ଆଶ୍ଚର୍ଯ୍ୟ ! 5 ଶହ ବର୍ଷ ହେଲା ବସି ରହିଛି ଏହି ଅଭୁତ ଶବ , ଦେଖିଲେ ଆପଣ ବି ହୋଇଯିବେ ଅବାକ୍. ! ଦୟାକରି ଗୋଟିଏ ସେୟାର ନିଶ୍ଚିତ କରନ୍ତୁ….

ଭାରତ ହେଉଛି ଦେବତାଙ୍କ ଜନ୍ମଭୂମି, ତେଣୁ ଭାରତକୁ ଦେବଭୂମି ମଧ୍ୟ କୁହାଯାଏ । ଏଠାରେ ଅନେକ ଦେବାଦେବୀ ଜନ୍ମ ଗ୍ରହଣ କରିଛନ୍ତି ବୋଲି୍ ଆମ ଶାସ୍ତ୍ର କହୁଛି ଏବଂ ଏଠାରେ ବହୁ ମନ୍ଦିର ମାନ ମଧ୍ୟ ରହିଛି । ଏହାସହିତ ଅନେକ ରହସ୍ୟ ମଧ୍ୟ ଲୁଚି ରହିଛି ଏହି ଦେବଭୂମିରେ, ଯାହା ସମସ୍ତଙ୍କୁ ଅଜଣା । ଏମିତି ଏକ ରହସ୍ୟମୟ ଜାଗାରେ ରହିଛି ଜଣେ ବୌଦ୍ଧ ସନ୍ୟାସୀଙ୍କ ମୃତଦେହ, ଯାହା ପ୍ରାୟ 5ଶହ ବର୍ଷ ପୁରୁଣା । ହେଲେ ଏବେ ଦେଖିଲେ ଲାଗୁଛି ଯେମିତି ଧ୍ୟାନରେ ବସିଛନ୍ତି ସନ୍ୟାସୀ ଜଣଙ୍କ ।
ସବୁଠାରୁ ବଡ ବିଚିତ୍ରର କଥା ହେଉଛି ଏହି ମୃତ ଦେହକୁ କୌଣସି କେମିକାଲ୍ ଦ୍ବାରା ସଂଗ୍ରକ୍ଷିତ କରି ରଖାଯାଇ ନାହିଁ । କେବଳ ଗୋଟିଏ କାଚ ଘର ଭିତରେ ରହିଛି ବୌଦ୍ଧ ସନ୍ୟାସୀ ସାଙ୍ଘାତେନଜିନ୍ ଙ୍କ ମମ୍ମି ।


ହିମାଚଳ ପ୍ରଦେଶର ହିମାଳୟ ପର୍ବତର ଅଞ୍ଚଳ , ଠିକ୍ ତିବତ୍ ସୀମାର ମାତ୍ର 9 କିଲୋମିଟର ଦୂରରେ ଥିବା ସ୍ପିତି ଉପତ୍ୟକାରେ ରହିଛି ଏହି ଛୋଟିଆ ଗାଁ । ଆଉ ସେହି ଗ୍ରାମର ନାଁ ହେଉଛି ଗୋଇ । ଏହିଠାରେ ରହିଛି ସାଙ୍ଘାତେନଜିନ୍ ଙ୍କ 5 ଶହ ବର୍ଷ ତଳର ମୃତ ଦେହ ।

କେବଳ ଦେହ ଭିତରେ ମାଂସ ସିନା ନାହିଁ ହେଲେ ହାଡ ଓ ତା ଉପରେ ଥିବା ଚମଡା ସେମିତି ଅକ୍ଷୁର୍ଣ୍ଣ ରହିଛି , ଖାଲି ଯାହା କଳା ପଡି ଯାଇଛି । ଏମିତିକି ମୁଣ୍ଡର କିଛି ବାଳ ଏବଂ ନଖ ମଧ୍ୟ ଅତୁଟ ରହିଛି । ପୁଣି ଦୁଇ ଓଠ ଭିତରୁ ଦେଖା ଯାଉଛି ଦାନ୍ତ ।

