ଆଶ୍ଚର୍ଯ୍ୟ ଘଟଣା ! ମହିଳା ଜଣକ ଘର ଆଗରେ କଲେ ଏମିତି ଜାଣିଲେ ଗୋଡ ତଳୁ ମାଟି ଖସିଯିବ….
ଉତ୍ତରପ୍ରଦେଶ ରେ ମୁଦୂରାବାଦ ରେ ରହୁଥିବା ନେହା ନାମକ ମହିଳା ଜଣଙ୍କ ନିଜ ଶାଶୁଘର ବାହାରେ ପ୍ରାୟ 17 ଘଣ୍ଟା ଧାରଣା ଦେଇଛନ୍ତି ।ତେବେ ସେ ଏକା ନଥିଲେ ତାଙ୍କ ସହିତ ତାଙ୍କର ଛୋଟ ଝିଅ ମଧ୍ୟ ଥିଲା । ତେବେ ନେହା ଙ୍କ କହିବା ଅନୁସାରେ ସେ ନିଜ ସ୍ବାମୀ ଙ୍କ ପାଖରେ ରହିବା ପାଇଁ ଚାହୁଁଛନ୍ତି କିନ୍ତୁ ତାଙ୍କ ସ୍ବାମୀ ତାଙ୍କୁ ତାଙ୍କ ଘରେ ରହିବା ପାଇଁ ଦେଉ ନାହାନ୍ତି ଯେଉଁଥିପାଇଁ ସେ ଧାରଣା ଦେବା ପାଇଁ ବାଧ୍ୟ ହେଲେ ।
ତେବେ ନେହା ଙ୍କ ବିବାହ 2017 ମସିହା ରେ ମନିସ ଦୋଡୋ ଙ୍କ ସହିତ ହୋଉଥିଲା । ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି ଯାହାର ନାମ ରିଆଁଶି ଅଟେ । ନେହା ପ୍ରାୟ ଗୋଟିଏ ବର୍ଷ ହେବ ନିଜ ମା ଙ୍କ ପାଖରେ ରହୁଥିଲେ କିନ୍ତୁ କରୱା ଚୌଥ ଦିନ ସେ ନିଜ ଶାଶୁଘର ଯିବା ପାଇଁ ନିଷ୍ପତି ନେଲେ କିନ୍ତୁ ତାଙ୍କ ଶାଶୂଘର ଲୋକ ତାଙ୍କୁ ଘରେ ପ୍ରବେଶ କରିବା ପାଇଁ ଦେଲେ ନାହିଁ ଯାହା ଫଳରେ ସେ ଧାରଣା ରେ ବସିଗଲେ ।
ତେବେ ନେହା ପାଖାପାଖି 11 ଘଣ୍ଟା ଥଣ୍ଡା ରେ ନିଜ ଝିଅ କୁ ଧରି ଘର ବାହାରେ ଛିଡ଼ା ହେଲେ । ନେହା ଙ୍କ ର ଏମିତି ଅବସ୍ଥା ଦେଖି ତାଙ୍କର ଏକ ପଡୋଶୀ ତାଙ୍କୁ ସାହାର୍ଯ୍ୟ କଲେ ଓ ନେହା ତାଙ୍କ ଝିଅ ଙ୍କ ସହିତ ତାଙ୍କ ଘରେ ରାତିରେ ରହିଲେ। ପରଦିନ ସକାଳୁ ନେହା ପୁଣି ଥରେ ନିଜ ଶାଶୁଘର ସାମ୍ନା ରେ ଧାରଣା ଦେଇ ବସିଲେ। ତେବେ ଏହି ବିଷୟ ରେ ଯେତେବେଳେ ପୋଲିସ କୁ ଜଣା ପଡିଲା ପୋଲିସ୍ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ଥିଲେ ଓ ନେହା ଙ୍କ ସହିତ କଥା ହୋଇଥିଲେ।
