ଆଜି ହିଁ ନିଜ ପର୍ସରେ ରଖନ୍ତୁ ଏହି ଜିନିଷ – ଧନବୃଦ୍ଧି ହେବ – odia bayagita
ଆଜି ଆମେ ଆପଣଙ୍କୁ ଜଣେଇବୁ ପୋର୍ସ ରେ କେଉଁ ଜିନିଷ ରଖିଲେ ଧନ ହାନୀ ହୋଇଥାଏ ବା ଖର୍ଚ୍ଚ ବଢ଼ିଥାଏ। ଆପଣ ସକାଳେ ପୋର୍ସ ଫୁଲ କରି ନେଇଥାନ୍ତି ,ସନ୍ଧ୍ୟା ବେଳକୁ ତାହା ଖାଲି ହୋଇ ଯାଇଥାଏ। ଏହିସବୁ ଠାରୁ କିପରି ରକ୍ଷା ପାଇବେ, କିପରି ମୁକ୍ତି ପାଇବେ, ଧନର ଅଭାବ କେମିତି ଦେଖା ନଦେବ ସେହି ବିଷୟରେ ଆମେ ଆପଣଙ୍କୁ କହିବୁ। ପ୍ରଥମରେ ଯଦି ଆପଣ ନୂଆ ପୋର୍ସ କିଣି କରି ଆଣୁଛନ୍ତି ତାହା ଭଲ, ଯଦି ଆପଣଙ୍କୁ ପୋର୍ସ ଟିକୁ କେହି ଉପହାର ଆକାରରେ ଦେଇଥାନ୍ତି ତାହେଲେ ଆପଣଙ୍କ ଶୁଭଦାୟକ ଅଟେ।
ଦ୍ୱିତୀୟ କଥା ହେଉଛି ଆପଣ ଯେଉଁ ପୋର୍ସ ବ୍ୟବହାର କରୁଛନ୍ତି ତାହାକୁ ପ୍ରତି ବର୍ଷ ରେ ଥରେ ବଦଳେଇ ଦିଅନ୍ତୁ। ତାହା ଭଲ ଥାଉ ବା ନଥାଉ। ବର୍ଷକୁ ଥରେ ବଦଳେଇ ଦିଅନ୍ତୁ।
କେହି କେହି ଭାବନ୍ତି ଯେ ଏହି ପୋର୍ସ ତାଙ୍କ ପାଇଁ ଲକି ହୋଇଥାଏ। ଏହି ପୋର୍ସ ରଖିବା ଦିନ ଠାରୁ ଧନ ବୃଦ୍ଧି ହେଉଛି। ତେଣୁ ଏହିସବୁ ଯିଏ ଭାବୁଥାଏ ଏହା ସମ୍ପୂର୍ଣ୍ଣ ଭୁଲ। କାରଣ ପୋର୍ସ ପୁରୁଣା ହେବା ମାତ୍ରେ ତାକୁ ବଦଳେଇ ଦିଅନ୍ତୁ।
କାରଣ ଟଙ୍କାକୁ ଆମେ ଲକ୍ଷ୍ମୀ ବୋଲି ମାନିଥାଉ। ଲକ୍ଷ୍ମୀ କୁ ଅପରିଷ୍କାର ଜାଗାରେ ରଖିବା ପସନ୍ଦ କରନ୍ତି ନାହିଁ। ଯଦି ଆପଣ ପାରୁଛନ୍ତି ସେହି ପୋର୍ସ କୁ ବର୍ଷକ ମଧ୍ୟରେ ଥରେ ଥରେ ହଳଦୀ ପାଣିରେ ଧୋଇ ଦିଅନ୍ତୁ। ତାପରେ ବ୍ୟବହାର କରନ୍ତୁ। ଦେଖିବେ ଆହୁରି ଉନ୍ନତି କରିବେ ଏବଂ ଯଦି ପୋର୍ସ ଟି ମଝିରେ ଫାଟିଯାଏ ବା ଚିରିଯାଏ ତେବେ ତୁରନ୍ତ ପୋର୍ସ ଟିକୁ ବଦଳେଇ ଦିଅନ୍ତୁ।
କାରଣ ଚିରା ଫଟା ପୋର୍ସ ରେ ଟଙ୍କା ରଖିବା ଦ୍ୱାରା ଅଧିକ ଖର୍ଚ୍ଚ ହୋଇଥାଏ। ଧନର ହାନି ହୋଇଥାଏ। ଯେତେବେଳେ ପୁରୁଣା ପୋର୍ସ କୁ ବଦଳେଇ ନୂଆ ପୋର୍ସ ଆପଣ ନେବେ ସେତେବେଳେ ଆପଣ ପୁରୁଣା ପୋର୍ସ ଟିକୁ ଏଣେତେଣେ ଫିଙ୍ଗନ୍ତୁ ନାହିଁ ବରଂ ସେହି ପୁରୁଣା ପୋର୍ସଟିକୁ କୌଣସି ଗଛ ତଳେ ରଖି ଦିଅନ୍ତୁ। ଅନେକ ଲୋକ ଅଛନ୍ତି ଯେଉଁମାନେ ଦରମା ଅନଲାଇନ ରେ ପାଇଯାଇଥାଏ ଟଙ୍କା ଆକାଉଣ୍ଟ କୁ ଆସି ଯାଇଥାଏ ।ଖର୍ଚ୍ଚ କରିବା ସମୟରେ ମଧ୍ୟ ଅନଲାଇନ ରେ ନେଣଦେଣ କରି ଖର୍ଚ୍ଚ କରିଥାନ୍ତି ଏବଂ ସେମାନେ ଟଙ୍କା ମଧ୍ୟ ଉଠାନ୍ତି ନାହିଁ।
ପୋର୍ସ ମଧ୍ୟ ପାଖରେ ନଥାନ୍ତି। କିନ୍ତୁ ଏମିତି କରନ୍ତୁ ନାହିଁ, ଏମିତି କରିବା ଭୁଲ ହୋଇଥାଏ। ଆପଣ ଅନଲାଇନ୍ ରେ ପେମେଣ୍ଟ ପାଉଛନ୍ତି ସତ, କିନ୍ତୁ ପ୍ରତିମାସର ଦରମା ପାଇବା ପରେ ଆପଣ କିଛି ଟଙ୍କା ଉଠାନ୍ତୁ ଏବଂ ପୋର୍ସ ରେ ରଖନ୍ତୁ, ଆଉ ସେହି ଟଙ୍କା କୁ ଆପଣଙ୍କ ଘରେ ଥିବା ମା, ସ୍ତ୍ରୀ, ଝିଅ ବା ଯେ କୌଣସି ସ୍ତ୍ରୀ ଲୋକକୁ ଦିଅନ୍ତୁ। ଆଉ ଆପଣଙ୍କ ଠାକୁର ଘରେ କିଛି ଟଙ୍କା ରଖି ଦିଅନ୍ତୁ। ତାପରେ ସେହି ଟଙ୍କା କୁ ଠାକୁରଙ୍କ ଖର୍ଚ୍ଚ ରେ ଲଗାନ୍ତୁ। ଏହିପରି କରିବା ଦ୍ୱାରା ଧନର ଆଗମନ ହୋଇଥାଏ। ଏହାବ୍ୟତୀତ ପୋର୍ସ ରେ ରୂପା ପଇସା ବା କଉଡ଼ି ରଖିଲେ ଧନର ବୃଦ୍ଧି ହୋଇଥାଏ।