ଆୟୁଷ ମନ୍ତ୍ରାଳୟ ଦ୍ୱାରା କୁହା ଯାଇଥିବା କାଢ଼ା ଘରେ ବନାନ୍ତୁ, କରୋନା ସଂକ୍ରମଣରୁ ବଞ୍ଚନ୍ତୁ

କରନା ସଂକ୍ରମଣ ହେବା ପରେ ଲୋକ ମାନେ ଏବେ ସମସ୍ତ୍କର କାଢ଼ା ର ମହତ୍ୱ ବୁଝି ପାରି ଥିବେ । ତେବେ ଆଜି ଆମେ ଆୟୁଷ ମନ୍ତ୍ରାଳୟ ତରଫରୁ କୁହା ଯାଇଥିବା କାଢା ପ୍ରସ୍ତୁତ କିପରି କରାଯାଏ ଜାଣିବା । ତେବେ ଆସନ୍ତୁ ଜାଣିବା – ଏହା କୁ ପ୍ରସ୍ତୁତ କରିବା ପାଇଁ ଏକ ପାତ୍ର ରେ ତିନି କପ୍ ପାଣି ନେଇ ଗରମ୍ କରନ୍ତୁ।

ଏହା ପରେ ଏଥିରେ ତିନି ରୁ ଚାରି ଖଣ୍ଡ ଡାଲଚିନି ଖଣ୍ଡ ପକାଇ ଦିଅନ୍ତୁ। ଏହା ଆପଣ ଙ୍କ ଥଣ୍ଡା ଭଲ କରିବା ପାଇଁ ବହୁତ୍ ସାହାର୍ଯ୍ୟ କରି ଥାଏ ଓ ଆପଣ ଙ୍କ ର ରୋଗ ପ୍ରତଷେଧକ ଶକ୍ତି ବଢାଇ ଦେଇଛି । ଏହା ପରେ ଏଥିରେ ଏଥିରେ ଚାରି ରୁ ପାଞ୍ଚ ଟି ଲବଙ୍ଗ ପକାନ୍ତୁ । ଏହା ପରେ ଏଥିରେ ଚାରି ପାଞ୍ଚ ଟି ଗୋଲମରିଚ ନେଇ ଏହା କୁ ଗୁଣ୍ଡ କରି ଏଥିରେ ପକାଇ ଦିଅନ୍ତୁ ।ଏହା ଆପଣ ଙ୍କ ର ପୁରୁଣା ରୁ ପୁରୁଣା ଥଣ୍ଡା ଭଲ କରିବା ରେ ସାହାର୍ଯ୍ୟ କରିଥାଏ ।

ଏହା ପରେ ଏଥିରେ ଦୁଇ ଟି ତେଜପତ୍ର ଏଥିରେ ପକାଇ ଦିଅନ୍ତୁ । ଏହା ପରେ ଆପଣ ଦୁଇ ଚାମଚ୍ ଗୁଡ଼ ପକାନ୍ତୁ । ଯଦି ଆପଣ ଗୁଡ଼ ପକାଇବା ପାଇଁ ଚାହୁଁ ନାହାନ୍ତି ତେବେ ଏଥିରେ ବ୍ଲାକ ସଲ୍ଟ ମିଶାଇ ପାରିବେ । ଏହା ପରେ ଏଥିରେ ଆପଣ ଏକ ଖଣ୍ଡ ଅଦା କୁ ଛେଚି ପକାଇ ଦିଅନ୍ତୁ। ଏହା ପରେ ଏଥିରେ ଆପଣ ଏକ କଞ୍ଚା ହଳଦୀ ର ଖଣ୍ଡ ସ୍ଲାଇସ୍ କରି ପକାଇ ଦିଅନ୍ତୁ ।

