ଆସିଲା ବ଼ଡ ଭବିଷ୍ୟତବାଣୀ !ରାଜ୍ୟ ଏବେ ଉଠୁଛି ପଡୁଛି , ମୁଖ୍ୟମନ୍ତ୍ରୀ ହେବେ ଅପରାଜିତା , ଭୟଭୀତ ହୋଇଛନ୍ତି ନବୀନ ବାବୁ ! ଆପଣଙ୍କ ମତରେ କିଏ ଭଲ ନବୀନ ବାବୁ ନା ଅପରାଜିତା ଷଡଙ୍ଗୀ ?

ଓଡ଼ିଶାର ରାଜନୈତିକ ମହଲ ଉଷୁମ ରହିଛି ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ।ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଅପରାଜିତା ଷଡ଼ଙ୍ଗୀ ଏବେ ଦାବିଦାର ବୋଲି ସମସ୍ତେ କହୁଛନ୍ତି।ଓଡ଼ିଶାର ଦୁଇଟି ଉପ ନିର୍ବାଚନ ରେ ମଧ୍ୟ ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ପ୍ରଚାରକ ଭାବରେ କାର୍ଯ୍ୟ ତୁଲାଇବା ର ଦେଖିବାକୁ ମିଳିଥିଲା।ସେ ଏବେ ଓଡ଼ିଶାର ଷ୍ଟାର୍ ପ୍ରଚାରକ ଭାବରେ ନିଜର ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି।

ତେବେ ଏବେ ସବୁଆଡେ ଗୋଟିଏ ପ୍ରଶ୍ନ ଉଥିବରେ ଲାଗିଛି ଯେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେକି ଅପରାଜିତା ଷଡ଼ଙ୍ଗୀ? ସତରେ କଣ ରାଜ୍ୟ ରାଜନୀତି ରେ ସୃଷ୍ଟି ହେବାକୁ ଯାଉଛି ନୂତନ ସମୀକରଣ।

ଆପଣ ମାନେ ଜାଣିଛନ୍ତି ଏବେ ରାଜ୍ୟ ରାଜନୀତି ରେ ଏକ ଲୋକପ୍ରିୟ ଚେହେରା ସାଙ୍ଗକୁ ବିଜେପି ର ଜଣେ ଦକ୍ଷ ଏବଂ ବିଜ୍ଞ ବ୍ୟକ୍ତିତ୍ଵ ପାଲଟିଛନ୍ତି ଭୁବନେଶ୍ୱର ର ସାଂସଦ ଥିବା ଅପରାଜିତା ଷଡ଼ଙ୍ଗୀ।ତେବେ ଏବେ ଏହା ଚର୍ଚ୍ଚା ହେବାକୁ ଲାଗିଛି କି ବିଜେପି ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଅପରାଜିତା ଷଡ଼ଙ୍ଗୀ ଏବେ ଦାବିଦାର ବୋଲି ସମସ୍ତେ କହୁଛନ୍ତି।

ତେବେ ବିଜେପି ର ଏହି ପ୍ରାର୍ଥୀ ଜଣଙ୍କ ତାଙ୍କର ନିର୍ଭୀକ ଶାସନ ଏବଂ ଲୋକପ୍ରିୟ ଚେହେରା ପାଇଁ ବେଶ୍ ଆଦୃତି ହାସଲ କରିଛନ୍ତି।ସେ ରୋକ୍ ଠୋକ୍ କଥାରେ ବିଶ୍ବାସ ରଖନ୍ତି ଏବଂ ନିର୍ଭୀକ ଶାସନ ପରିଚାଳନା କରନ୍ତି।ଏବେ ଚର୍ଚ୍ଚା ହେଉଛି ଯେ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମାତ୍ ଦେବାକୁ ଯାଉଛନ୍ତି ଅପରାଜିତା ଷଡ଼ଙ୍ଗୀ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକପ୍ରିୟତା ରହିଥିଲେ ମଧ୍ୟ ଆଗାମୀ ନିର୍ବାଚନରେ ଯଦି ସେ ନିର୍ବାଚନ ରଣାଙ୍ଗନକୁ ଅବତୀର୍ଣ୍ଣ ନ ହୁଅନ୍ତି କିମ୍ବା ପ୍ରାର୍ଥୀ ଭାବରେ ଛିଡ଼ା ନ ହୁଅନ୍ତି ତେବେ ତାଙ୍କ ବ୍ୟତୀତ ଯୋଗ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଅପରାଜିତା ଷଡ଼ଙ୍ଗୀ ଦାବିଦାର ଅଟନ୍ତି।

ବିଜେପି ରେ କେନ୍ଦ୍ରମନ୍ତ୍ରୀ ଭାବରେ କାର୍ଯ୍ୟଭାର ତୁଲାଉଥିବା ଧର୍ମେନ୍ଦ୍ର ପ୍ରଧାନ ଯିଏକି ଓଡ଼ିଶା ମାଟିର ପୁଅ ସେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଚର୍ଚ୍ଚାରେ ରହିଥିବା ବେଳେ ହଠାତ୍ ଅପରାଜିତା ଙ୍କ ରାଜନୀତି ରେ ଏଣ୍ଟ୍ରି ମାରିବା ଏବଂ ଏଭଳି ଲୋକପ୍ରିୟତା ହାସଲ କରିବା ପରେ ଧର୍ମେନ୍ଦ୍ର ଚିନ୍ତାରେ ପଡ଼ିଛନ୍ତି।

ରାଜ୍ୟର ରାଜନୀତିର ପାଣିପାଗ ଏବେ ଉଷ୍ମ ଥିବା ବେଳେ ବିଜେପି ରାଜନୀତିରେ ଉଠୁଛି ପଡୁଛି ଗୋଟିଏ ପ୍ରଶ୍ନ ଯେ ଓଡିଶାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଏବଂ ଏଥିପାଇଁ ଅପରାଜିତା ସଠିକ୍ କି ? ତେବେ ଏହାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା।

ଏହା ସତ ଯେ ବିଗତ କୋଡ଼ିଏ ବର୍ଷ ଭିତରେ ନବୀନ ବାବୁଙ୍କ ବିରୋଧରେ ଏମିତି କୌଣସି ପ୍ରାର୍ଥୀ ଟକ୍କର ଦେଇ ନାହାନ୍ତି କିମ୍ବା ବିଜୟଲାଭ ମଧ୍ୟ କରି ନାହାନ୍ତି କୌଣସି ଅନ୍ୟ ଦଳର ପ୍ରାର୍ଥୀ।ତେବେ ଏବେ ଅପରାଜିତା ଷଡ଼ଙ୍ଗୀ ସେହି ସ୍ଥାନ ନେବାକୁ ଯାଉଛନ୍ତି ବୋଲି କୁହା ଯାଉଛି। ଦେଖାଯାଉ ଆଗାମୀ ସାଧାରଣ ନିର୍ବାଚନରେ ମଇଦାନ ରେ କାହାର ପଲ୍ଲା ଭାରି ରହୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।