ଦେଖନ୍ତୁ ଭିଡ଼ିଓ । ଅଧା ବାଟରୁ ବର କନ୍ୟା କୁ ଉଠାଇ ନେଲା ପୋଲିସ, ଆଉ ତା’ ପରେ ବର ରାଗି ଯାଇ କଲା ଏମିତି…..

ଉପଯୁକ୍ତ ବୟସ ପୁର୍ବରୁ ଝିଅ କୁ ବିବାହ ବନ୍ଧନରେ ବାନ୍ଧିଦେବା କିମ୍ବା ତାକୁ ବିବାହ କରିବା ପାଇଁ ବାଧ୍ୟ କରିବା ଏକ ଆଇନ୍ ଗତ ଅପରାଧ ହୋଇଥିବା ବେଳେ ମଧ୍ୟ ଏବେବି ବେଧଡକ ଭାବରେ ଚାଲିଛି ଏହି ବାଲ୍ୟ ବିବାହ। ଯେମିତି ଆଇନ୍ କାନୁନ୍ ଓ ପ୍ରଶାସନ ର କାର୍ଯ୍ୟାନୁଷ୍ଠାନ କୁ କାହାର ଖାତିର ନାହିଁ। ସେହିପରି ଏକ ଘଟଣା ଘଟିଛି ଏବେ ଖୋର୍ଦ୍ଧା ଜିଲ୍ଲାରେ।

ଏଠାରେ ଏକ ବାଲ୍ୟ ବିବାହ ଚାଲିଥିବା ବେଳେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇବା ପରେ ସେଠାରେ ପହଞ୍ଚି ଏବଂ ଶିଶୁ ସୁରକ୍ଷା ଟିମ ମଧ୍ୟ ସେଠାରେ ପହଞ୍ଚି ବାହାଘର କୁ ବନ୍ଦ କରିଥିବା ଜଣା ଯାଇଛି ।

ତେବେ ଏହା ପ୍ରଶାସନ ର କଡ଼ା କଟକଣା ମଧ୍ୟରେ ମଧ୍ୟ କିପରି ସମ୍ପନ୍ନ ହେଉଥିଲା ଯାହା ଏବେ ସମସ୍ତଙ୍କୁ ଚକିତ କରିଛି। ଘଟଣା ଅନୁସାରେ ନୟାଗଡ଼ ଜିଲ୍ଲା ଡିମିରିପାଟଣା ଗ୍ରାମର ଜଣେ ନାବାଳିକାର ସ୍ଥାନୀୟ ଆଦର୍ଶ ଥାନା ଅନ୍ତର୍ଗତ ପଲା ଲୋକେଶ୍ୱରପୁର ଅଞ୍ଚଳର ରମେଶ ନାଏକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିବା ପରେ ସେମାନେ ଦୁଇଜଣ ବିବାହ କରିବାକୁ ନିଷ୍ପତି ନେଇଥିଲେ ।

ସେମାନଙ୍କ ବିବାହ ସ୍ଥାନୀୟ ଲୋକେଶ୍ଵର ମନ୍ଦିରରେ ମଧ୍ୟ ଚାଲିଥିଲା ।ତେବେ ଏହି ବିବାହ ଖବର ପାଇ ଯୁବତୀଙ୍କ ପିତା ଆର୍ଦଶ ଥାନାରେ ଜଣାଇବାରୁ ପୁଲିସ ସେଠାରେ ପହଞ୍ଚି ଥିଲା।

ସେଠାରେ ପୋଲିସ ପହଞ୍ଚିବା ପରେ ବିବାହ ପାଇଁ ବସିଥିବା ଉଭୟ ଯୁବକ ଯୁବତୀଙ୍କୁ ଅଟକ ରଖି ପଚରା ଉଚରା କରିଥିଲା ପୋଲିସ୍।ଏହି ବିବାହକୁ ନେଇ ନାବାଳିକାଙ୍କ ପିତା ପୋଲିସ କୁ କହିଥିଲେ କି ଝିଅର ବୟସ ୧୬ ବର୍ଷ ୩ ମାସ ହୋଇଛି। ପିତା ପୋଲିସ କୁ ଝିଅର ନାବାଳିକା ବୟସର କଥା କହୁଥିବା ବେଳେ ନାବାଳିକା କିନ୍ତୁ ତା’ର ବୟସ ୧୮ ବର୍ଷରୁ ଉର୍ଦ୍ଧ ବୋଲି ଦାବି କରିଛି ଓ କହିଛିି ମୁଁ ସାବାଲିକା ହୋଇ ଯାଇଛି ।

ମୋର ନିଜ ସ୍ବଇଚ୍ଛାରେ ଆସି ବିବାହ ହେଉଚି ଏବଂ ମୁଁ ରାଜି ହୋଇ ଏହି ବିବାହ କରିଛି।ତେବେ ପୋଲିସ୍ ଏହାପରେ ବାହାଘରକୁ ଅଟକାଇଛି। କାରଣ ବାପା ନାବାଳିକା କହୁଥିବା ବେଳେ ଝିଅ ନିଜକୁ ସାବାଳିକା ବୋଲି କହିଛି ।

ତେବେ ଏହି ଭଳି ଘଟଣା ଘଟିବା ପରେ ପୋଲିସ୍ ଉଭୟଙ୍କୁ ଅଟକ ରଖି ପଚରଉଚରା କରୁଚି।ତେବେ ଏହି ବିବାହ କାର୍ଯ୍ୟକ୍ରମ ଚାଲି ଥିବା ବେଳେ ପୋଲିସ ଏହି ବାହାଘରକୁ ବନ୍ଦ କରି ଦେଇଛି।ଏହାସହିତ ବାହାଘର ବନ୍ଦ କରି ଦେଇଥିବା ବେଳେ ଉଭୟ ବର ଓ କନ୍ୟାକୁ ଥାନାକୁ ଆଣି ପଚରାଉଚରା କରିଛି। ପ୍ରକୃତରେ ନାବାଳିକା ହୋଇ ଝିଅଟି କାହିଁକି ମିଛ କହିଛିି କିମ୍ବା ତାର ବାପା ମିଛ କହୁଛନ୍ତି ଏହାକୁ ନେଇ ପୋଲିସ ପ୍ରମାଣ ଆଧାରରେ ଘଟଣା ର ସମାଧାନ କରିବ। ଏହାକୁ ନେଇ ସେ ଅଞ୍ଚଳରେ ଏକ ଭିନ୍ନ ସ୍ଥିତି ସୃଷ୍ଟି ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।