ସମସ୍ତ ଙ୍କ ଘରେ କଞ୍ଚା ହଳଦୀ ମିଳି ନଥାଏ ତେଣୁ ଆପଣ ଏଥିରେ ଅଧା ଚାମଚ୍ ହଳଦୀ ଗୁଣ୍ଡ ପକାଇ ପାରିବେ। ହଳଦୀ ଓ ଅଦା ର ପ୍ରୟୋଗ କରିବା ପାଇଁ ଜମା ବି ଭୁଲନ୍ତୁ ନାହିଁ କାରଣ ଏଥିରେ ଥିବା ଆଣ୍ଟି ଅକ୍ଷିଦେନ୍ତ ଗୁଣ ଥଣ୍ଡା ଭଲ କରିବା ରେ ବହୁତ୍ ସାହାର୍ଯ୍ୟ କରିବା ସହିତ ଆମ ଶରୀର ର ଇମୁନି ଙ୍କୁ ମଧ୍ୟ ବୁଷ୍ଟ୍ କରି ଥାଏ ।

ଏହା ପରେ ଏଥିରେ ଆପଣ ତୁଳସୀ ପତ୍ର କୁ ହାତ ରେ ଛିଣ୍ଡାଇ ପକାଇ ଦିଅନ୍ତୁ । ତୁଳସୀ ଆମ ସ୍ବାସ୍ଥ୍ୟ ପାଇଁ ଓ ଆମର ଥଣ୍ଡା କାଶ ଜ୍ଵର ଭଲ କରିବା ପାଇଁ କେତେ ଉପକାରୀ ଏହା ଆପଣ ସମସ୍ତେ ଭଲ ଭାବରେ ଜାଣି ଥିବେ । ତେବେ ଯଦି ଆପଣ ଙ୍କ ର ବହୁତ୍ ଅଧିକ କାଶ ହେଉଛି ତେବେ ଆପଣ ଏଥିରେ ଅଳ୍ପ ମାତ୍ରା ରେ ଜୁଆଣି ମିଶାଇ ପାରିବେ । ତେବେ ଏହି କାଢ଼ା ଆପଣ ଙ୍କ ଇମୁନି କୁ ବୁଷ୍ଟ କରିବା ପାଇଁ ବହୁତ୍ ଉପକାରୀ ଅଟେ ।

ଅନେକ ଲୋକ ଭାବି ଥାଆନ୍ତି ଏହା ସେବନ କରିବା ଦ୍ଵାରା ଶରୀର ବହୁତ୍ ଗରମ୍ ହୋଇ ଯିବ କିନ୍ତୁ ଏମିତି ହୋଇ ନଥାଏ ।ଏହା ସମ୍ପୂର୍ଣ ପ୍ରାକୃତିକ ଉପଚାର ଅଟେ ଓ ଏହାର କୌଣସି ପ୍ରକାର ର ବି ସାଇଡ ପ୍ରଭାବ ନାହିଁ ।

ତେବେ ଏହି ସବୁ ସାମଗ୍ରୀ ପକାଇବା ପରେ ଏହାକୁ ଲୋ ଫ୍ଲେମ୍ ରେ ଫୁଟିବା ପାଇଁ ଛାଡ଼ି ଦିଅନ୍ତୁ ଯେମିତି ଏଥିରେ ପଡୁଥବା ସାମଗ୍ରୀ ର ସମସ୍ତ ଉପକାରୀ ତତ୍ତ୍ ଏଥିରେ ମିଶି ଯିବ । ଏହା ପରେ ଆପଣ ଏହାକୁ ସକାଳୁ ଖାଲି ପେଟ ରେ ସେବନ କରନ୍ତୁ । ଛୋଟ ପିଲା ଙ୍କୁ ଏହାକୁ ପିଇବା ପାଇଁ ଦିଅନ୍ତୁ ନାହିଁ । ଦୁଇ ବର୍ଷ ର କମ୍ ପିଲା ଙ୍କୁ ଏହାକୁ 4 ଚାମଚ୍ ପିଇବା ପାଇଁ ଦିଅନ୍ତୁ ।

ଏହା ର ସେବନ କରିବା ଦ୍ଵାରା ଆପଣ ଙ୍କ ଥଣ୍ଡା ଭଲ ହେବା ସହ ଆପଣ ଙ୍କ ରୋଗ ପ୍ରତିଷେଧକ ଶକ୍ତି ବହୁତ୍ ବୃଦ୍ଧି ପାଇବ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।