ଓଡ଼ିଶାର NO 1 ଯୋଡ଼ି ରୂପା ଓ ପିଣ୍ଟୁ ନୂଆ ସୁପରହିଟ ଆଲବମ୍ “ମେଘ ନନ୍ଦିନୀ”ମାତ୍ର 4 ଘଣ୍ଟାରେ 56 milion ରୁ ଅଧିକ ଲୋକ ଦେଖି ସାରିଲେଣି……
ଆପଣ ମାନେ ଓଡ଼ିଶାର ଲୋକ ପ୍ରିୟ ଯୋଡ଼ି ରୂପା ଓ ପିଣ୍ଟୁ କୁ ତ ନିଶ୍ଚୟ ଭାବରେ ଜାଣି ଥିବେ। ସୋସିଆଲ ମିଡିଆ ରେ ଦୁହେଁ ଅତି ପରିଚିତ ଚେହେରା। ପ୍ରଥମେ ଏହି ସ୍ବାମୀ ସ୍ତ୍ରୀ ଟିକ ଟକ୍ ଆପ ଜରିଆ ରେ ଭିଡିଓ କରିବା ଆରମ୍ଭ କରିଥିଲେ। ଧିରେ ଧିରେ ତାଙ୍କର ଭିଡିଓ ସବୁ ଲୋକ ମାନ ଙ୍କୁ ଭଲ ଲାଗିଲା।
ଏହି ଭଳି ଭାବ ରେ ଦୁହେଁ ଓଡ଼ିଶା ରେ ଲୋକ ପ୍ରିୟ ହେବା କୁ ଲାଗିଲେ। ପରବର୍ତ୍ତୀ ସମୟ ରେ ଦୁହେଁ ମିଶି ଏକ ୟୁ ଟ୍ୟୁବ୍ ଚ୍ୟାନେଲ ଖୋଲି ଥିଲେ। ଯାହାର ନାଆଁ ହେଉଛି ରୂପା ,ପିଣ୍ଟୁ ଓ ଖୁସି ଏକ୍ସପ୍ରେସ।ତେବେ ଏହି ଚ୍ୟାନେଲ ରେ ଦୁହେଁ ନିଜର ଦୈନନ୍ଦିନ ଜୀବନ ର କାର୍ଯ୍ୟ ସବୁ ରେକର୍ଡ କରି ପୋଷ୍ଟ କରିଲେ। ଓଡ଼ିଶାର ଲୋକ ମାନେ ମଧ୍ୟ ଏହାକୁ ଦେଖିବା କୁ ଭଲ ପାଇଲେ। ଏହି ଭଳି ଭାବରେ ଧୀରେ ଧୀରେ ଦୁହିଁ ଙ୍କ ଲୋକ ପ୍ରିୟତା ବଢ଼ିବା ରେ ଲାଗିଲା। ଏବେ ଏହି ଯୋଡ଼ି ୟୁ ଟ୍ୟୁବ୍ ମାଧ୍ୟମ ରେ ମାସ କୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ତେବେ ଦୁହିଁ ଙ୍କ ଲୋକ ପ୍ରିୟତା ଦେଖି ଦୁହିଁ ଙ୍କୁ ଏକାଠି ଆଲବମ୍ କରିବା ର ସୁଯୋଗ ଦିଆ ଗଲା। ଦୁହେଁ ଏକାଠି ଅନେକ ଓଡ଼ିଆ ଆଲବମ୍ ରେ ନଜର ଆସିଛନ୍ତି। ଆଉ ସେହି ସବୁ ଆଲବମ୍ ଗୁଡିକ ସୁପରହିଟ ମଧ୍ୟ ହୋଇଛି।
ତେବେ ବର୍ତ୍ତମାନ ରୂପା ଓ ପିଣ୍ଟୁ ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।
ସେମାନଙ୍କ ଏକ ଆଲବମ୍ ଆସିଛି ଯାହାକି ସୋସିଆଲ ମିଡ଼ିଆ ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଅର୍ମାନ୍ ମ୍ୟୁଜିକ୍ ଆଲବମ୍ ” ମେଘ ନନ୍ଦିନୀ” ଏହି ଆଲବମ୍ ଟି ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି।ଖୁବ୍ ଶୀଘ୍ର ସିନେମା ରେ ନଜର ଆସି ପାରନ୍ତି ରୂପା ଓ ପିଣ୍ଟୁ। ଯଦିଓ ଏହାକୁ ନେଇ ରୂପା କିମ୍ବା ପିଣ୍ଟୁ କେହି ବି କିଛି ଖଲାସା କରି ନାହାନ୍ତି ହେଲେ ଲୋକ ଙ୍କ ମଧ୍ୟରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଚର୍ଚ୍ଚା ହେବା ମଧ୍ୟ ସ୍ଵାଭାବିକ।
ରୂପା ଓ ପିଣ୍ଟୁ ଦୁହେଁ ଜଣେ ଜଣେ ଭଲ କଳାକାର। ଆପଣ ମାନେ ତାଙ୍କର କିଛି ଅଭିନୟ ତାଙ୍କର ମ୍ୟୁଜିକ୍ ଭିଡିଓ ରେ ଦେଖିବାକୁ ପାଇଥିବେ। ସେହି ଭଳି ଦୁହେଁ ଭଲ ଡାନ୍ସ ମଧ୍ୟ କରନ୍ତି ଓ ଓଡ଼ିଶା ବାସୀ ଙ୍କ ପାଖରୁ ବହୁତ୍ ଭଲ ପାଇବା ପାଇଛନ୍ତି। ଆଉ ସବୁଠୁ ବଡ଼ କଥା ହେଉଛି ଓଡିଶା ରେ ଦୁହିଁ ଙ୍କର ଖୁବ୍ ଲୋକ ପ୍ରିୟତା ରହିଛି। ଏହି ସବୁ କାରଣ କୁ ନେଇ ଆଗକୁ ସେ ଫିଲ୍ମରେ ନଜର ଆସି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏହା କେତେ ମାତ୍ରା ରେ ସତ ତାହା ଆଗାମୀ ସମୟ କହିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।