ଆଜିର ଅନୁଚିନ୍ତା ! ବିବାହ ସମୟରେ କନ୍ୟାର ଋତୁଶ୍ରାବ ହେଲେ କଣ ସୂଚନା ମିଳିଥାଏ ! ନିଶ୍ଚିତ ଜାଣନ୍ତୁ ଏହି ସୂଚନା ସମ୍ପର୍କରେ ଯାହା ଆପଣଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ…

ବିବାହ ହେଉଛି ଆଠ ପ୍ରକାରର ଯଥା – ବ୍ରହ୍ମ , ଦୈବ, ଆର୍ଷ ,ପ୍ରଜାପତ୍ୟ , ଆସୁର, ଗାନ୍ଧର୍ବ୍ୟ,ରାକ୍ଷସ, ଓ ପୈଶାଚ୍ୟ । ବ୍ରହ୍ମା , ଆର୍ଷ, ପ୍ରଜାପତ୍ୟ, ଏହି ଚାରି ପ୍ରକାର ବିବାହ ଶାସ୍ତ୍ର ସନ୍ମତ ଅଟେ । ବରଠାରୁ ଧନ ନେଇ ତାକୁ କନ୍ୟା ବିବାହ ଦେଲେ ତାହାକୁ ଆସୁର ବିବାହ କୁହାଯାଏ । ନିଜ ଇଚ୍ଛାରେ ବର କନ୍ୟା ବିବାହ କଲେ ତାକୁ ଗାନ୍ଧର୍ବ ବିବାହ କୁହାଯାଏ ।କନ୍ୟା ର ପିତା ଠାରୁ କନ୍ୟା କୁ ଛଡେଇ ଆଣି ବିବାହ କଲେ ତାକୁ ରାକ୍ଷସ ବିବାହ କୁହାଯାଏ ।କପଟ କରି କନ୍ୟାକୁ ଭୁଲାଇ ବିବାହ କଲେ ତାକୁ ପୈଶାଚ ବିବା କୁହାଯାଏ ।

ବରକୁ ନିଜ ଘରକୁ ନିମନ୍ତ୍ରଣ କରି ଆଣି ଯଥାଶକ୍ତି କନ୍ୟାକୁ ଅଳଙ୍କୃତ କରି ବିବାହ ଦେଲେ ତାଙ୍କଠାରୁ ଉତ୍ପନ୍ନ ପୁତ୍ର ଉଭୟ କୁଳ ର ଏକୋଇଶ ପୁରୁଷ ଉଦ୍ଧାର କରେ ।ବାତୁଳ , ପତିତ,କୁଷ୍ଠ ରୋଗୀ ,ନପୁଂସକ ,ନିଜ ଗୋତ୍ର,ରେ ଜାତ ,ଅନ୍ଧ,ବଧିର ଓ ଅଫସ୍କାରହ ରୋଗୀକୁ କନ୍ୟା ଦେବା ଅନୁଚିତ୍ ।

ବରର କୁଳ ,ସ୍ୱଭାବ,ବୟସ,ରୂପ, ବିଦ୍ୟା ,ଧନ,ଓ ପିତ୍ରାଦିର ସହାୟତା ଗୁଣ ପରୀକ୍ଷା କରି କନ୍ୟାଦାନ କରିବା ଉଚିତ୍ ।ଯେଉଁ ପୁରୁଷର ମୁତ୍ର ଶବ୍ଦ ଓ ଫେଣଯୁକ୍ତ ହୋଇଥିବ , ଗୃହ ଏବଂ ଗ୍ରୀବା ସୁଦୃଢ ହୋଇଥିବ ,ଶୁକ୍ର ଗାଢ ହୋଇଥିବ , ତାକୁ ଉତ୍ତମ ଲକ୍ଷଣଯୁକ୍ତ ପୁରୁଷ କୁହାଯାଏ ।ବର ମାତାର ନାମ ସହିତ କନ୍ୟାର ନାମ ସମାନ ହେଲେ ବିବାହ ଦେବା ଅନୁଚିତ୍ , ଏହା ଦୋଷାବହ ହୋଇଥାଏ ।

ଯେଉଁ କନ୍ୟା ଲଜ୍ୟାହୀନ ,ସ୍ୱଭାବ,, ଦାନ୍ତ ଅସୁନ୍ଦର ,ଆଖିପିଙ୍ଗଳ ବର୍ଣ୍ଣ ,ସର୍ବାଙ୍ଗ ଲୋମଯୁକ୍ତ ଓ କଟି ସ୍ଥୂଳ ଏହି ପରି କନ୍ୟା ବିବାହ ଯୋଗ୍ୟ ନୁହେଁ । ଯେଉଁ କନ୍ୟା ଶ୍ୟାମା ,ଯାହାର କେଶ ଉତ୍ତମ, ଦେହ ଅଳ୍ପ ଲୋମଯୁକ୍ତ, ଭୃଲତା ସୁନ୍ଦର ,ଚରିତ୍ ଉକୃଷ୍ଟ,ଗମନ ମନୋହର,ଦାନ୍ତ ସୁନ୍ଦର , କଟି ତମ୍ବରୁ ତୁଲ୍ୟ ବିବାହ ଯୋଗ୍ୟ ହୋଇଥାଏ ।

