Exclusive – ଗୋପାଳଙ୍କ ପୁଅ ଦେଲେ କଦମନ୍ତବ୍ୟ !ମୋ ବାପାଙ୍କୁ ଜେଲରେ ବିପଦ ଅଛି, ସେଠି ରହିଲେ ତାଙ୍କୁ ମାରିଦେବେ..ଦେଖନ୍ତୁ VIRAL ଭିଡ଼ିଓ ଟିକୁ…
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏଏସ୍ଆଇ ଗୋପାଳ କୃଷ୍ଣ ଦାସଙ୍କ 5 ଦିନିଆ ରିମାଣ୍ଡ ଅବଧି ରବିବାର ଶେଷ ହୋଇଛି। 3ଟି ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ରିମାଣ୍ଡରେ ଆଣି ଜେରା କରିବା ସହ ସତ ବାହାର କରିବା ପାଇଁ ପଲିଗ୍ରାଫ ଟେଷ୍ଟ ଓ ନାର୍କୋ ଟେଷ୍ଟ କରିସାରିଛି।
ଏଥିପାଇଁ କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳଙ୍କୁ ସାଙ୍ଗରେ ନେଇ ଗୁଜରାଟର ଗାନ୍ଧୀନଗରଠାରେ ଡେରା ପକାଇଥିଲା। ତେବେ ଗୋପାଳଙ୍କ ରିମାଣ୍ଡ ଅବଧି ଶେଷ ହେବା ସହ କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟା ମଧ୍ୟ ଇତିମଧ୍ୟରେ ଅନେକ ବାଟ ଆଗେଇଛି। ନିର୍ଦ୍ଧାରିତ ଟେଷ୍ଟଗୁଡ଼ିକ ଶେଷ କରି କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳଙ୍କୁ ସାଙ୍ଗରେ ନେଇ ରବିବାର ରାତିରେ ଓଡ଼ିଶାରେ ପହଞ୍ଚବା ଜଣାପଡିଛି।
ଝାରସୁଗୁଡା ଉପକାରାଗାର ଗଲା ଅଭିଯୁକ୍ତ ଗୋପାଳ ଦାସ । ସୁରକ୍ଷା ଦୃଷ୍ଟିକୋଣରୁ ଗୋପାଳକୁ ଝାରସୁଗୁଡ଼ା ସବଜେଲରେ ସ୍ୱତନ୍ତ୍ର ହାଇ ସିକ୍ୟୁରିଟି ସେଲରେ ରଖାଯାଇଥିବା ନେଇ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ସେଲ୍ରେ ଗୋପାଳ ଏକା ରହୁଥିବା ବେଳେ ତା ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି । ତେବେ ଅନ୍ୟ କଏଦୀଙ୍କ ପରି ସେ ସମ୍ପୃକ୍ତ ବ୍ଲକରୁ ବାହାରିପାରିବ ନାହିଁ ।ସୋମବାର ଅର୍ଥାତ ଆଜି ଗୋପାଳଙ୍କୁ ଝାରୁସୁଗୁଡା ଜେଏମ୍ଏଫ୍ସିରେ ହାଜର କରାଯାଇଥିଲା।