ଆଉ ଏବେ ବି ବୈଜ୍ଞାନିକ ମାନେ ଆଚମ୍ବିତ ଯେ ବିନା କୌଣସି ରାସାୟନିକ ପଦାର୍ଥରେ କିଭଳି ଏହି ମୃତ ଦେହ ଏତେ ଦିନ ଧରି ଅକ୍ଷୁର୍ଣ୍ଣ ରହିଛି । 1975 ମସିହାରେ ଭୂମିକମ୍ପ ଯୋଗୁଁ ଏଠାରେ କ୍ଷତି ଘଟିଥିଲା , ଏକ ସ୍ତୁପ ଉପରେ ଥିଲା ଏହି ମମ୍ମି ଆଉ ଏହି ସମୟରେ ତେନଜିନ୍ ଙ୍କ ମୃତ ଦେହ ସାମାନ୍ୟ କ୍ଷତିଗ୍ରସ୍ଥ ହୋଇ ଥିଲା । ତେବେ ସେହି ସମୟରେ ହିଁ ଆବିଷ୍କାର ହେଲା ଏହି ମମ୍ମି ।

ସେବେଠାରୁ ଏକ ଗୋଟିକିଆ କଙ୍କ୍ରିଟ୍ କୋଠରିରେ କାଚଘ ଭିତରେ ରଖା ଯାଇଛି ମୃତଦେହକୁ । ଅବଶ୍ୟ ଏହା ପାଖରେ ଏକ ସୁଦୃଶ୍ୟ ମନ୍ଦିର ମଧ୍ୟ ନିର୍ମାଣ କରାଯାଇଛି । ଏହା ଏବେ ଏକ ପର୍ଯ୍ୟଟନ ସ୍ଥଳି ପାଲଟି ଯାଇଛି ।


ବୈଜ୍ଞାନିକ ମାନଙ୍କ ମତରେ ସେତେବେଳେ ବୌଦ୍ଧ ସନ୍ୟାସୀମାନେ ମୌକ୍ଷ ପ୍ରାପ୍ତି ନିମନ୍ତେ ଉପବାସରେ ରହୁଥିଲେ, ମୃତ୍ୟୁ ପର୍ଯ୍ୟନ୍ତ ଏହି ଉପବାସ ଜାରି ରହୁଥିଲା । ଏହି ସମୟରେ ସେମାନେ ଏକ ଗଛର ପତ୍ର, ଚେର , କୋଳି ଆଦି ଖାଉଥିଲେ , ଯାହା ସେମାନଙ୍କ ଦେହରେ ଥିବା ଫ୍ୟାଟ୍ ଅଂଶକୁ କମାଇ ଦେଉଥିଲା ।

ଏହି ଗଛର ପତ୍ର, ଚେର ଆଦିରେ ରହିଥିବା ଔଷଧୀୟ ଗୁଣ ଯୋଗୁଁ ମୃତ୍ୟୁପରେ ସେମାନଙ୍କର ଶରୀରରେ ପୋକଜୋକ ଲାଗୁନଥିଲେ । ଠିକ୍ ସେହିଭଳି ଭାବେ ତେନଜିନ୍ ଙ୍କ ମୃତଦେହ ସଂଗ୍ରକ୍ଷିତ ରହିଛି ବୋଲି ମନେ କରାଯାଉଛି । ଆଣ୍ଠୁ ଉପରେ ନିଜର ମୁହଁ ରଖି ବସିବା ମୁଦ୍ରାରେ ରହିଛି ମୃତଦେହ, ଲାଗୁଛି ସେହି ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।

ହେଲେ ଏହି ରହସ୍ୟମୟ ମମ୍ମି କିଭଳି ଏତେଦିନ ଧରି ବିନା କୌଣସି ରକ୍ଷଣାବେକ୍ଷଣା, ରାସାୟନିକ ଦ୍ରବ୍ୟରେ ଅକ୍ଷୁର୍ଣ୍ଣ ରହିଛି ସେକଥା ଏବେବି ସମସ୍ତଙ୍କ ପାଇଁ ରହସ୍ୟ ହୋଇ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।