Viral video – ବାହା ହୋଇଗଲା ପ୍ରେମିକା ବରଗାଡି ଛକିଲା ପ୍ରେମିକ….ଆଉ ତା ପରେ ଯେଉଁ ଡ୍ରାମା ଦେଖିବାକୁ ମିଳିଲା ଦେଖିଲେ ହୋସ ରହିବନି…
ଆଜିକାଲି ଯୁଗରେ ପ୍ରେମ ସମ୍ପର୍କ କୁ ନେଇ ଅନେକ ଘଟଣା ସାମ୍ନା କୁ ଆସୁଛି ଯାହାକି ଖୁବ ନିନ୍ଦନୀୟ ଅଟେ | ଆଗ କାଳରେ ପ୍ରେମ କେତେ ଯେ ପବିତ୍ର ସମ୍ପର୍କ ଥିଲା ଆଉ ଉଭୟ ପ୍ରେମିକ ପ୍ରେମିକା ନିଜ ପ୍ରେମ ନିସ୍ଵାର୍ଥପର ଭାବରେ ଭଲ ପାଉ ଥିଲେ ଏବଂ ପ୍ରେମ ପାଇଁ ପୁରା ଦୁନିଆଁ ସହ ଲଢେଇ କରି ପ୍ରେମ ପାଇବା ଆଶା ରେ ରହୁ ଥିଲେ | ପ୍ରେମ ର ଅନ୍ୟ ନାମ ଭରଷା ପାଇଁ ବିଶ୍ୱାସ ଏବଂ ନିସ୍ଵାର୍ଥପର କିନ୍ତୁ ଆଜିକାଲି ଯୁଗରେ ପ୍ରେମ କେବଳ ନିଜ ସ୍ୱାର୍ଥ ପାଇଁ କରାଯାଉଛି ଯାହାର ଉଦାହରଣ ଅନେକ ସମୟରେ ଦେଖିବା ପାଇଁ ମଧ୍ୟ ମିଳୁଛି |
କିଏ ଟଙ୍କା ପାଇଁ ପ୍ରେମ କରୁଛି ତ ଆଉ କିଏ ଶାରୀରିକ ସମ୍ପର୍କ ପାଇଁ ପ୍ରେମ କରୁଛି ନଚେତ ଆଉ କିଏ ସମୟ ଅତିବାହିତ କରିବା ପାଇଁ ପ୍ରେମ କରୁଛି, ପ୍ରେମ ରେ ଆଉ ସଚ୍ଚା ଦେଖିବା ପାଇଁ ମିଳୁ ନାହିଁ | ତେବେ ଏହି ପ୍ରେମ କୁ ନେଇ ହିଁ ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ |
ଘଟଣା ଟି ହେଉଛି 8 ବର୍ଷ ପ୍ରେମ ପରେ ମଧ୍ୟ ପ୍ରେମିକା ଜଣଙ୍କ ପ୍ରେମିକ କୁ ଧୋକା ଦେଇ ଅନ୍ୟ ସ୍ଥାନରେ ବିବାହ କରିଛି | ପ୍ରେମିକ ଙ୍କ କହିବା ଅନୁଯାଇ ତାଙ୍କର 8 ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା ଆଉ ଯୁବତୀ ଜଣଙ୍କ ତାଙ୍କୁ ବିବାହ କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଇ ଥିଲେ |
ଯୁବତୀ ଙ୍କର ଯେତେ ବେଳେ ଯାହା ଟଙ୍କା ପଇସା ଦରକାର ହେଉ ଥିଲା ପ୍ରେମିକ ଜଣଙ୍କ ଦେଉ ଥିଲେ ଏମିତି କି ଉଭୟ ଙ୍କ ଘରେ ମଧ୍ୟ ତାଙ୍କ ପ୍ରେମ ସମ୍ପର୍କ ରେ ଜାଣି ଥିଲେ | କିନ୍ତୁ ଏବେ ପ୍ରେମିକା ଜଣଙ୍କ କିଛି ନ ଜଣାଇ ଅନ୍ୟ ଏକ ଯୁବକ ଙ୍କୁ ବିବାହ କରିଛନ୍ତି | ତେବେ ବିବାହ ପରେ ପରେ ଯୁବକ ଜଣଙ୍କ ଆସି ସେହି ଠାରେ ପହଞ୍ଚି ଥିଲେ ଆଉ ବର ଗାଡ଼ି କୁ ଅଟକ ରଖି ଥିଲେ |
ଫଳରେ ପରିବାର ଲୋକ ପୋଲିସ ଖବର ଦେଇ ଥିଲେ ଆଉ ପୋଲିସ ଯୁବକ ଙ୍କୁ ଏବେ ଥାନାରେ ନେଇ ଅଟକ ରଖିଛି | ଯୁବକ ଏହା ମଧ୍ୟ କହିଛନ୍ତି କି ଯଦି ମତେ ଥାନାକୁ ନିଆ ଯାଉଛି ତେବେ ବର କନ୍ୟା ଉଭୟ ଙ୍କୁ ମଧ୍ୟ ଥାନାକୁ ନିଆଯାଉ ଏଭଳି କହି ଯୁବକ ଜଣଙ୍କ ସେହି ରାସ୍ତା ମଝିରେ ଖୁବ ପାଟିତୁଣ୍ଡ କରି ଥିଲେ | ଅପର ପକ୍ଷରେ ବର ଜଣଙ୍କ କହିଛନ୍ତି କି କଣ ହୋଇଛି ଆମେ ଜାଣିନୁ ସେ କାହିଁକି ଆମକୁ ଛାଡୁ ନାହାଁନ୍ତି ତାହା ଆମକୁ କିଛି ଜଣା ନାହିଁ | ତେବେ ଏଭଳି ଏକ ଘଟଣା ଭଦ୍ରକ ଜିଲ୍ଲା ରେ ହିଁ ଦେଖିବା ପାଇଁ ମିଳିଛି ଯାହା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |