ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଘୂର୍ଣ୍ଣିଝଡ଼ ସମ୍ଭାବନା । ପ୍ରବଳମାତ୍ରାରେ ବର୍ଷା ସହିତ ହୋଇପାରେ ବଜ୍ରାପାତ । ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।
ରାଜ୍ୟରେ ଅସହ୍ୟ ହେଲାଣି ତାତି , ଏଥିପାଇଁ ରାଜ୍ୟରେ 48 ଘଣ୍ଟା ମଧ୍ୟରେ ଆହୁରି 2 ରୁ 3 ଡିଗ୍ରୀ ତାତି ବଢିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାବ ସୂଚନା ପ୍ରଦାନ କରିଛି । ଅନ୍ୟପଟେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଥିବା ବେଳେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଉପରେ ଏକ ଘୂର୍ଣ୍ଣିଝଡ ,ସୃଷ୍ଟି ହୋଇଛି , ଯାହାର ପ୍ରଭାବ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ରହିବ । ଯାହାର ପ୍ରଭାବରେ ବଙ୍ଗୋପସାଗରର ଓ ଆଣ୍ଡାମାନ ସାଗର ଉପରେ ପାଗ ମେଘୁଆ ହେବାର ସମ୍ଭାବନା ରହିଛି । ଆକାଶ ବାଦଲରେ ଆଚ୍ଛାଦିତ ହେବ ବୋଲି ଜଣାପଡୁଛି , ଯାହା ଦ୍ୱାରା ଘୂର୍ଣ୍ଣିଝଡ ସୃଷ୍ଟି ହେବାର ସମ୍ଭାବନାକୁ ଅନୁମାନ କରାଯାଉଛି ।
ଏହା ସହିତ ମଧ୍ୟ ଆଜୀ ଦିନ 1,30 ରୁ ଆସନ୍ତା କାଲି ସକାଳ 8.30 ଯାଏ ଓଡିଶାର ଦୁଇଟି ଜିଲ୍ଲାରେ ପବନ ହେବା ସହ କାଳବୈଶାଖୀ ହେବାର ,ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଅନୁମାନ କରିଛି ।
ତେବେ ସେହି ଦୁଇଟି ଜିଲ୍ଲା ହେଉଛି ମୟୂରଭଞ୍ଜ ଏବଂ ବାଲେଶ୍ୱର , ଏହି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପବନ ହେବା ସହିତ କାଳବୈଶାଖୀ ହେବାର ଅନୁମାନ କରାଯାଇଛି । ବର୍ଷା ହେବା ସହିତ କେତେକ ସ୍ଥାନରେ ମଧ୍ୟ ବଜ୍ରପାତ ହେବ ଏହା ସହିତ ଘଣ୍ଟା ପ୍ରତି 30-40 କିମି ପବନ ବହିବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ଏମିତି ଏକ କଥାକୁ ଆଖି ଆଗରେ ରଖି ଏହି ଦୁଇଟି ଜିଲ୍ଲାକୁ ପାଣିପାଗ ବିଭାଗ ୟଲୋ ୟାର୍ଣ୍ଣି ଜାରି କରିଛି ।
ଏହି ଜିଲ୍ଲା ଦୁଇଟିରେ ବର୍ଷା ହେବା ସହିତ କାଳବୈଶାଖୀ ହେବ ତେବେ ଏହା ପାଖାପାଖି ଜିଲ୍ଲାରେ ମଧ୍ୟ କେତେ ସ୍ଥାନରେ ହାଲୁକା ବା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଏହା ବ୍ୟତୀତ ମଧ୍ୟ ମାର୍ଚ୍ଚ 30 ରୁ ଏପ୍ରିଲ 2 ତାରିଖ ଯାଏ ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ବଢିବାର ସମ୍ଭାବନା ରହିଛି , ତେଣୁ ଆପଣ ମାନେ ଏହି ତାତି ସମୟରେ ଘରୁ ବାହାରକୁ ବାହାରନ୍ତୁ ନାହିଁ । ଯଦି ବିଶେଷ କିଛି କାମ ନାହିଁ ତେବେ ଘରେ ରୁହନ୍ତୁ ଯଦି ବାହାରକୁ ବାହାରୁଛନ୍ତି ତେବେ ପାଣିବୋତଲ , ଛତା , ନେଇକରି ଘରୁ ବାହାରକୁ ବାହାରନ୍ତୁ ।
କାରଣ ଏମିତି ଏକ ଗ୍ରୀଷ୍ମ ପ୍ରବାବରେ ଆପଣ ମାନେ ଘରୁ ବାହାରକୁ ବାହାରିଲେ ଆପଣ ମାନଙ୍କ ପ୍ରତି କିଛି ବିପଦ ଥାଇପାରେ ବିଶେଷ କରି ବୃଦ୍ଧ ଲୋକମାନେ ଏହି ଗ୍ରୀଷ୍ମ ପ୍ରଭାବରେ ଘରୁ ଆଦୌ ବାହାରକୁ ବାହାରନ୍ତୁ ନାହିଁ । ଆପଣ ମାନେ ନିଜେ ସତର୍କ ରହିବା ସହିତ ଅନ୍ୟ ମାନଙ୍କୁ ସତର୍କ କରାନ୍ତୁ ଏବଂ ପାଣିର ସେବନ ଅଧିକ ମାଚତ୍ରାରେ କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।