ଟକର ଅଟେ | ବାପା ଚାଲି ଯିବା ପରେ ଦରିଦ୍ର୍ୟତା ଓ ଦୁଃଖ ଭିତରେ ଯେଉଁ ମା ଝିଅ ଙ୍କର ଦୁଃଖ କଟୁ ଥିଲା ସେହି ମା ଝିଅ ଙ୍କୁ ଗାଁ ଲୋକ ଆହା ଟିକେ ବି କରି ନଥିଲେ |
ତେବେ ସୁଭଦ୍ରା ଙ୍କର ଖବର ଏବେ ସୋସିଆଲ ମିଡ଼ିଆ ରେ ନିଆଁ ପରି ବ୍ୟାପି ଯାଇଛି | ଏହାକୁ ନେଇ ଅନେକ ସମାଜ ସେବୀ ସଂଗଠନ ଓ ପ୍ରଶାସନ ସାହାଯ୍ୟ ର ହାତ ବଢ଼ାଇ ଥିଲେ | ତେବେ ଏହି ଖବର ପାଇ ଏବେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉ ଥିବା ସିରିଏଲ ଝିଅ ଆମର ନୂଆ ବୋହୂ ରେ କାମ କରୁଥିବା ଉମା ଓରଭ ସନାକ୍ସି ସାହୁ ଆସି ସୁଭଦ୍ରା ଙ୍କ ନିକଟରେ ପହଞ୍ଚିଛନ୍ତି |
ତେବେ ଅଭିନେତ୍ରୀ ସନାକ୍ସି ସାହୁ କହିଛନ୍ତି କି ମୁଁ ଆଜି ଗର୍ବିତ ଯେ ମୁଁ ବାଲେଶ୍ୱର ର ସୁଭଦ୍ରା ଙ୍କ ନିକଟରେ ଆଜି ପହଞ୍ଚି ପାରିଛି | ମୁଁ ସୁଭଦ୍ରା ଙ୍କର କେତେ ଟା ନ୍ୟୁଜ ଦେଖିଲି ଆଉ ମତେ ବହୁତ କଷ୍ଟ ଲାଗିଲା କାରଣ ଏହି ଦେଢ଼ ବର୍ଷ ତଳେ ହିଁ ମୋର ଗୋଟେ ଭଉଣୀ ର ଡେଥ ହୋଇ ଯାଇଛି |
ଆଉ ମୁଁ ସୁଟିଂ ସେଟ ରୁ ଆସିନି ଯେ କିଛି ଆର୍ଥିକ ସାହାଯ୍ୟ କରିବି ବୋଲି ମୁଁ କେବଳ ଏଥିପାଇଁ ଆସିଛି କି ଆମ ଓଡ଼ିଶା ର ଯେତିକି ପ୍ରଶାସନ ଆଉ ଜିଲ୍ଲା ଅଧିକାରୀ ଯିଏ ଝିଅର ଇନଚାର୍ଜ ନେଇଛନ୍ତି ଏବଂ ଆମର ଓଡ଼ିଶା ସରକାର ମୋ ତରଫରୁ ବାସ ଏତିକି ଅନୁରୋଧ କରିବି ତାକୁ ସାହାଯ୍ୟ କରାଯାଉ |
ଆଉ ମୁଁ ଏ ଝିଅ କୁ ମୋ ପରିବାର ଗୋଟେ ସଦସ୍ୟ କରି ରଖିବାକୁ ଚାହୁଁଛି ଗୋଟେ ବାପା ମା ର ପରିଚୟ ଆଉ ଗୋଟେ ଭଉଣୀ ର ପରିଚୟ ଦେବା ପାଇଁ ଚାହୁଁଛି | ଯଦି ଓଡ଼ିଶା ପ୍ରଶାସନ ଚାହିଁବେ ତେବେ କୁ ୟାଙ୍କୁ ମୋ ଭଉଣୀ କରି ନେବାକୁ ଚାହୁଁଛି ବୋଲି ଉମା କହିଛନ୍ତି | ତେବେ ଅଭିନେତ୍ରୀ ଉମା ଙ୍କର ଏଭଳି କିଛି କଥା ଶୁଣି ଓଡ଼ିଶା ବାସୀ ମଧ୍ୟ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।