ତେବେ ଆଇନ ବ୍ୟବସ୍ଥା ଅନୁଯାୟୀ ଅଭିଯୁକ୍ତଙ୍କୁ ଆଉ ରିମାଣ୍ଡରେ ଅଣାଯାଇପାରିବ ନାହିଁ ବୋଲି କ୍ରାଇମବ୍ରାଞ୍ଚ କହିଛି।ନବ ଦାସଙ୍କ ହତ୍ୟା ରହସ୍ୟ ଉନ୍ମୋଚନ କରିବା ପାଇଁ କ୍ରାଇମବ୍ରାଞ୍ଚ ବିଭିନ୍ନ ଉପାୟ ଅବଲମ୍ବନ କରିଛି।ନୂଆଦିଲ୍ଲୀର ଫୋରେନ୍ସିକ ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାଠାରେ ଗୋପାଳଙ୍କ ଫୋରେନ୍ସିକ ସାଇକୋଲୋଜିକାଲ ଆସେସ୍ମେଣ୍ଟ ଏବଂ ଏଲଭିଏ ଟେଷ୍ଟ କରାଯାଇଛି। ସେହିପରି ଅଦାଲତଙ୍କ ଅନୁମତିକ୍ରମେ ଗୁଜରାଟର ଗାନ୍ଧୀନଗରସ୍ଥିତ ଡାଇରେକ୍ଟୋରେଟ ଅଫ୍ ଫୋରେନ୍ସିକ ସାଇନ୍ସ ସର୍ଭିସେସ୍ ଲାବୋରେଟୋରିରେ ପଲିଗ୍ରାଫ ଟେଷ୍ଟ ଏବଂ ନାର୍କୋ ଟେଷ୍ଟ କରାଯାଇଛି।
ଏଏସଆଇଙ୍କ ପୁଅ ସେ କହିଛନ୍ତି ବାପାଙ୍କ ସ୍ୱାସ୍ଥ୍ୟ ଠିକ୍ ନଥିଲା । ଗତ ୫ମାସ ଧରି ସେ ଛୁଟିପାଇଁ କହିଆସୁଥିଲେ । କିନ୍ତୁ, ଛୁଟି ମିଳିପାରିନଥିଲା । ବାରମ୍ବାର ଛୁଟି ପାଇଁ ସେ ଆବେଦନ କରୁଥିଲେ ସୁଦ୍ଧା ତାଙ୍କୁ ଛୁଟି ମିଳିପାରୁନଥିଲା । ମୁଁ ଦୁଇ ଦିନ ତଳେ ଯାଇଥିଲି । ଆମେ ମଧ୍ୟ କଥାବାର୍ତ୍ତା କରିଥିଲୁ ମୋ ବାପାଙ୍କୁ ସେଇଠି ରଖନି ତାଙ୍କ ଜୀବନକୁ ବିପଦ ରହିଛି ବୋଲି କହିଥିଲେ ତାଙ୍କ ପୁଅ ।
ସେପଟେ ମଧ୍ୟ ଗୋପାଳକୁ ନେଇ ସବୁକାର୍ଯ୍ୟ ଏବେ ଶେଷ ହୋଇଯାଇଛି। ଫଳାଫଳକୁ ଅପେକ୍ଷା କରିଛି କ୍ରାଇମବ୍ରାଞ୍ଚ। ଏବେ ଜେଲକୁ ମଧ୍ୟ ଆସିସାରିଛି ଗୋପାଳ। କିନ୍ତୁ ଏହାରି ଭିତରେ ଶୁଣିବାକୁ ମିଳିଛି ଯେ ଗୋପାଳ କ୍ରାଇମବ୍ରାଞ୍ଚକୁ କହିଛି,” ମତେ ଚୌଦ୍ୱାର ଜେଲରୁ ନେଇଯାଅ। ମତେ ଏଠାରେ ରଖ ନାହିଁ।
ଏଠାରେ ନବଦାସଙ୍କ ସମର୍ଥକ ଅଛନ୍ତି। ଯେତବେଳେ ସେମାନେ ଜାଣିବେ ଯେ ମୁଁ ହିଁ ସେହି ଗୋପାଳ ଯିଏ ନବଦାସଙ୍କୁ ମାରିଛି, ସେତେବେଳେ ସେମାନେ ମତେ ଛାଡିବେ ନାହିଁ। ମତେ ମାରି ସ୍ୱର୍ଗଦ୍ୱାର ପଠେଇଦେବେ। ଦୟାକରି ମତେ ଏଠାରୁ ନେଇଯାଅ। ନହେଲେ ମୋର ଏଠାରେ ସନ୍ଦେହ ଜନକ ଭାବରେ ମୃତ୍ୟୁ ଘଟିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।