ହେ ଭଗବାନ ! ନବଜାତ ଶିଶୁ କନ୍ୟାକୁ ବୁଦାମୂଳେ ଫୋପାଡି ଶାନ୍ତିରେ ରହୁଛ କେମିତି ମା ” ? ଦୟାକରି କମେଣ୍ଟ କରନ୍ତୁ ଏପରି ମା କୁ କି ଦଣ୍ଡ ମିଳିବା ଦରକାର ?
ଶିଶୁ କନ୍ୟାଟିଏ କଣ ସତରେ ଏତେ ଅଲୋଡା ଜନ୍ମ ହେଲା ପରେ କାହିଁକି ବୁଦା ମୂଳେ ଫୋପାଡି ଦିଆଯାଉଛି । ଝିଅ ହେଲା ବୋଲି କଣ ମା ମଧ୍ୟ ବଦଳିଯାଏ ହେ ଭଗବାନ କଣ ହେଉଛି ଆଜିର ଆମ ଏ ସମାଜ । କେନ୍ଦ୍ରପଡା ଜିଲ୍ଲା ମହାକାଳ ପଡା ବ୍ଲକ ଅଲାଇନ ପଞ୍ଚାୟତର ଗୋରତ ପୋଲ ନିକଟରେ ମଧ୍ୟାହ୍ନ ପ୍ରାୟ 12 ଟା ସମୟରେ କେହି ଜଣେ ନବଜାତ ଶିଶୁ କନ୍ୟାକୁ ଏକ ବୁଦା ନିକଟରେ ଛାଡି ଯାଇଛି ।
ଉକ୍ତ ସ୍ଥାନକୁ ସେହି ଗ୍ରାମର ରମାକାନ୍ତ ସେଠୀ ନାମକ ବ୍ୟକ୍ତି ଶୌଚ କରିବା ପାଇଁ ଯାଇଥିବା ସମୟରେ ବୁଦା ମୂଳରୁ ଶିଶୁର କ୍ରନ୍ଦନ ଶୁଭିଲା ତାପରେ ସେହି ବ୍ୟକ୍ତି ପିଲାକୁ ଉଦ୍ଧାର କରି ନିଜ ଘରକୁ ନେଇ ଆସିଲେ । ପରିବାର ସହମତିରେ ଉକ୍ତ ଶିଶୁକୁ ନିଜର କରି ରଖିବେ ବୋଲି ପରିବାର ସହ ଗ୍ରାମବାସୀ ମଧ୍ୟ ସହମତି ଜଣାଇଦେଲେ ।
ସେହି ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସେହି ଗ୍ରାମରେ ପହଞ୍ଚି ଯାଇଥିଲେ । ସବୁଠୁ ବଡ କଥା ହେଲା ନବଜାତ ଶିଶୁକୁ ଉଦ୍ଦାର କରିଥିବା ରମାକାନ୍ତ ନିଜେ ଜଣେ ଭିନ୍ନକ୍ଷମ ସେ ବିବାହିତ ତାଙ୍କର ଦୁଇଟି ପୁଅ ଅଛି ଏବଂ ସେହି ଗ୍ରାମରେ ତାଙ୍କର ପାନ ଦୋକାନ ରହିଛି ସେଥିରେ ସେ ପରିବାର ଚଳାନ୍ତି । ପ୍ରଶାସନିକ ଅଧିକାରୀ ଶିଶୁ କନ୍ୟାକୁ ନେବାକୁ ଜିଦ କରିବାରୁ ରାକାନ୍ତଙ୍କ ସହିତ ଗ୍ରାମବାସୀ ମାନେ ମଧ୍ୟ ଅଧିକାରୀ ମାନଙ୍କୁ ବୁଝାଇଥିଲେ ।
ଏହା ପରେ ଉଭୟଙ୍କ ମଦ୍ୟରେ ତିକ୍ତତା ଦେଖିବାକୁ ମିଳିଥିଲା । ମହାକାଳ ପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ସ୍ଥାନୀୟ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଉକ୍ତ ନବଜାତ ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କର ଜରିଆରେ କେନ୍ଦ୍ରପଡା ମେଡିକାଲକୁ ପଠାଇ ସେହି ଶିଶୁର ଚିକିତ୍ସା କରାଯାଉଛି ।
ଅଲୋଡା ସିଶୁ କନ୍ୟା ଏବେ ସରକାରଙ୍କର ହେପାଜତରେ ରହୁଥିବା ସମୟରେ କିଏ ଏବଂ କାହିଁକି ଉକ୍ତ ନବଜାତ ଶିଶୁକୁ ଅଲୋଡା କରି ପୋଲ ନିକଟରେ ବୂଦା ମୂଳେ ଚାଡି ଚାଲିଗଲା ତାହା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଆପଣ ମାନେ କଣ ସତରେ ଭାବୁଛନ୍ତ କନ୍ୟା ମାନେ ଅଲୋଡା କି , ଯଦି କନ୍ୟା ମାନେ ଅଲୋଡା ନୁହନ୍ତି ତାହଲେ ଏପରି କାହିଁକି ଜଣେ ମା ନିଜ ପିଲାକୁ ଜନ୍ମ କରି ବଣ ଭିତରେ ଛାଡି ପଲେଇଗଲା । ସେ ମା ଥିଲା ନା ରାକ୍ଷସୀ ଯିଏ କି ନିଜ ଶିଶୁକୁ ମୃତ୍ୟୁ ମୁଖରେ ଛାଡି ଦେଇ ପଳେଇଥିଲା । ସେ ଏକ ନବଜାତ ଶିଶୁ ଦୁନିଆ ବିଷୟରେ କିଛି ଜ୍ଞାନ ନାହିଁ କିଛି ହେଲେ ମଧ୍ୟ ଜାଣେ ନାହିଁ ତା ସହିତ ଜମେ ମା ହୋଇ ଏପରି କିପରି କରିପାରିଲା ତାହା ଏବେ ସମସ୍ତଙ୍କର ଚିନ୍ତାର ବିଷୟ ।
ତେଣୁ ଆପଣ ମାନେ କେବେବି ଏପରି କାମ କିରବେ ନାହିଁ କାରଣ ସନ୍ତାନ ହେଉଛନ୍ତି ଆମ ଦେଶର ଭବିଷ୍ୟତ ତେଣୁ ସଭିଁଏ ପ୍ରତ୍ୟେକ ପିଲା ମାନଙ୍କୁ ସ୍ନେହ କରିବା ଉଚିତ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।