ଦେଖନ୍ତୁ ଭିଡ଼ିଓ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା ର ଭିଡିଓ ଭାଇରାଲ….

ଆପଣ ମାନେ ତ ଦେଖିଥିବେ ଅନେକ ସମୟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ଘରୋଇ କାର୍ଯ୍ୟକ୍ରମ ଏବଂ ପୂଜାର୍ଚ୍ଚନା ଆଦି ସମୟର ଭିଡିଓ କୁ ସୋସିଆଲ ମିଡିଆରେ ତାଙ୍କ ଦର୍ଶକ ଓ ପ୍ରଶଂସକ ଙ୍କ ଉଦ୍ଦେଶ୍ୟରେ ପୋଷ୍ଟ କରିଥାନ୍ତି। ଯାହାକୁ ତାଙ୍କର ପ୍ରଶଂସକ ମାନେ ବହୁତ୍ ପସନ୍ଦ କରିଥାନ୍ତି ଏବଂ ଭିନ୍ନ ଭିନ୍ନ ଉତ୍ସାହ ମୂଳକ ପ୍ରତିକ୍ରିୟା ମଧ୍ୟ ଦେଇଥାନ୍ତି।

ସେହିଭଳି ଏବେ ଏହି ସୁନ୍ଦରୀ ଅଭିନେତ୍ରୀ ଜଣଙ୍କ ଯିଏକି ଓଡ଼ିଶାର ଘରେ ଘରେ ଓଲିଉଡ କୁଇନ ଭାବରେ ପରିଚିତ ଅଟନ୍ତି,ସେ ତାଙ୍କର ଦଶହରା ଦିନର ପୂଜାର୍ଚ୍ଚନା ର ଏକ ଭିଡିଓ ସୋସିଆଲ ମିଡିଆରେ ଏବଂ ତାଙ୍କର ୟୁ ଟ୍ୟୁବ୍ ଚାନେଲ ରେ ପୋଷ୍ଟ କରିଛନ୍ତି।

ଯେଉଁଥିରେ ସେ ଶାଢ଼ୀ ପିନ୍ଧି ମୁଣ୍ଡରେ ଓଢଣା ଦେଇ ସୁନ୍ଦର ଭାବରେ ନିଜକୁ ସଜାଇ ଏକ ହିନ୍ଦୁ ଧର୍ମର ସୁଗୃହିଣୀ ଭାବରେ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳୁଛି। ଯେମିତି ଆଗରୁ ଆପଣ ତାଙ୍କର ବିଭିନ୍ନ ପର୍ବ ପର୍ବାଣୀ ମାନଙ୍କରେ ପୂଜାର୍ଚ୍ଚନା କରୁ ଥିବାର ଭିଡିଓ ଦେଖିବାକୁ ପାଇଥିଲେ। ତାହା ରାମନବମୀ ରେ ହେଉ କିମ୍ବା ଗଣେଶ ଚତୁର୍ଥୀ ରେ ହେଉ।

ସେହିପରି ଏବେ ମାଆ ଙ୍କ ନବରାତ୍ରି ଆରମ୍ଭ ପରଠାରୁ ସେ ଘରେ ଏହାକୁ ପାଳନ କରୁଛନ୍ତି ଏବଂ ମାଆ ଦୁର୍ଗାଙ୍କୁ ଭକ୍ତିର ସହିତ ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳିଛି। ଏମିତି ରେ ଆପଣ ତ ଜାଣିଛନ୍ତି ବର୍ଷା ପ୍ରିୟଦର୍ଶିନୀ ଅଭିନୟ ଜୀବନର ଗ୍ଲାମର ଲାଇଫ ରୁ ପାରିବାରିକ ଜୀବନ ଅର୍ଥାତ୍ ବୈବାହିକ ଜୀବନରେ ବୋହୂ ଭୂମିକା ତୁଲାଇବା ପର୍ଯ୍ୟନ୍ତ ସମସ୍ତ କାମକୁ ଶୃଙ୍ଖଳିତ ଭାବରେ କରିବାରେ ମାହିର ଅଟନ୍ତି।

ଏହା ସତ ଯେ ଅଧିକାଂଶ ନାୟିକା ମାନଙ୍କ କ୍ଷେତ୍ରରେ ଏହା ସମ୍ଭବପର ହୋଇ ନଥାଏ।କିନ୍ତୁ ବର୍ଷା ପ୍ରିୟଦର୍ଶିନୀ ଜଣେ ସଂସ୍କାରି ମହିଳା ଓ ଟିପିକାଲ୍ ହିନ୍ଦୁ ବୋହୂ ଭାବରେ ତାଙ୍କର ଚଳନି ଓ ବେଶଭୂଷା ଆଦି ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ବେଶ୍ ମନଲୋଭା ଅଟେ। ଭିନ୍ନ ଭିନ୍ନ ରଙ୍ଗର ଶାଢ଼ୀ ରେ ସେ ନଜର ଆସିଥାନ୍ତି ଯାହା ତାଙ୍କୁ ବେଶ୍ ଭଲ ମାନିଥାଏ।

ତେବେ ପୁଣି ଥରେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ତାଙ୍କର ବାସ୍ତବ ବା ପ୍ରକୃତ ଜୀବନ ବିଷୟରେ ଜାଣିବାକୁ ସୁଯୋଗ ପାଇବେ ଏବଂ ଦେଖି ଖୁସି ମଧ୍ୟ ହେବେ।ଯେଉଁଭଳି ଭାବରେ ଅଭିନେତ୍ରୀ ବର୍ଷା ଜଣେ ସୁଗୃହିଣୀ ହିସାବରେ ଗୃହଲକ୍ଷ୍ମୀ ଭାବରେ ଘରର ପୂଜାର୍ଚ୍ଚନା କରୁଛନ୍ତି ଏବଂ ଭକ୍ତିର ସହିତ ଭଗବାନ ଙ୍କ ନିକଟରେ ଜୁହାର କରୁଛନ୍ତି ତାହା ବହୁତ୍ ଖୁସି ଦାୟକ ।

ଆଗରୁ ମଧ୍ୟ ଏହା ନଜର ଆସିଛି ଯେ ଜଣେ ଗୃହିଣୀ ହିସାବରେ ସେ କିପରି ରୋଷେଇ ଘରେ ରୋଷେଇ କରୁଛନ୍ତି ଏବଂ ସଫା ସୁତୁରା ମଧ୍ୟ ରୁମ୍ କୁ ରଖୁଛନ୍ତି ଏବଂ ଅନ୍ୟ ମାନଙ୍କର ଯତ୍ନ ନେଉ ଛନ୍ତି।ତାଙ୍କର ଏହି ଭିଡିଓ ରେ ମଧ୍ୟ ସେ ବହୁତ୍ ସୁନ୍ଦର୍ ଝଲକ ତାଙ୍କ ପ୍ରଶଂସକ ମାନଙ୍କୁ ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।