ସମାନ ପ୍ରକାର ଜାତ ,ଶିଷ୍ୟର କନ୍ୟା ,ଶିଷ୍ୟର ସନ୍ତତି ,ଗୁରୁର ସନ୍ତତି ଏମାନଙେକ ସହିତ ବିବାହ ନିଷିଦ୍ଧ ଅଟେ ।ବଡଭାଇ ବିବାହ ନ ହୋଇଥିଲେ ସାନ ଭାଇ ବିବାହ କଲେ ପତିତ ହୁଏ ।ଯଦି ବଡଭାଇ ବିଦେଶରେ ଥାନ୍ତି , ଅତିରୋଗୀ ,ଶାରୀରିକ ଅକ୍ଷମ କିମ୍ବା ଚୋର ହୋଇଥାଏ , ତେବେ ସାନଭାଇ ବିବାହ କରିପାରିବେ ।ବଡ ଭଉଣୀ ଥାଉ ଥାଉ ସାନ ଭଉଣୀର ବିବାହ ଶାସ୍ତ୍ର ନିଷିଦ୍ଧ ଅଟେ ।

ଏକା ବର୍ଷରେ ଦୁଇ ଭାଇ କିମ୍ବା ଦୁଇ ଭଉଣୀ ବିବାହ କରିବା ଅନୁଚିତ୍ , ଛ ମାସ ମଧ୍ୟରେ ବିବାହ କଲେ କନ୍ୟା ତିନି ବର୍ଷ ରେ ବିଧବା ହୁଏ ।ମାମୁର ଝିଅ , ମାତୃ କୁଳ ରେ ଜାତ ହୋଇଥିବା କନ୍ୟା ,ସମାନ ପ୍ରବରରେ ଜାତ କନ୍ୟା ସହିତ ବିବାହ ନିଷିଦ୍ଧ ଅଟେ ।ଯାଆଁଳା ଦୁଇ ଭାଇ କିମ୍ବା ଦୁଇ ଭଉଣୀ ଏକା ବର୍ଷ ରେ କିମ୍ବା ଏକା ଦିନରେ ବିବାହ କରି ପାରିବେ ।ବିବାହ ପୂର୍ବରୁ ଅସୌଚ ଘଟିଲେ କର୍ମ ବନ୍ଦ ହୋବା ଉଚିତ୍ ।

ବିବାହ ସମୟରେ କନ୍ୟା ଋତୁମତି ହେଲେ ତାକୁ ସ୍ନାନ କରାଇ ସଂସ୍କାର କରି ବିବାହ କରାଇବା ଉଚିତ୍ ।ବିବାହ ସମୟରେ ଯଦି ବରକନ୍ୟା ରଜସ୍ୱଳା ହୁଏ ତେବେ ସେ ସମୟର୍ ବିବାହ କର୍ମ ହୁଏ ନାହିଁ ଶୁଦ୍ଧି ପରେ ହୋଇଥାଏ ।ଜ୍ୟେଷ୍ଠ ମାସରେ ଜ୍ୟେଷ୍ଠ ପୁତ୍ର କିମ୍ବା ଜ୍ୟେଷ୍ଠ କନ୍ୟାର ବାବହ ନିଷିଦ୍ଧ ଅଟେ ।ମାଘ ,ଫାଲଗୁନ , ବୈଶାଖ,ମର୍ଗଶୀର ,ଜ୍ୟେଷ୍ଠ,ଓ ଆଷାଢ ମାସରେ ବିବାହ କଲେ କନ୍ୟା ସୌଭାଗ୍ୟବତୀ ଓ ଧନଧାନ୍ୟବତୀ ହୋଇଥାଏ ।

ଜନ୍ମ ମାସ, ଜନ୍ମ ଦିନ ଓ ଜନ୍ମ ନଷତ୍ରରେ ବର ଓ କନ୍ୟା ର ବିବାହ ନିଷିଦ୍ଧ ଅଟେ ।ଜନ୍ମ ଏକାଦଶୀରେ ବିବାହ କଲେ କନ୍ୟା ଧନବତୀ ହୋଇଥାଏ ।ଅମାବସ୍ୟା , ପୌଷ, ଓ ଚୈତ୍ର ମାସରେ , ବର୍ଷା ଓ ଶରତ ଋତୁରେ ,ମାସାନ୍ତରେ ,ବୃହସ୍ପତି ସିଂହ ରାଶି ରେ ଥିବା ସମୟରେ ବିବାହ ନିଷିଦ୍ଧ ଅଟେ ।କନ୍ୟାର ଜନ୍ମ ରାଶିରେ ରବିଥାଇ ବିବାହ କଲେ କନ୍ୟା ବିଧବା ହୁଏ ।

ଗୁରୁ ,ଶୁକ୍ର,ବୁଧ, ଓ ସୋମବାର ଦିନ ବିବୀହ କଲେ କନ୍ୟା ସୌଭାଗ୍ୟବତୀ ହୁଏ ।ମେଷ ସହିତ କନ୍ୟା , ତୁଳା ସହ ମୀନ , ମିଥୁନ ସହ ବୃଶିକ ,ମକର ସହ ସିଂହ ,କୁମ୍ଭ ସହ କର୍କଟ,ବୃଷ ସହ ଧନୁ ବିବାହ କଲେ ମୃତ୍ୟୁ ଯୋଗ ହୁଏ ।ସିଂହ ସହ ମୀନ ,ତୁଳା ସହ ବୃଷ ,କୁମ୍ଭ ସହ କନ୍ୟା ,ମିଥୁନ ସହ ମକର ,ମେଷ ସହ ବୃଷ ରାଶି ବିବାହ କଲେ ଶୁଭ ଫଳ ମିଲିଥାଏ ।ଏକ ରାଶି ଥିବ କିନ୍ତୁ ଭିନ୍ନ ନକ୍ଷେତ୍ର ଥିଲେ ଏହାକୁ ରାଜଯୋଟକ କୁହାଯାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।