ନେହା ପୋଲିସ୍ କୁ କହିଲେ ଯେ ସେ ବର୍ତ୍ତମାନ ନିଜ ଶାଶୁଘରେ ରହିବାକୁ ଚାହୁଁଛନ୍ତି । ତାଙ୍କ ଶାଶୂଘର ପରିବାର ଲୋକ ମାନଙ୍କ ପ୍ରତି ତାଙ୍କର କିଛି ବି ଅଭିଯୋଗ ନାହିଁ । ତେବେ ତାଙ୍କ ମା ଜଣେ ବିଧବା ଅଟନ୍ତି ତେଣୁ ନିଜ ମା ଉପରେ ବୋଝ ହେବାକୁ ଚାହୁଁ ନାହାନ୍ତି। ତେବେ ନେହା ଙ୍କ କଥା ଶୁଣିବା ପରେ ପୋଲିସ ତାଙ୍କୁ କହିଲେ ଯେ ତୁମେ ଏମିତି ଜବରଦସ୍ତି ଶାଶୁଘର କୁ ପ୍ରବେଶ କରି ପାରିବ ନାହିଁ ଏଥିପାଇଁ ତୁମକୁ କୋର୍ଟ କୁ ଯିବା ପାଇଁ ପଡ଼ିବ। ପୋଲିସ୍ ର କଥା ଶୁଣିବା ପରେ ନେହା ଧାରଣା ରୁ ଉଠିଲେ ଓ ପୋଲିସ୍ କୁ ଲିଖିତ ଅଭିଯୋଗ ଦେଲେ ଏହା ପରେ ପୋଲିସ ତାଙ୍କ ଅଭିଯୋଗ କୁ ମହିଳା ଥାନା କୁ ପଠାଇ ଦେଲେ।
ତେବେ ଅପର ପକ୍ଷରେ ନେହା ଙ୍କ ଶାଶୁ ଉଷା ଡୋଡ ମଧ୍ୟ ମହିଳା ପୋଲିସ୍ ଷ୍ଟେସନ ରେ ପହଞ୍ଚି ନିଜର ରାୟ ରଖିଥିଲେ।ସେ କହିଥିଲେ ଯେ ନେହା ଓ ତାଙ୍କ ପରିବାର ଲୋକ ମାନଙ୍କର ଏହା ଏକ ଷଡ଼ଯନ୍ତ୍ର। ନେହା ନିଜ ବାପା ଘର ଲୋକ ଙ୍କ କଥା ଶୁଣି ଏହି ସବୁ ପ୍ରକାର କାର୍ଯ୍ୟ କରୁଛନ୍ତି। ଯଦି ସେ ନେହା ଙ୍କୁ ଘରକୁ ଯିବାକୁ ଦେବେ ତେବେ ନେହା ତାଙ୍କ ଘରେ ନିଜ ବାପଘର ଲୋକ କଥାରେ ଆତ୍ମହତ୍ୟା ମଧ୍ୟ କରି ପାରନ୍ତି ତେଣୁ ସେ ନେହା କୁ ଘରକୁ ଯିବା ପାଇଁ ଦେବେନି । ତେବେ ଏତେ ସମୟ ଜାଏ ଥଣ୍ଡା ରେ ବସିବା ଯୋଗୁ ତାଙ୍କ ଝିଅ ର ମଧ୍ୟ ଦେହ ଅସୁସ୍ଥ ହୋଇ ଥିଲା।
ଏହା ପରେ ପୋଲିସ ତାଙ୍କୁ ବୁଝେଇଲା ଯେ ଯେତେ ଚେଷ୍ଟା କରିଲେ ମଧ୍ୟ ପୋଲିସ୍ କାହାକୁ କାହା ଘରେ ଜବରଦସ୍ତି ରଖି ପାରିବ ନାହିଁ। ପୋଲିସ୍ ଠାରୁ ଏହା ଶୁଣିବା ପରେ ନେହା ନିଜ ଘରକୁ ଫେରି ଯାଇଥିଲେ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।