ଭଗବାନ ହନୁମାନ ନିଜେ ଲେଖିଛନ୍ତି ଏହି 2 ଟି ଶବ୍ଦ ର ମନ୍ତ୍ର, ଶୋଇବା ପୂର୍ବରୁ ଥରେ ମାତ୍ର ଜପନ୍ତୁ ସବୁ ସମସ୍ୟା ହେଇଯିବ ଦୂର ! ମନରେ ଭକ୍ତିଥିଲେ ପୋଷ୍ଟଟି ନିଶ୍ଚିତ ପଢନ୍ତୁ….

ତେବେ ମନ୍ତ୍ର କହିବା ଆଗରୁ ଗୋଟିଏ କାହାଣୀ କହି ରଖୁଛୁ ,ଯେତେବେଳେ ଇନ୍ଦ୍ରଙ୍କ ବଜ୍ରବାଣରେ ପ୍ରଭୁ ହନୁମାନ ମୂର୍ଚ୍ଛିତ ହୋଇ ତଳେ ପଡିଗଲେ ସେତେବେଳେ ତାଙ୍କ ପିତା ବାୟୁ ଦେବ କ୍ରୋଧିତ ହୋଇ ବାୟୁ ବେଗ ଅଟକାଇ ଦେଲେ । ଆଉ ଏହାପରେ ସମସ୍ତ ଦେବତା ଉପସ୍ଥିତ ହୋଇ ହନୁମାନ ଙ୍କୁ ବର ପ୍ରଦାନ କରିଲେ । ସୃଷ୍ଟିକର୍ତ୍ତା ବ୍ରହ୍ମା ବରଦାନ ପ୍ରଦାନ କରିଲେ କି ଏବେ ଠାରୁ ହନୁମାନ ଙ୍କୁ କୌଣସି ପ୍ରକାର ଅଭିଶାପ ଲାଗିବ ନାହିଁ ଏବଂ ଶତୃ ମାନଙ୍କ ପାଇଁ ସେ ବହୁତ ଭୟଙ୍କର ହେବେ , ମିତ୍ର ମାନଙ୍କ ପାଇଁ ଅଭୟ ଦାତା ଓ ନିଜର ଇଚ୍ଛାରେ ରୂପ ବଦଳାଇ ପାରିବେ ।

ଇନ୍ଦ୍ର ବରଦାନ ଦେଇ କହିଲେ ଯେ ମୋର ବଜ୍ର ଏହି ବାଳକକୁ କ୍ଷତି ପହଞ୍ଚାଇ ନାହିଁ , ସୂର୍ଯ୍ୟଦେବ କହିଲେ ମୁଁ ଏହି ବାଳକ କୁ ମୋର ତେଜ ପ୍ରଦାନ କରିବି । ଆଉ ଯମଦେବ କହିଲେ ଏହି ବାଳକ ସର୍ବଦା ନିରୋଗ ଏବଂ ମୋର ଦଣ୍ଡବେତ ଠାରୁ ମୁକ୍ତ ରହିବ ,କୁବେର କହିଲେ ଯୁଦ୍ଧରେ ହନୁମାନ ବିଚଳିତ ହେବେ ନାହିଁ ଏବଂ ବିଷର ପ୍ରଭାବ ତାଙ୍କ ଉପରେ ପଡିବ ନାହିଁ ,ରାକ୍ଷାସ ମାନଙ୍କ ଠାରୁ ହାରିବେ ନାହିଁ ।

ମହାଦେବ ତାଙ୍କୁ ବରଦାନ ସଦୃଶ ଅଭୟଦାତା ଦେଇଥିଲେ । ଏହି ସବୁ ବରଦାନ କୁ ପ୍ରାପ୍ତ କରି ସାରିବା ପରେ କଳି ଯୁଗରେ ପ୍ରମୁଖ ଦେବତା ମାନଙ୍କ ମଧ୍ୟରେ ଅନ୍ୟ ତମ ହେଲେ ପ୍ରଭୁ ହନୁମାନ । ତୁଳସୀ ଦାଶ ଙ୍କ ଦ୍ବାରା ରଚିତ ହନୁମାନ ଚାଳିଷା ବହୁତ ବିଶେଷ ଅଟେ ।

ତେଣୁ ହନୁମାନଙ୍କ ଆଶିର୍ବାଦ ପାଇବା ପାଇଁ ଲୋକମାନେ ମନ୍ଦିର ଯାଇ ତାଙ୍କୁ ପୂଜା କରନ୍ତି କିନ୍ତୁ ତାଙ୍କୁ ସନ୍ତୁଷ୍ଟ କରିବାର ଉପାୟ ଜଣା ନ ଥାଏ ଆମକୁ । ଏହା ଛଡା ମଧ୍ୟ ରାତ୍ରିରେ ଏହି ମନ୍ତ୍ର କୁ ଜପ କରି ଦେଲେ ଖରାପ ସଲ୍ବପ୍ନ ବି ଆସି ନ ଥାଏ । ତେବେ ଚାଲନ୍ତୁ ଜାଣିବା ସେହି ମନ୍ତ୍ର ଟି କଣ ଏବଂ ତାକୁ କେତେ ଥର ଜପ କରିବା ଦରକାର ।

ସେହି ଚମତ୍କାରୀ ମନ୍ତ୍ର ଟି ହେଉଛି –
ଦୀନ ଦୟାଳୁ ବିରୁଦି ସମ୍ଭାରୀ
ହରହୁ ନାଥ ମମ ସଙ୍କଟ ଭାରୀ ।

ତେବେ ଏହି ମନ୍ତ୍ର ଟି କୁ ପ୍ରତି ଦିନ ରାତି ରେ ଶୋଇବା ପୂର୍ବ ରୁ ଯଦି 11 ଥର ଜପ କରି ଦିଅନ୍ତି ତେବେ ଆପଣ ଙ୍କ ର ସମସ୍ତ ମନସ୍କାମନା ପୂରଣ ହେବା ସହିତ ରାତି ରେ କୌଣସି ଖରାପ ସ୍ବପ୍ନ ମଧ୍ୟ ଆସିବ ନାହିଁ । ଏହା ସହିତ ଆପଣ ହନୁମାନ ଙ୍କ ର ଅତି ନିକଟତର ହୋଇ ପାରିବେ ଏବଂ ଆପଣ ଙ୍କୁ ପ୍ରଭୁ ହନୁମାନ ପ୍ରତି ବିପଦରୁ ଉଦ୍ଧାର କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।