ବିବାହ ବନ୍ଧନରେ ବାନ୍ଧି ହେବେ ଟିମ୍ ଇଣ୍ଡିଆର Star ବୋଲର ବୁମରା, କେଉଁ ସୁନ୍ଦରୀଙ୍କ ହାତ ଧରିବେ ଜାଣନ୍ତୁ..
ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଟିମ ଇଣ୍ଡିଆର ପ୍ରମୁଖ ଫାଷ୍ଟ ବୋଲର ଜଶପ୍ରୀତ ବୁମରା । ସେ କିଛି ଦିନ ପୂର୍ବରୁ ବିସିସିଆଇ ରୁ ଛୁଟି ନେଇ ଥିଲେ କିନ୍ତୁ ଏହି ଛୁଟି ର କାରଣ କାହାରିକୁ ଜଣା ନଥିଲା । କିନ୍ତୁ ବର୍ତ୍ତମାନ ସୂଚନା ମିଳିଛି ଯେ ଟିମ ଇଣ୍ଡିଆର ପ୍ରମୁଖ ଫାଷ୍ଟ ବୋଲର ଜଶପ୍ରୀତ ବୁମରା ଆଗାମୀ ଦିନ ରେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ତେବେ କଣ ରହିଛି ଏହି ବିଷୟ ରେ ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;
ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ ଯେ ଇଂଲଣ୍ଡ ବିପକ୍ଷ ରେ ହେଉ ଥିବା ଟେଷ୍ଟ ମ୍ୟାଚ ରେ ତୃତୀୟ ଟେଷ୍ଟ ମ୍ୟାଚ ସରିବା ପରେ ଚତୁର୍ଥ ଟେଷ୍ଟ ମ୍ୟାଚ ରୁ ଓହରି ଯାଇଥିଲେ ଟିମ ଇଣ୍ଡିଆର ଏହି ପ୍ରମୁଖ ଫାଷ୍ଟ ବୋଲର ଜଶପ୍ରୀତ ବୁମରା । ସେତେବେଳେ ସେ କୌଣସି ପ୍ରକାର ର ବ୍ୟକ୍ତିଗତ କାରଣ ଯୋଗୁ ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳି ପାରିବେ ନାହିଁ ବୋଲି ଜଣାଇ ଥିଲେ କିନ୍ତୁ ଏହି ବ୍ୟକ୍ତିଗତ କାରଣ କଣ ଥିଲା ସମସ୍ତେ ଏହି ବିଷୟ ରେ ଅନବିଜ୍ଞ ଥିଲେ ।
ବର୍ତ୍ତମାନ ସେ ବିବାହ କରିବା କଥା ଶୁଣିବାକୁ ମିଳୁଛି । ତେବେ ଖୁବ୍ ଶୀଘ୍ର ସେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଥିବା କଥା ମଧ୍ୟ ବିସିସିଆଇ ଅଧ୍ୟକ୍ଷ କୁ ଜଣାଇବା ସହିତ ଏଥିପାଇଁ ସେ ଛୁଟି ମଧ୍ୟ ନେଇଛନ୍ତି ।
ସୂଚନା ଅନୁସାରେ ଟିମ ଇଣ୍ଡିଆର ଏହି ପ୍ରମୁଖ ଫାଷ୍ଟ ବୋଲର ଜଶପ୍ରୀତ ବୁମରା ଦକ୍ଷିଣ ଅଭିନେତ୍ରୀ ଅନୁପମା ପରେମଶ୍ବରଣଙ୍କୁ ବିବାହ କରିବାକୁ ଯାଉ ଥିବାର ସୂଚନା ମିଳିଛି । ବର୍ତ୍ତମାନ ଟିମ ଇଣ୍ଡିଆର ଏହି ପ୍ରମୁଖ ଫାଷ୍ଟ ବୋଲର ଜଶପ୍ରୀତ ବୁମରା ଓ ଦକ୍ଷିଣ ଅଭିନେତ୍ରୀ ଅନୁପମା ପରେମଶ୍ବରଣ ବିବାହ ଖବର ଟି ସୋଡିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ସୂଚନା ଅନୁସାରେ ବୁମରା କେବଳ ବିବାହ କରିବା କଥା ସୂଚନା ଦେଇଛନ୍ତି କିନ୍ତୁ ସେ କାହାକୁ ବିବାହ କରୁଛନ୍ତି ଏନେଇ ସେ କିଛି ମଧ୍ୟ ସୂଚନା ଦେଇ ନାହାନ୍ତି ।
ତେବେ ସୂଚନା ଯୋଗ୍ୟ ଯେ ଏହି ଟିମ ଇଣ୍ଡିଆର ଏହି ପ୍ରମୁଖ ଫାଷ୍ଟ ବୋଲର ଜଶପ୍ରୀତ ବୁମରା ଙ୍କ କ୍ୟାରିୟର ବିଷୟ ରେ କହିବା ତେବେ ସେ ଚେନ୍ନାଇ ରେ ଅନୁଷ୍ଠିତ ହୋଇଥିବା ଟେଷ୍ଟ ମ୍ୟାଚ୍ ରେ ପ୍ରଥମ ଟେଷ୍ଟ ଖେଳି ୪ ଟି ୱିକେଟ ନେଇଥିଲେ ଓ ଏହା ପରେ ତାଙ୍କୁ ଦ୍ଵିତୀୟ ଟେଷ୍ଟ ମ୍ୟାଚ ରେ ଟିମ୍ ପକ୍ଷରୁ ବିଶ୍ରାମ ଦିଆ ଯାଇଥିଲା ।
ଏହା ପରେ ଅହମ୍ମଦାବାଦରେ ଅନୁଷ୍ଠିତ ହେଉଥିବା ତୃତୀୟ ଟେଷ୍ଟ ମ୍ୟାଚ ରେ ସେ ଖେଳିବାର ସୁଯୋଗ ପାଇଥିଲେ ମଧ୍ୟ ଅଧିକ ବୋଲିଙ୍ଗ କରିବାକୁ ସୁଯୋଗ ପାଇ ପାରିନଥିଲେ । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତାଙ୍କ ବାହାଘର କଥା ଅଧିକ ରୁ ଅଧିକ ଚର୍ଚ୍ଚା ହେବାରେ ଲାଗିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।