ଅଜଣା_ଭିଡ଼ିଓ_କଲ_ଆସିଲା ଯୁବତୀ ଦେଖେଇଲେ ନିଜ ଉ-ଲ-ଗ୍ନ ଶରୀର, ଆଉ_ତାପରେ …

ତେବେ ଆଜି କାଲି ର ଦୁନିଆଁ ହେଉଛି ଟେକନୋଲୋଜି ଦୁନିଆଁ ଯାହା କି ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ତେବେ ସୋସିଆଲ ମିଡ଼ିଆ ଯେତିକି ଜରୁରୀ ସେତିକି ଅନେକ ଖରାପ ରାସ୍ତା ଆଡେ ମଧ୍ୟ ଟାଣି ନେଇ ଯାଇ ଥାଏ | ତେବେ କେହି ଭୁଲ କରୁ କି ନ କରୁ ଯଦି ସେ କାହା ଫାଶ ରେ ପଡିଛି ତେବେ ସେ ନିହାତି ଭାବରେ ଫସି ହିଁ ଯିବ | ତେବେ ଏହି ଟେକନୋଲୋଜି ଦୁନିଆଁ ରେ କିଛି ଏପରି ନାରୀ ଅଛନ୍ତି ଯେଉଁ ମାନେ ନିଜର ସ୍ୱାର୍ଥ ପୂରଣ କରିବା ପାଇଁ ଅର୍ଥାତ ଟଙ୍କା ଲୋଭ ରେ ନିଜ ଇଜ୍ଜତ କୁ ମଧ୍ୟ ବିକ୍ରି କରି ଦେଇ ପାରନ୍ତି ଏବଂ ଏତେ ଯେ ନିମ୍ନ ଧରଣ ର କାମ କରନ୍ତି ତାହା ଆପଣ ଭାବି ମଧ୍ୟ ପାରିବେ ନାହିଁ ଏବଂ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ |

ତେବେ ସେଭଳି ଏକ ଲଜ୍ୟା ଜନକ ଦୃଶ୍ୟ ଦେଖିବାକୁ ମିଳିଛି ଆଉ ଯେଉଁଥି ପାଇଁ ଏକ ଶିକ୍ଷକ ସେହି ଯୁବତୀ ଙ୍କ ଜାଲ ରେ ଫସି ଯାଇଛନ୍ତି | ଆପଣ ମାନେ ତ ଜାଣିଛନ୍ତି ଏମିତି କେହି ଲୋକ ନାହାଁନ୍ତି ଯେଉଁ ମାନେ ମୋବାଇଲ ଧରି ହ୍ଵାଟ୍ସଆପ ବ୍ୟବହାର କରୁ ନାହାଁନ୍ତି, ତେବେ ହ୍ଵାଟ୍ସଆପ ଦ୍ୱାରା ହିଁ ଜଣେ ଶିକ୍ଷକ ଫସି ଯାଇଛନ୍ତି |

ଘଟଣା ଅନୁଯାଇ ଜଣେ ଶିକ୍ଷକ ତାଙ୍କ କ୍ଲାସ ସାରି ବିଦ୍ୟାଳୟ ରୁ ଫେରିବା ସମୟ ରେ ତାଙ୍କ ହ୍ଵାଟ୍ସଆପ କୁ ଏକ ଭିଡ଼ିଓ କଲ ଆସି ଥିଲା | ଅଲଗା ନମ୍ବର ରେ ଭିଡ଼ିଓ କଲ କୁ ଦେଖି ଶିକ୍ଷକ ଜଣଙ୍କ ଭାବିଲେ ଯେ କେହି ସ୍କୁଲ ର ଷ୍ଟାଫ ବା କେହି ସମ୍ପର୍କୀୟ ହୋଇ ଥିବେ, କିନ୍ତୁ ସେ ଯେତେ ବେଳେ କଲ ଟିକୁ ଉଠାଇଲେ ସେ ଏପରି କିଛି ଦେଖିଲେ ଯାହାକୁ ଦେଖି ସେ ଚମକି ପଡିଲେ |

ତେବେ ଶିକ୍ଷକ ଜଣଙ୍କ କଲ ଉଠାଇ ଦେଖିଲେ ଯେ କେହି ଜଣେ ଯୁବତୀ ଉଲଗ୍ନ ଅବସ୍ଥା ରେ ଛିଡା ହୋଇଛି | ତେବେ ସେ ଏପରି ଦେଖି ଥିବାରୁ ସଙ୍ଗେ ସଙ୍ଗେ କଲ ଟିକୁ କାଟି ଦେଇ ଥିଲେ ଏବଂ ଭିଡ଼ିଓ କଲ ଟି ମାତ୍ର 3 ସେକେଣ୍ଡ ର ଥିଲା | ତେବେ କିଛି ସମୟ ପରେ ତାଙ୍କ ହ୍ଵାଟ୍ସଆପ କୁ ଏକ ଭିଡ଼ିଓ ଓ ଭଏସ ମେସେଜ ଆସିଲା | ଯେଉଁଥିରେ ତାଙ୍କ ଫୋଟ ଆଉ ଅଶ୍ଳୀଳ ଯୁବତୀ ଙ୍କର ଫୋଟ ଥିଲା, କିନ୍ତୁ ଯୁବତୀ ଜଣଙ୍କ ତାଙ୍କୁ ବ୍ଲାକମେଲ କରିବା ପୂର୍ବରୁ ସେ ଥାନା କୁ ଯାଇ ଅଭିଯୋଗ କରି ଦେଇ ଥିଲେ |

ତେବେ ଶିକ୍ଷକ ଜଣଙ୍କ ପୋଲିସ କୁ ସବୁ କଥା ଜଣାଇବା ପରେ ପୋଲିସ ତାଙ୍କୁ ସେହି ନମ୍ବର ରେ ଏକ କମ୍ପ୍ଲେନ ରେଜିଷ୍ଟ୍ରେସନ କରିବାକୁ କହି ଥିଲେ | ଏହା ପରେ ପୋଲିସ ସେହି ନମ୍ବର କୁ ନେଇ ତଦନ୍ତ ଆରମ୍ଭ କରିଛି | ତେବେ ଆପଣ ଙ୍କୁ କହି ରଖୁଛୁ ଯେ ଆପଣ ସୋସିଆଲ ମିଡ଼ିଆ ସହିତ ଯୋଡ଼ିତ ରୁହନ୍ତୁ କିନ୍ତୁ ତାହା ସହ ସାବଧାନ ଏବଂ ସତର୍କତା ଅବଲମ୍ବନ କରନ୍ତୁ |